Advertisment

Modi-Trump Meet: ମୋଦିଙ୍କୁ ବହି ଉପହାର ଦେଲେ ବନ୍ଧୁ ଟ୍ରମ୍ପ, କହିଲେ ମୋଦି ଆପଣ ମହାନ୍...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବହି ଉପହାର କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଲେଖିଲେ, ମିଷ୍ଟର ପ୍ରାଇମ ମିନିଷ୍ଟର ୟୁ ଆର୍ ଗ୍ରେଟ୍

ଅଦ୍ୟତନ ହୋଇଛି
Donald Trump gifts book to Modi

Donald Trump gifts book to Modi

Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ନିବିଡ ବନ୍ଧୁତା ଦେଖିବାକୁ ମିଳୁଛି । ଏହି ଭେଟଘାଟ ସମୟରେ ପିଏମ୍ ମୋଦିଙ୍କୁ ଏକ ବହି ଉପହାର ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଏହି ବହିଟିର ନାଁ ରହିଛି 'ଆଓ୍ୱାର ଜର୍ଣ୍ଣି ଟୁଗେଦର୍' ।  ଏହା ଏକ ଫଟୋବୁକ୍ ।  ଏଥିରେ ଦୁଇ ବନ୍ଧୁଙ୍କ ବିଭିନ୍ନ ସମୟର ଫଟୋ ରହିଛି ।  

Advertisment

ଓ୍ୱାସିଂଟନ ଡିସିରେ ମୋଦିଙ୍କୁ ଏହି ପୁସ୍ତକ ପ୍ରଦାନ କରିଛନ୍ତି ଟ୍ରମ୍ପ । ବହିରେ ଟ୍ରମ୍ପଙ୍କ ପୂର୍ବ କାର୍ଯ୍ୟକାଳର ବିବରଣୀ ରହିଛି । ଯେଉଁଥିରେ ମୋଦି ଓ ଟ୍ରମ୍ପଙ୍କ ବିଭିନ୍ନ ସମୟର ଫଟୋ, ୨୦୧୯ରେ ମୋଦିଙ୍କ ଆମେରିକା ଗସ୍ତ ସମୟରେ ଆୟୋଜିତ ହାଓ୍ୱଡି ମୋଦି ଏବଂ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ସମୟରେ ଦୁଇ ନେତାଙ୍କର ସ୍ମରଣୀୟ ଫଟୋ ସ୍ଥାନ ପାଇଛି । 

ପଢନ୍ତୁ ଏହି ଖବର: ଭାରତ-ଆମେରିକା ସମ୍ପର୍କ ଅତୁଟ; ବାଣିଜ୍ୟଠୁ ନେଇ ଆତଙ୍କବାଦ ଯାଏ, ଟ୍ରମ୍ପ କଲେ ବଡ ଘୋଷଣା

Advertisment

ଏହାଛଡ଼ା ବହିଟିରେ ନିଜ ହସ୍ତାକ୍ଷର ସହ ଟ୍ରମ୍ପ ମୋଦିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି- ମିଷ୍ଟର ପ୍ରାଇମ ମିନିଷ୍ଟର ୟୁ ଆର୍ ଗ୍ରେଟ୍ ।   

ଡୋନାଲ୍ଡ ଟ୍ରମ୍ପ ବହିର ପୃଷ୍ଠା ଲେଉଟାଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୨୦୨୦ରେ ନିଜର ଭାରତ ଯାତ୍ରା ସମୟର 'ନମସ୍ତେ ଟ୍ରମ୍ପ ରାଲି'ର ଫଟୋ ଦେଖାଇଛନ୍ତି । ତାଜମହଲ ସାମ୍ନାରେ ଆମେରିକାର ପ୍ରଥମ ମହିଳା ମେଲାନିୟା ଟ୍ରମ୍ପଙ୍କ ସହ ତାଙ୍କର ଫଟୋ ମଧ୍ୟ ଦେଖାଇଛନ୍ତି । 

Advertisment

ଏଥିସହ ରାଷ୍ଟ୍ରପତି ଟ୍ରମ୍ପ ସାମ୍ବାଦିକଙ୍କ ସହ କଥାବର୍ତ୍ତାରେ କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ମୋଦି ଏଠାକୁ ଆସିବା ମୋ ପାଇଁ ବଡ ସମ୍ମାନର କଥା । ସେ ମୋର ଜଣେ ଭଲ ବନ୍ଧୁ । ଆମ ଭିତରେ ଭଲ ସମ୍ପର୍କ ରହିଛି ଏବଂ ମୁଁ ନିଜ ୪ ବର୍ଷର କାର୍ଯ୍ୟକାଳରେ ଏହାକୁ ବଜାୟ ରଖିଛି ।  

ଦୁଇ ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାତିରେ ହ୍ବାଇଟ୍ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ । ଦୁଇ ନେତାଙ୍କ ମଧ୍ୟରେ ଭାରତ-ଆମେରିକା ସମ୍ପର୍କ ଠାରୁ ଆରମ୍ଭ କରି ୟୁକ୍ରେନ-ରୁଷ ଯୁଦ୍ଧ, ବାଣିଜ୍ୟ ଶୁଳ୍କ, ବେଆଇନ ଶରଣାର୍ଥୀ ପ୍ରତ୍ୟର୍ପଣ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଉଭୟ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଦୃଢ ପାଇଁ ଆହ୍ୱାନ ଦେଇଥିଲେ  । 

ପଢନ୍ତୁ ଏହି ଖବର: ଆମେରିକାର ଶରଣ ପଶୁଛନ୍ତି ଭାରତୀୟ, ୫ ବର୍ଷରେ ବଢ଼ିଛି ଏତିକି ହଜାର

PM Modi Donald Trump Washington India USA Pm Modi Us Visit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ