Advertisment

ଇସ୍ରାଏଲର ସୁଦକ୍ଷ ଗୁଇନ୍ଦା ସଂସ୍ଥା ମୋସାଦ,ହମାସ ଆକ୍ରମଣ ନେଇ କିଭଳି ପାଇଲାନି ସୁରାଗ୍ ?

ଦୁବାଇରେ ହମାସ ନେତାଙ୍କୁ ଟାର୍ଗେଟ, ତେହରାନରେ ଇରାନର ପରମାଣୁ ବୈଜ୍ଞାନିକଙ୍କୁ ହତ୍ୟା । ମୋସାଦର କାର୍ଯ୍ୟଦକ୍ଷତାକୁ ନେଇ କାହାରି ମନରେ ବି ସନ୍ଦେହ ନଥାଏ। ମାତ୍ର ଗତ ୭ ତାରିଖ ଏଥିରେ ଆସିଛି ବ୍ୟତିକ୍ରମ।

author-image
Prangyan Parimita
ଅଦ୍ୟତନ ହୋଇଛି
Israeli Intelligence Agency Mossad

Israeli Intelligence Agency Mossad

ଆକାଶରେ ଡ୍ରୋନ, ତଳେ କଣ୍ଟା ତାରର ଶକ୍ତ ବାଡ଼ ତା ସାଙ୍ଗକୁ କ୍ୟାମେରା ଓ ସେନସର। ଅତି ସୁରକ୍ଷିତ ସୀମାରେ ଦିନରାତି ଥାଏ ସୈନ୍ୟଙ୍କ ପଇଁତରା। ଏସବୁକୁ ଆହୁରି ସଶକ୍ତ କରୁଥିବା ସୁଦକ୍ଷ ଗୁଇନ୍ଦା ସଂସ୍ଥା ମୋସାଦ। କୁହାଯାଏ ଇସ୍ରାଏଲ ଚାରିପଟେ ପତ୍ରଟିଏ ହଲିଲେ ବି ଜାଣିନିଅନ୍ତି ମୋସାଦର ଚତୁର ଓ ସାହସୀ ଏଜେଣ୍ଟ। ଶତ୍ରୁ ଆକ୍ରମଣକୁ ପ୍ରତିହତ କରିବା ହେଉ କି ଦୁଃସାଧ୍ୟ କାର୍ଯ୍ୟକୁ ସଫଳତାର ସହ ସଂପନ୍ନ କରିବା ପୂର୍ବରୁ ବହୁବାର ନିଜ ବିଶ୍ୱସନୀୟତାର ପରିଚୟ ଦେଇଛି ଏହି ଗୁଇନ୍ଦା ସଂସ୍ଥା।

Advertisment

ଦୁବାଇରେ ହମାସ ନେତାଙ୍କୁ ଟାର୍ଗେଟ, ତେହରାନରେ ଇରାନର ପରମାଣୁ ବୈଜ୍ଞାନିକଙ୍କୁ ହତ୍ୟା । ମୋସାଦର କାର୍ଯ୍ୟଦକ୍ଷତାକୁ ନେଇ କାହାରି ମନରେ ବି ସନ୍ଦେହ ନଥାଏ। ମାତ୍ର ଗତ ୭ ତାରିଖରେ ଏଥିରେ ଆସିଛି ବ୍ୟତିକ୍ରମ। ଏତେ ବଡ଼ ଆକ୍ରମଣ ଯୋଜନା ସଂପର୍କରେ କେମିତି ସୁରାକ ପାଇଲା ନାହିଁ ଏଇ ବିଚକ୍ଷଣ ଗୁଇନ୍ଦା ସଂସ୍ଥା ତାକୁ ନେଇ ଉଠିଛି ପ୍ରଶ୍ନ। କେଉଁଠି ରହିଲା ଭୁଲ ତାହା ଜାଣିବାକୁ ଆରମ୍ଭ ହୋଇଛି ତନାଘନା। ତେବେ ଏତେ ଚଞ୍ଚଳ କୌଣସି ସିଦ୍ଧାନ୍ତରେ ପହଞ୍ଚିବା ସମ୍ଭବ ହେବନି ବୋଲି କୁହାଯାଉଛି।...

ଇସ୍ରାଏଲର ଚାରିପାଖରେ ଶତ୍ରୁ। ଇତିହାସ ପୃଷ୍ଠା ଓଲଟାଇଲେ ଦେଖାଯାଏ ଯେ ସବୁବେଳେ ଶତ୍ରୁଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଜୀଉ ସଂପ୍ରଦାୟ। ସେଥିଲାଗି ନିଜ ସୁରକ୍ଷା ଲାଗି ଅଭେଦ୍ୟ ବ୍ୟବସ୍ଥା କରିଛି ଇସ୍ରାଏଲ। ସମସ୍ତଙ୍କ ଘରେ ବଙ୍କର, ସମସ୍ତଙ୍କ ମୋବାଇଲରେ ସାଇରନ ବ୍ୟବସ୍ଥା। କୁହାଯାଏ ଯେ ଆଇସକ୍ରିମ ଖାଇ ଦେଇ ଖୁସି ବନାଉଥିବା ଇସ୍ରାଏଲ ନାଗରିକ ଜାଣଛନ୍ତି ଯେ କେଉଁ ମୁହୂର୍ତ୍ତରେ ବି ବଦଳିଯିବ ସ୍ଥିତି, ଆଇସକ୍ରିମ ଛାଡି ସେମାନଙ୍କୁ ପ୍ରାଣ ବିକଳରେ ଦୌଡିବାକୁ ପଡିବ। ଏଥିପାଇଁ ସେମାନେ ମାନସିକ ସ୍ତରରେ ବି ପ୍ରସ୍ତୁତ ଥାଆନ୍ତି।...

Advertisment
Advertisment
Advertisment