US Presidential Elections 2024: ଟ୍ରମ୍ପ ମାରିଲେ ବାଜି, ପୁଣି ଥରେ ରାଷ୍ଟ୍ରପତି

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେଲେ ଡୋନାଲ୍ଡ ଟ୍ରମ୍ପ । ଆମେରିକୀୟ ମିଡିଆ ନେଟୱର୍କର ପ୍ରାରମ୍ଭିକ ଫଳାଫଳ ଅନୁସାରେ ପୂର୍ବତନ ରାଷ୍ଟ୍ରପତି ରିପବ୍ଲିକାନ୍ ପ୍ରାର୍ଥୀ ଟ୍ରମ୍ପ ଆଗରେ ରହିଥିଲେ ।

Donald Trump

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେଲେ ଡୋନାଲ୍ଡ ଟ୍ରମ୍ପ । ଆମେରିକୀୟ ମିଡିଆ ନେଟୱର୍କର ପ୍ରାରମ୍ଭିକ ଫଳାଫଳ ଅନୁସାରେ ପୂର୍ବତନ ରାଷ୍ଟ୍ରପତି ରିପବ୍ଲିକାନ୍ ପ୍ରାର୍ଥୀ ଟ୍ରମ୍ପ ଆଗରେ ରହିଥିଲେ । ତାଙ୍କୁ ୨୪୬ଟି ଇଲେକ୍ଟୋରାଲ୍ ଭୋଟ୍ ମିଳିଛି । ସେପଟେ ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସଙ୍କୁ ୨୧୦ ଇଲେକ୍ଟୋରାଲ ଭୋଟ୍ ମିଳିଥିବା ଜଣାପଡିଛି ।

ଆମେରିକାରେ ମୋଟ ୫୦ ରାଜ୍ୟ । ମୋଟ୍ ଇଲେକ୍ଟୋରାଲ୍ କଲେଜ ୫୩୮ । ବହୁମତ ପାଇଁ ଆବଶ୍ୟକ ୨୭୦ରୁ ଅଧିକ । ତେବେ ଆମେରିକାରେ ଖେଳ ବିଗାଡି ଥିଲେ ୭ ସ୍ୱିଙ୍ଗ ଷ୍ଟେଟ୍ । ଏହି ୭ ସ୍ୱିଙ୍ଗ ଷ୍ଟେଟର ମୋଟ୍ ସିଟ୍ ସଂଖ୍ୟା ହେଉଛି ୯୩ । ଫଳ ପ୍ରକାଶ ପରେ ଜାନୁଆରୀ ୨୦ ତାରିଖରେ ଶପଥ ନେବେ ନୂଆ ରାଷ୍ଟ୍ରପତି ।

ତେବେ ଟ୍ରମ୍ପ ବିଜୟୀ ହେବା ପରେ ଗ୍ଲୋବାଲ୍ ଅର୍ଡର ସମୀକରଣ ବଦଳିବା ସମ୍ଭାବନା ରହିଛି । କାରଣ ଆମେରିକାରେ ଯେତେବେଳେ ଯାହା ନିଷ୍ପତ୍ତି ଆସିଛି ତାର ପ୍ରଭାବ ସାରା ବିଶ୍ୱ ଉପରେ ଦେଖିବାକୁ ମିଳିଛି । ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଅର୍ଥ ବ୍ୟବସ୍ଥା, ଦର ବୃଦ୍ଧି, ନିଯୁକ୍ତି, ପ୍ରବାସୀଙ୍କୁ ଅଧିକାର ଓ ମହିଳାଙ୍କୁ ଗର୍ଭପାତ ଅଧିକାର ମୁଦ୍ଦା ରହିଥିଲା ।

ଏପରି ସ୍ଥଳେ ଟ୍ରମ୍ପଙ୍କ ମୁଦ୍ଦା ରହିଥିଲା, ମେକ୍ ଆମେରିକା ଗ୍ରେଟ୍ ଆମେରିକାର ନାରା । ଦର ବୃଦ୍ଧି, ଅର୍ଥ ବ୍ୟବସ୍ଥା, ନିଯୁକ୍ତି ଭଳି ପ୍ରସଙ୍ଗକୁ ଲଗାତାର ଉଠାଇଥିଲେ ସେ । ଅର୍ଥ ବ୍ୟବସ୍ଥାକୁ ନେଇ ଟ୍ରମ୍ପଙ୍କ ଉପରେ ଲୋକଙ୍କ ଅଧିକ ଭରସା ରହିଛି । ତେବେ ଟ୍ରମ୍ପଙ୍କ ପ୍ରବାସୀ ନୀତି ଯୋଗୁ ପ୍ରବାସୀ ଭାରତୀୟଙ୍କ ପ୍ରତି ବିପଦ ଆଶଙ୍କା ରହିଛି । ଯୁଦ୍ଧ ରୋକିବା ଓ ଶାନ୍ତି ରକ୍ଷା ନେଇ ପ୍ରତିଶ୍ରୁତି ଦେବା ସହ ଏଥର ନିଜ ଛବି ବଦଳାଇବାକୁ ଭରପୁର ପ୍ରୟାସ କରିଛନ୍ତି ଟ୍ରମ୍ପ ।

ତୃଣମୂଳସ୍ତରରେ ନେତା ଭାବରେ ନିଜକୁ ଉପସ୍ଥାପିତ କରିଛନ୍ତି । କେତେବେଳେ ରାସ୍ତାରେ ଆବର୍ଜନା ଟ୍ରକ ଚଳାଉଥିବା ଦେଖିବାକୁ ମିଳିଥିବା ବେଳେ କେତେବେଳେ ମ୍ୟାକ ଡୋନାଲ୍ସ ଯାଇ ଲୋକଙ୍କୁ ସର୍ଭ କରିଥିଲେ ଡୋନାଲ୍ଡ ଟ୍ରମ୍ପ