Elon Musk found new Twitter CEO
ଖୁବ୍ଶୀଘ୍ର ଟ୍ୱିଟର(Twitter)ର ଜଣେ ନୂଆ ସିଇଓ ନିଯୁକ୍ତ ହେବେ। ଏନେଇ ଟ୍ୱିଟରର ମୁଖ୍ୟ ଏଲନ ମସ୍କ ଘୋଷଣା କରିଛନ୍ତି । ଜଣେ ମହିଳା ସିଇଓ ଟ୍ୱିଟରର ସିଇଓ ପଦ ସମ୍ଭାଳିବେ। ଆଗାମୀ ୬ ସପ୍ତାହ ମଧ୍ୟରେ ମହିଳା ଜଣଙ୍କ ସିଇଓ ପଦ ସମ୍ଭାଳିବେ ବୋଲି ମସ୍କ ଘୋଷଣା କରିଛନ୍ତି । କିନ୍ତୁ ମହିଳାଙ୍କ ନାମ ସେ ଏପର୍ଯ୍ୟନ୍ତ ଘୋଷଣା କରି ନାହାନ୍ତି।
ଏନ୍ବିସି ୟୁନିଭର୍ସାଲ ଏକଜିକ୍ୟୁଟିଭ୍ ଲିଣ୍ଡା ୟାକାରିନୋଙ୍କୁ ଟ୍ୱିଟର ସିଇଓ ଦାୟିତ୍ୱ ଦିଆଯାଇପାରେ ବୋଲି ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ଏଲନ ମସ୍କ ସିଇଓ ପଦରୁ ଇସ୍ତଫା ଦେବା ପରେ କାର୍ଯ୍ୟକାରୀ ଅଧ୍ୟକ୍ଷ ରହିବେ। ଗତବର୍ଷ ଅକ୍ଟୋବର ମାସରେ ଏଲନ ମସ୍କ ୪୪ ବିଲିୟନ ଡଲାର ଦେଇ ଟ୍ୱିଟରକୁ କିଣିଥିଲେ।
ଅଧିକ ପଢ଼ନ୍ତୁ: ଟ୍ୱିଟର ୟୁଜର୍ସଙ୍କ ପାଇଁ ଖୁସି ଖବର, ଖୁବ୍ଶୀଘ୍ର କଲ୍ ସହ ଭିଡିଓ ଚାଟ୍ ମଧ୍ୟ କରିପାରିବେ...
ଗତ ଡିସେମ୍ବର ମାସରେ ମସ୍କ ଟ୍ୱିଟର ସିଇଓ ପଦ ଛାଡ଼ିବା ନେଇ ତାଙ୍କ ଫଲୋର୍ସଙ୍କର ମତାମତ ଲୋଡ଼ିଥିଲେ। ଏଥିରେ ପ୍ରାୟ ୫୭. ୫% ମସ୍କ ଟ୍ୱିଟରରୁ ଓହରିବା ସପକ୍ଷରେ ମତ ରଖିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1683863120.jpg)