Advertisment

ଭାରତୀୟଙ୍କ ପାଇଁ ଖୁସି ଖବର, ଦୀପାବଳି ଦିନ ନ୍ୟୁୟର୍କରେ ସ୍କୁଲ୍‌ ଛୁଟି

ଘୋଷଣା ପରେ ଖୁସି ମନାଇଲେ ପ୍ରବାସୀ ଭାରତୀୟ ସମୁଦାୟ । ସ୍କୁଲ ଛୁଟି ଘୋଷଣା ପାଇଁ ଦୁଇ ଦଶନ୍ଧି ହେଲା ହେଉଥିଲା ଦାବି ।

author-image
Prangyan Parimita
ଅଦ୍ୟତନ ହୋଇଛି
New York Declares Diwali As School Holiday

New York Declares Diwali As School Holiday

ଆମେରିକାର ନ୍ୟୁୟର୍କ ସହରରେ ଦୀପାବଳି ଦିନ ସ୍କୁଲ ଛୁଟି ରହିବ । ସୋମବାର ଏନେଇ ନ୍ୟୁୟର୍କ ମେୟର ଏରିକ ଆଡମ୍ସ ଘୋଷଣା କରିଛନ୍ତି। ନ୍ୟୁୟର୍କରେ ଦକ୍ଷିଣ ଏସୀୟ ଏବଂ ଇଣ୍ଡୋ-କାରବିଏନ୍ ସମୁଦାୟର ବଢୁଥିବା ସଂଖ୍ୟାକୁ ଦେଖି ନ୍ୟୁୟର୍କ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।

Advertisment

ନ୍ୟୁୟର୍କ ସିଟି ହଲରେ ଏ ସମ୍ପର୍କରେ ସ୍ୱତନ୍ତ୍ର ଘୋଷଣା କରି ଆଡମ୍ସ କହିଛନ୍ତି, ଷ୍ଟେଟ୍ ଆସେମ୍ଲି ଓ ସିନେଟ୍ ଦୀପାବଳି ଦିନରେ ସ୍କୁଲ ଛୁଟି ସମ୍ପର୍କିତ ବିଲକୁ ସର୍ବସମ୍ମତି କ୍ରମେ ପାସ୍ କରିଛନ୍ତି। ଖୁବ ଶୀଘ୍ର ଗଭର୍ଣ୍ଣର ଏଥିରେ ଦସ୍ତଖତ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଦୀପାବଳି ଦିନ ସ୍କୁଲ ଛୁଟି ସମ୍ପର୍କରେ ଘୋଷଣା ହେବା ପରେ ନ୍ୟୁୟର୍କରେ ରହୁଥିବା ପ୍ରବାସୀ ଭାରତୀୟ ସମୁଦାୟ ବାଜା ବଜାଇ ଜୋରଦାର ଢଙ୍ଗରେ ଖୁସି ମନାଇଛନ୍ତି।

ନ୍ୟୁୟର୍କ ଆସେମ୍ଲିକୁ ନିର୍ବାଚିତ ହୋଇଥିବା ପ୍ରଥମ ଭାରତୀୟ ଆମେରିକୀୟ ମହିଳା ଜେନିଫର ରାଜକୁମାର କହିଛନ୍ତି,ଦୀପାବଳିକୁ ଛୁଟି ଘୋଷଣା କରିବା ଲାଗି ଦକ୍ଷିଣ ଏସୀୟ ଓ ଇଣ୍ଡୋ-କାରବୀୟ ସମୁଦାୟ ଦୁଇ ଦଶନ୍ଧି ଧରି ଉଦ୍ୟମ କରି ଆସୁଥିଲେ । ଆଉ ଏବେ ଏହା ସାକାର ହୋଇଛି।

Advertisment

ତେବେ ଚଳିତ ବର୍ଷ ହେବାକୁ ଥିବା ଦୀପାବଳି ବେଳେ ସ୍କୁଲ ଛୁଟି ରହିବ ନାହିଁ। କାରଣ ଏବର୍ଷର ସ୍କୁଲ ଛୁଟି କ୍ୟାଲେଣ୍ଡର ପୂର୍ବରୁ ଘୋଷଣା ହୋଇ ସାରିଛି। ଦୀପାବଳି ପ୍ରତିବର୍ଷ ଅକ୍ଟୋବର କିମ୍ବା ନଭେମ୍ବର ମାସରେ ପଡିଥାଏ । ଆଉ ଏହାକୁ ଭାରତ ସହିତ ବିଶ୍ୱର ବିଭିନ୍ନ ସ୍ଥାନରେ ରହୁଥିବା ହିନ୍ଦୁ ଧର୍ମାବଲମ୍ବୀ ମୁଖ୍ୟ ପର୍ବ ଭାବେ ପାଳନ କରିଥାନ୍ତି । ନ୍ୟୁୟର୍କର ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସୂଚନା ଅନୁସାରେ, ସହରରେ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ଦୀପାବଳି ପାଳନ କରିଥାନ୍ତି ।

Diwali New York Holiday
Advertisment
Advertisment