• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସପ୍ତାହକ ମଧ୍ୟରେ ବଦଳିଗଲା ଗେମ୍‌ । ଟେସଲା ସିଇଓ ଏଲୋନ୍ ମସ୍କ ଆଉ ଟ୍ୱିଟରର ବଡ଼ ସେୟାର ହୋଲ୍ଡର ନାହାନ୍ତି । ନିକଟରେ ସେ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରର ୯ ପ୍ରତିଶତ ଅଂଶଧନ କିଣିଛନ୍ତି । ୯ ପ୍ରତିଶତ ଅଂଶଧନ କିଣିବା ପରେ ତାଙ୍କୁ କମ୍ପାନୀର ସବୁଠାରୁ ବଡ ସେୟାର ହୋଲ୍ଡର କୁହାଯାଉଥିଲା, କିନ୍ତୁ ବର୍ତ୍ତମାନର ଏକ ରିପୋର୍ଟ ଅନୁଯାୟୀ ଅନ୍ୟ ଏକ କମ୍ପାନୀ ଟ୍ୱିଟରରେ ନିଜର ଅଂଶଧନ ବୃଦ୍ଧି କରିଛି ।

Vanguard Group ଟ୍ୱିଟରରେ ନିଜର ଅଂଶଧନ ବୃଦ୍ଧି କରିଛି । ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ କମିଶନ (SEC) ଫାଇଲିଙ୍ଗ ଅନୁଯାୟୀ ଏପ୍ରିଲ ୮ ରେ Vanguard Group ଗ୍ରୁପ ପାଖରେ ବର୍ତ୍ତମାନ ଟ୍ୱିଟରରେ ୧୦.୩ ପ୍ରତଶତ ଅଂଶଧନ ରହିଛି ଏବଂ କମ୍ପାନୀରେ ତାଙ୍କର ୮୨.୪ ମିଲିୟନ୍ ସେୟାର ରହିଛି । ତେଣୁ ଏଲୋନ୍ ମସ୍କ ଆଉ ଟ୍ୱିଟରର ସବୁଠାରୁ ବଡ ଅଂଶୀଦାର ନୁହଁନ୍ତି ବୋଲି କୁହାଯାଉଛି ।

ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଡିସେମ୍ବର ମାସ ଶେଷ ଆଡ଼କୁ Vanguard Group ଟ୍ୱିଟରରେ ନିଜର ୮.୪ ପ୍ରତିଶତ ଅଂଶଧନ ଥିବା କଥା କହିଥିଲା । ଆଉ ବର୍ତ୍ତମାନ SEC ଫାଇଲରୁ ଜଣାପଡିଛି Vanguard Group ଟ୍ୱିଟରରେ ନିଜର ଅଂଶଧନ ବୃଦ୍ଧ କରିଛି । ତେବେ ଭାନଗାର୍ଡ଼ ଗ୍ରୁପ୍‌ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

ସୂଚନାଯୋଗ୍ୟ ଏଲୋନ୍ ମସ୍କ ଟ୍ୱିଟର କମ୍ପାନୀକୁ ଏକ ଅଫର ଦେଇଛନ୍ତି । ପ୍ରାୟ ୪୧ ବିଲିୟନ ଡଲାର୍‌ରେ ଟ୍ୱିଟରକୁ କିଣିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହାସହ ସେ କମ୍ପାନୀର ପ୍ରତି ସେୟାର ପିଛା ୫୪.୨୦ ଡଲାର ଖର୍ଚ୍ଚ କରିବେ ବୋଲି ମଧ୍ୟ କହିଛନ୍ତି । ତେବେ କମ୍ପାନୀ ଏହି ଅଫରକୁ ଗ୍ରହଣ କରିଛି କି ନାହିଁ ଜଣାପଡ଼ିନି ।

ଟେସଲା ସିଇଓ ଏଲୋନ୍ ମସ୍କ ଗତ ଏପ୍ରିଲ୍ ୪ ରେ ଟ୍ୱିଟରରେ ପ୍ରାୟ ୯ ପ୍ରତିଶତ ଅଂଶଧନ କିଣିଛନ୍ତି । ସେବେଠାରୁ ସେୟାର ବଜାରରେ ଟ୍ୱିଟରର ଦାମ ବଢ଼ିବାରେ ଲାଗିଛି ।

ତେବେ ଟ୍ୱିଟରର ଆଉ ଜଣେ ସବୁଠାରୁ ବଡ ସେୟାର ହୋଲଡର ଥିବା ସାଉଦିର ପ୍ରିନ୍ସ ତାଲାଲ ସ୍ପଷ୍ଟ ଭାବରେ କହିଛନ୍ତି , ତାଙ୍କୁ ଏଲନ୍ ମସ୍କର ଏହି ଅଫର ଠିକ୍‌ ଲାଗୁନାହିଁ । ସେ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।