Advertisment

Putin: ଆଲାସ୍କା ଯାଇ ନାହାନ୍ତି ଭ୍ଲାଦିମିର ପୁଟିନ! ଯାଇଛି ତାଙ୍କ ବଡି ଡବଲ୍

ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ପାଇଁ ଭ୍ଲାଦିମିର ପୁଟିନ ଆଲାସ୍କା ଯାଇଥିବା ବେଳେ ତାଙ୍କ ଲୁକକୁ ନେଇ ସୋସିଆଲ୍ ମିଡିଆରେ ଜୋର୍ ଚର୍ଚ୍ଚା ଧରିଛି।

ଅଦ୍ୟତନ ହୋଇଛି
Putin-Body-Double

Putin-Body-Double

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ପାଇଁ ଆଲାସ୍କା ଯାଇ ନାହାନ୍ତି ଭ୍ଲାଦିମିର ପୁଟିନ! ବରଂ ତାଙ୍କ ବଦଳରେ ଯାଇଛି ତାଙ୍କ ବଡି ଡବଲ୍। ଏହି କଥା ହୁଏତ ବିଶ୍ବାସ କରିବା କଷ୍ଟକର। କିନ୍ତୁ ଏମିତି ଚର୍ଚ୍ଚା ଏବେ ସୋସିଆଲ୍ ମିଡିଆରେ ଜୋର୍ ଧରିଛି। ଆଉ ଷଡ଼ଯନ୍ତ୍ର ତତ୍ତ୍ୱବାଦୀମାନେ ଏହି ମତ ରଖୁଛନ୍ତି। ସେମାନେ କୁହନ୍ତି ଯେ ରୁଷ ରାଷ୍ଟ୍ରପତି ତାଙ୍କର ଅନେକ ବଡି ଡବଲ ରଖିଛନ୍ତି ଆଉ ସେଥିରୁ ଗୋଟିଏକୁ ଆମେରିକା ମାଟିକୁ ପଠାଇଥିଲେ।

Advertisment

ପୁଟିନଙ୍କ ଲୁକ୍ ଏବଂ ତାଙ୍କ ହାବଭାବରୁ ସେମାନେ ଏହି ସନ୍ଦେହ କରିଛନ୍ତି। କାରଣ ଆଲାସ୍କାରେ ପହଞ୍ଚିଥିବା ବ୍ୟକ୍ତିଙ୍କ ଗାଲ ଅଧିକ ପୁଚୁକା ଥିଲା, ଆଉ ସେ ପ୍ରକୃତ ରୁଷ ନେତାଙ୍କ ଅପେକ୍ଷା ଅଧିକ ହସଖୁସିଆ ଦେଖାଯାଉଥିଲେ।

ସୋସିଆଲ୍ ମିଡିଆରେ ଜଣେ ମଜ୍ଜାଳିଆ ଢଙ୍ଗରେ ଲେଖିଛନ୍ତି, "ସେମାନେ ତ ପ୍ରକୃତ ବଡି ଡବଲ୍ ପଠାଇ ନାହାନ୍ତି ବରଂ 'ହସକୁରା ପୁଟିନ'ଙ୍କୁ ପଠାଇଛନ୍ତି।" ଆଉ କିଛି ଲୋକ ଏମିତି ମଧ୍ୟ କହିଛନ୍ତି ଯେ ଏହା ପୁଟିନଙ୍କ "ବଡି ଡବଲ୍ ନମ୍ବର ୫" ହୋଇପାରେ।

Advertisment

କୁହାଯାଉଛି ଯେ ପୁଟିନ ଅନେକ ସମୟରେ ବଡି ଡବଲ୍ସ ବ୍ୟବହାର କରନ୍ତି। ତେବେ ବଡି ଡବଲ୍ସ ତିଆରି କରିବା ଏକ ଜଟିଳ ଏବଂ ଗୁପ୍ତ ପ୍ରକ୍ରିୟା, ଯାହା ମୁଖ୍ୟତଃ ସୁରକ୍ଷା ଏବଂ ଗୋପନୀୟତା ପାଇଁ କରାଯାଏ।

ଏ ନେଇ ପ୍ରଥମେ, ସେହି ବ୍ୟକ୍ତିଙ୍କ ଶରୀର, ମୁହଁର ଗଠନ ଏବଂ ହାବଭାବ ସହିତ ଖାପ ଖାଉଥିବା ବ୍ୟକ୍ତିଙ୍କୁ ବଛାଯାଏ। ଏଥିପାଇଁ ଏକ ବିଶେଷଜ୍ଞ ଟିମ କାମ କରେ।

Advertisment

ତା'ପରେ ମନୋନୀତ ବ୍ୟକ୍ତିଙ୍କୁ ଟ୍ରେନିଂ ଦିଆଯାଏ। ଏନେଇ ମୂଳ ବ୍ୟକ୍ତିଙ୍କ ସ୍ୱର, ଚାଲି ଏବଂ ବ୍ୟବହାର ଆଦିକୁ କପି କରାଯାଏ। ଆବଶ୍ୟକ ପଡିଲେ ମୁହଁ ଏବଂ ଶରୀର ଗଠନକୁ ସମାନ ରୂପ ଦେବାପାଇଁ କସ୍‌ମେଟିକ୍ ସର୍ଜରୀ କିମ୍ବା ପ୍ରୋସ୍ଥେଟିକ୍ ମେକଅପ୍‌ର ସାହାରା ମଧ୍ୟ ନିଆଯାଏ। ଏହା ଏତେ ବାସ୍ତବ ହୋଇଯାଏ ଯେ, କିଏ ଅସଲି କିଏ ନକଲି ଚିହ୍ନିବା ମୁସ୍କିଲ୍ ହୋଇପଡେ।

ଅଧିକ ପଢନ୍ତୁ: ଭାରତରେ ଅଛି ଦୁନିଆର ସବୁଠାରୁ ଧନୀ ଗାଁ

Russian President Vladimir Putin Alaska
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ