Advertisment

ସକାଳୁ ସକାଳୁ ଥରାଇ ଦେଲା ଭୂକମ୍ପ, ଭୟଭୀତ ଲୋକେ

ଥରିଲା ଇଣ୍ଡୋନେସିଆ। ମଙ୍ଗଳବାର ସକାଳୁ ସକାଳୁ ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଭୂକମ୍ପର ଝଟ୍‌କା ଏତେ ଜୋର ଥିଲା ଯେ ଭୟଭୀତ ହୋଇ ଲୋକମାନେ ଘର ବାହାରକୁ ଚାଲି ଆସିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Earthquake

Earthquake In Indonesia

ଥରିଲା ଇଣ୍ଡୋନେସିଆ। ମଙ୍ଗଳବାର ସକାଳୁ ସକାଳୁ ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଭୂକମ୍ପର ଝଟ୍‌କା ଏତେ ଜୋର ଥିଲା ଯେ ଭୟଭୀତ ହୋଇ ଲୋକମାନେ ଘର ବାହାରକୁ ଚାଲି ଆସିଥିଲେ। ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୬.୦ ରେକର୍ଡ କରାଯାଇଛି। ଇଣ୍ଡୋନେସିଆର ସୁଲାୱେସିରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି।

Advertisment

National Center for Seismology (NCS)ର ସୂଚନା ଅନୁସାରେ, ଆଜି ସକାଳ ୬ଟା ୫୩ରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ସୁଲାୱେସିରୁ ୭୭୯ କି.ମି. ଦୂର ଥିଲା। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ଖବର ସାମ୍ନାକୁ ଆସି ନାହିଁ। 

Advertisment

ଅନ୍ୟପକ୍ଷେ, ତାଇୱାନ୍‌ର ରାଜଧାନୀ ତାଇପେରେ ଗତ ମାସରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ତାଇପେର ଦକ୍ଷିଣରେ ପ୍ରାୟ ୧୮୨ କି.ମି. ଦୂରରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୬.୭ ରେକର୍ଡ କରାଯାଇଥିଲା।  ସେହିପରି ନିକଟରେ ଜାପାନର ରାଜଧାନୀ ଟୋକିଓରେ ଆସିଥିବା ଭୂକମ୍ପ ତାଣ୍ଡବ ରଚି ଥିଲା। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୮ ଜଣ ଆହତ ହୋଇଥିଲେ। ଭୂକମ୍ପର ଝଟ୍‌କା ଏତେ ଶକ୍ତିଶାଳୀ ଥିଲା ଯେ ଏକ ବୁଲେଟ ଟ୍ରେନ୍‌ ରେଲ୍‌ୱେ ଟ୍ରାକ୍‌ରୁ ବାହାରକୁ ଚାଲି ଆସିଥିଲା। ଏନେଇ ଜାପାନର ପାଣିପାଗ ବିଭାଗ ପକ୍ଷରୁ ସୁନାମି ଆଲର୍ଟ ଜାରି କରାଯାଇଥିଲା। 

ସୂଚନାଥାଉ କି, ୨୦୦୪ରେ ଇଣ୍ଡୋନେସିଆର ସୁମାତ୍ରାରେ ୯.୧ ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଶକ୍ତିଶଳୀ ଏହି ଭୂକମ୍ପରେ ଏତେ ଭୟଙ୍କର ଥିଲା ଯେ, ଏହା ଯୋଗୁ ସୁନାମି ମଧ୍ୟ ଆସିଥିଲା। ଏଥିରେ ପାଖାପାଖି ୨,୨୦,୦୦୦ ଲୋକଙ୍କ ଜୀବନ ଚାଲି ଯାଇଥିଲା।

ସେହିପରି ୨୦୧୮ରେ ଲୋମବକ ଦ୍ୱୀପରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଏଥିରେ ୫୫୦ ଜଣଙ୍କ ଜୀବନ ଯାଇଥିଲା। ଗତବର୍ଷ Paluରେ ୭.୫ ତୀବ୍ରତାର ଭୂକମ୍ପ ପରେ ସୁନାମି ଆସିଥିଲା। ଏଥିରେ ୪,୩୦୦ ଜଣ ଲୋକ ମୃତ୍ୟୁ କିମ୍ବା ନିଖୋଜ ହୋଇଯାଇଥିଲେ।

Earthquake Earthquake In Indonesia
Advertisment
Advertisment