Advertisment

Donald Trump: ଭାରତ ସହ ଝଗଡ଼ା କରିବା ବହୁତ ବଡ଼ ଭୁଲ.., ବଡ଼ ବ୍ୟବସାୟୀ ଚେତାଇଦେଲେ ଟ୍ରମ୍ପଙ୍କୁ

ସେ କହିଛନ୍ତି ଯେ ଭାରତ ସହ ଝଗଡ଼ା କରି ଟ୍ରମ୍ପ କୌଣସି ଛୋଟ ଭୁଲ କରୁ ନାହାନ୍ତି। ଡୋନାଲ୍ଡ ଟ୍ରମ୍ପ ଟାରିଫ ନେଇ ଭାରତ ସହ ଯେଉଁ ବିବାଦ ସୃଷ୍ଟି କରିଛନ୍ତି, ତାହାକୁ ସେ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଭାରତ ସହ ଝଗଡ଼ା କରି ଟ୍ରମ୍ପ ଏକ ବଡ଼ ଭୂ-ରାଜନୈତିକ (Geo Political) ଭୁଲ କରୁଛନ୍ତି। ଏହା ଆମେରିକାକୁ ଏସିଆରେ ନିଜର ରଣନୀତିକ ଲକ୍ଷ୍ୟ ହାସଲ କରିବାରେ ବହୁତ କ୍ଷତି ପହଞ୍ଚାଇ ପାରେ।

author-image
Tapan Kumar Swain
ଅଦ୍ୟତନ ହୋଇଛି
donald trump

donald trump

ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ନେଇ ଚାଲିଥିବା ଆଲୋଚନାରୁ କୌଣସି ଫଳପ୍ରଦ ନିଷ୍କର୍ସ ବାହାରି ନାହିଁ। ଏହି ସମୟରେ ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ଭାରତକୁ ଟାର୍ଗେଟ କରିଛନ୍ତି। ଏବେ ତାଙ୍କର ସମାଲୋଚନା ହେଉଛି। କାନାଡାର ବ୍ୟବସାୟୀ ତଥା ଟେଷ୍ଟବେଡ ନାମକ କମ୍ପାନୀର ଅଧ୍ୟକ୍ଷ କିର୍କ ଲୁବିମୋଭ ନାମକ ଜଣେ ବ୍ୟବସାୟୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ସହ ଝଗଡ଼ା କରି ଟ୍ରମ୍ପ କୌଣସି ଛୋଟ ଭୁଲ କରୁ ନାହାନ୍ତି। ଡୋନାଲ୍ଡ ଟ୍ରମ୍ପ ଟାରିଫ ନେଇ ଭାରତ ସହ ଯେଉଁ ବିବାଦ ସୃଷ୍ଟି କରିଛନ୍ତି, ତାହାକୁ ସେ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଭାରତ ସହ ଝଗଡ଼ା କରି ଟ୍ରମ୍ପ ଏକ ବଡ଼ ଭୂ-ରାଜନୈତିକ (Geo Political) ଭୁଲ କରୁଛନ୍ତି। ଏହା ଆମେରିକାକୁ ଏସିଆରେ ନିଜର ରଣନୀତିକ ଲକ୍ଷ୍ୟ ହାସଲ କରିବାରେ ବହୁତ କ୍ଷତି ପହଞ୍ଚାଇ ପାରେ। କିର୍କ ଲୁବିମୋଭ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି:“ମୁଁ ପୂର୍ବରୁ ମଧ୍ୟ କହିଛି, ଏବଂ ଆଉ ଥରେ କହୁଛି, ଟାରିଫ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ଦୃଷ୍ଟିକୋଣରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଏଥିରେ କୌଣସି ଭୂ-ରାଜନୈତିକ ରଣନୀତି ନାହିଁ। ଟ୍ରମ୍ପ ଏବେ ଭାରତ ସହ ଲଢେଇ କରୁଛନ୍ତି, ଯେଉଁ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ବୃଦ୍ଧି ପାଉଥିବା ଅର୍ଥନୀତି ମଧ୍ୟରୁ ଅନ୍ୟତମ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ଭବତଃ ସବୁଠାରୁ ଅଧିକ ସମ୍ମାନିତ ନେତା ଏବଂ ଅନେକ ପ୍ରମୁଖ ଦେଶରେ ତାଙ୍କର ପ୍ରଭାବ ରହିଛି।”

Advertisment

ଋଷିଆରେ ଜନ୍ମିତ ବ୍ୟବସାୟୀ ଲୁବିମୋଭ ଟ୍ରମ୍ପଙ୍କୁ ଉପଦେଶ ଦେଇଛନ୍ତି ଯେ ଚୀନରୁ ଉତ୍ପାଦନକୁ ସ୍ଥାନାନ୍ତର କରିବା ପାଇଁ ଭାରତ ହେଉଛି ସବୁଠାରୁ ଉତ୍ତମ ବିକଳ୍ପ। ସେ ଲେଖିଛନ୍ତି:

“ଟ୍ରମ୍ପଙ୍କ ଉଦ୍ଦେଶ୍ୟ ହେଉଛି ଚୀନ ଓ ବ୍ରିକ୍ସ (BRICS)ର ପ୍ରାଧାନ୍ୟ ଓ ବିକାଶକୁ ଦୁର୍ବଳ କରିବା। ଭାରତ ମଧ୍ୟ ଏହାର ଏକ ଅଂଶ। ଚୀନରୁ ଉତ୍ପାଦନ ସ୍ଥାନାନ୍ତର କରିବା ପାଇଁ ଭାରତ ହେଉଛି ସବୁଠାରୁ ଉତ୍ତମ ବିକଳ୍ପ। ସମସ୍ୟା ସୃଷ୍ଟି କରିବା ବଦଳରେ ଭାରତକୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ଉଚିତ ଏବଂ କାନାଡାକୁ ମଧ୍ୟ ସାଙ୍ଗରେ ନେଇ ଆସିବା ଉଚିତ। କାନାଡା ପ୍ରାକୃତିକ ସମ୍ପଦର ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରି ପାରେ। ମନେ ରଖନ୍ତୁ, ବିଶ୍ୱର ଏହି ଦେଶଗୁଡ଼ିକ ଦୀର୍ଘକାଳୀନ ଚିନ୍ତା କରନ୍ତି ଏବଂ ଟ୍ରମ୍ପଙ୍କ ୪ ବର୍ଷର କାର୍ଯ୍ୟକାଳକୁ ଏକ ଖରାପ ସମୟ ଭାବେ ଗଣାଯିବ।”

Advertisment

ଲୁବିମୋଭଙ୍କ ଏହି ପୋଷ୍ଟ ଏପରି ସମୟରେ ଆସିଛି ଯେତେବେଳେ ଟ୍ରମ୍ପ ଭାରତ ଓ ଋଷିଆକୁ ସିଧାସଳଖ ଟାର୍ଗେଟ କରିଛନ୍ତି। କାନାଡା ତାଙ୍କ ନିଶାନାରେ ପୂର୍ବରୁ ଥିଲା। ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଏବଂ ଅତିରିକ୍ତ ଜରିମାନା ଲଗାଇବାର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଭାରତ ଋଷିଆଠାରୁ ନିରନ୍ତର ସାମରିକ ଉପକରଣ କିଣୁଥିବାରୁ ଜରିମାନା ଲଗାଯିବ। ପରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଥିଲେ ଯେ ଭାରତ ରୁଷିଆଠାରୁ ତେଲ କିଣୁଥିବାରୁ ଟ୍ରମ୍ପ ନାରାଜ। ମୋଟାମୋଟି ଭାବେ ଟ୍ରମ୍ପ ଭାରତ ଓ ରୁଷିଆ ମଧ୍ୟରେ ହେଉଥିବା ବ୍ୟାପାରକୁ ନେଇ ଖୁସି ନାହାନ୍ତି। ବ୍ୟତିକ୍ରମ କରାଯାଇଛି। କାନାଡା ଉପରେ ୨୫ ପ୍ରତିଶତ ଟାରିଫକୁ ବଢ଼ାଇ ୩୫ ପ୍ରତିଶତ କରାଯାଇଛି ଏବଂ ଏହି ଆଦେଶ ୧ ଅଗଷ୍ଟରୁ ହିଁ ଲାଗୁ ହୋଇଛି।

ଅଧିକ ପଢ଼ନ୍ତୁ: ଟ୍ରମ୍ପଙ୍କ ନିଦ ହଜେଇ ଦେଲାଣି ଭାରତ, ଏଇଥିପାଇଁ ଜଳୁଛନ୍ତି 

USA Donald Trump President Donald Trump
Advertisment
Advertisment