ଟ୍ରମ୍ପଙ୍କୁ ପୁଣି ହତ୍ୟା ଉଦ୍ୟମ; ଗଲ୍ଫ ଖେଳୁଥିବା ବେଳେ ଦୁର୍ବୃତ୍ତଙ୍କ ଗୁଳିମାଡ଼...

ପୁଣି ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ।  ଫ୍ଲୋରିଡାରେ ଗଲ୍ଫ ଖେଳୁଥିବା ବେଳେ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ  । ଅଳ୍ପକେ ବର୍ତ୍ତି ଯାଇଛନ୍ତି ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଟ୍ରମ୍ପ ।

Donald Trump

ପୁଣି ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ । ଫ୍ଲୋରିଡାରେ ଗଲ୍ଫ ଖେଳୁଥିବା ବେଳେ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ହୋଇଛି । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଟ୍ରମ୍ପ । 

ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ କରୁଛି ଏଫବିଆଇ । ପୂର୍ବରୁ ମଧ୍ୟ ଥରେ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା । ଏହି ସମୟରେ ଆତତାୟୀର ଗୁଳି ଟ୍ରମ୍ପଙ୍କ କାନକୁ ଛୁଇଁ ପଳାଇ ଯାଇଥିଲା, ଏଥିରୁ ବର୍ତ୍ତି ଯାଇଥିଲେ ଟ୍ରମ୍ପ।

ଅଧିକ ପଢ଼ନ୍ତୁ: ମରିନି, ଏବେ ବି ବଞ୍ଚିଛି ଲାଡେନର ଆତଙ୍କୀ ପୁଅ

ଗତ କିଛିଦିନ ତଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ ହୋଇଥିଲା । ପେନସିଲଭାନିଆରେ ଚାଲିଥିବା ଏକ ନିର୍ବାଚନ ରାଲିରେ ଭାଷଣ ଦେବା ବେଳେ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ ହୋଇଥିଲା। ତେବେ ଗୁଳିଟି ଟ୍ରମ୍ପଙ୍କ କାନରେ ଘସି ହୋଇ ଚାଲିଯାଇଥିଲା।  ସଙ୍ଗେ ସଙ୍ଗେ ଗୁଳିମାଡ କରିଥିବା ବ୍ୟକ୍ତିଙ୍କୁ ଏନକାଉଣ୍ଟର କରିଥିଲେ ସୁରକ୍ଷାକର୍ମୀ ।

ଘଟଣା ପରେ ଟ୍ରମ୍ପଙ୍କୁ ସୁରକ୍ଷା କର୍ଡନରେ ନେଇଥିଲେ ସିକ୍ରେଟ ସର୍ଭିସ ଏଜେଣ୍ଟ। ଏହାପରେ ଟ୍ରମ୍ପଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଘଟଣାକୁ ନେଇ ରାଷ୍ଟ୍ରପତି ଜୋ ବାଇଡେନ ଦୁଃଖ ପ୍ରକାଶ କରିବା ସହ ଆମେରିକା ରାଜନୀତିରେ ହିଂସାର କୌଣସି ସ୍ଥାନ ନାହିଁ। ଘଟଣାକୁ ଦୃଢତାର ସହ ନେବା ଲାଗି ସେ ନିର୍ଦ୍ଦେଶ ଦେଇ‌ଥିଲେ ।