Advertisment

ତୁର୍କୀ ପରେ ଚୀନରେ ଆସିଲା ବଡ଼ ଧରଣର ଭୂକମ୍ପ

ତୁର୍କୀ ପରେ ଚୀନରେ ବଡ଼ ଧରଣର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ସୀମାନ୍ତ ଜିନଜିଆଙ୍ଗ ଓ ତାଜିକିସ୍ତାନରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା।

ଅଦ୍ୟତନ ହୋଇଛି
Earthquake Hits In China

Earthquake Hits In China

Advertisment

ତୁର୍କୀ ପରେ ଚୀନରେ ବଡ଼ ଧରଣର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ସୀମାନ୍ତ ଜିନଜିଆଙ୍ଗ ଓ ତାଜିକିସ୍ତାନରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୭. ୩ ଥିଲା। ଆଜି ସକାଳେ ଭୂକମ୍ପ ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ ଚୀନ ସମେତ ଏହାର ନିକଟତମ ସୀମାରୁ ପାଖାପାଖି ୮୨ କି.ମି. ଦୂର ବୋଲି ଜଣାପଡ଼ିଛି। ବଡ଼ ଭୂକମ୍ପ ଝଟ୍‌କା ସତ୍ତ୍ୱେ କ୍ଷୟକ୍ଷତି ସମ୍ପର୍କରେ ଖବର ଲେଖାଯିବା ସୁଦ୍ଧା କୌଣସି ସୂଚନା ମିଳିନି।

Advertisment

ସୋସିଆଲ୍‌ ମିଡିଆ ରେ ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି, ଭୂକମ୍ପର ଝଟ୍‌କା ଏତେ ଅଧିକ ଥିଲା ଯେ ଘରର ଜିନିଷପତ୍ର ଦୋହଲି ଯାଇଥିଲା। ସିସିଟିଭି ଅନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ପୃଷ୍ଠରୁ ୫ କି.ମି. ଗଭୀର ଥିଲା। ଚୀନରେ ଏହି ଶକ୍ତିଶାଳୀ ଭୂକମ୍ପ ଏଭଳି ସମୟରେ ଆସିଛି, ଯେଉଁଠି କିଛିଦିନ ପୂର୍ବରୁ ତୁର୍କୀ ଓ ସିରିଆରେ ବଡ଼ ଧରଣର ଭୂକମ୍ପକ ସାରା ଦୁନିଆକୁ ହଇଚଇ ସୃଷ୍ଟି କରିଥିଲା।

ଅଧିକ ପଢ଼ନ୍ତୁ: ପ୍ରଳୟ ପଞ୍ଝାରେ ଛାରଖାର ତୁର୍କୀ-ସିରିୟା ! ମୃତ୍ୟୁ ସଂଖ୍ୟା ୫୦ ହଜାର ପାର୍...

Advertisment

ସୂଚନାଥାଉ କି, ଗତ ଫେବୃଆରୀ ୬ରେ ଆସିଥିବା ଏହି ଶକ୍ତିଶାଳୀ ଭୂକମ୍ପ ତୁର୍କୀ ଓ ସିରିଆରେ ତାଣ୍ଡବ ରଚିଥିଲା। ୪୪ ହଜାରରୁ ଅଧିକ ଲୋକଙ୍କ ଜୀବନ ଚାଲି ଯାଇଥିବା ବେଳେ ୧୫ ଲକ୍ଷ ଲୋକ ବେସାହାରା ହୋଇଯାଇଛନ୍ତି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୭.୮ ଥିଲା।

କେବଳ ଏତିକି ନୁହେଁ ଫେବୃଆରୀ ୬ ପରେ ତୁର୍କୀ ଓ ସିରିଆରେ ଫେବୃଆରୀ ୨୦ରେ ମଧ୍ୟ ଭୂକମ୍ପ ହୋଇଥିଲା। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୧୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Advertisment
Earthquake China
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ