Special Story: ଅରୁଣାଚଳ ପ୍ରଦେଶ କାହାର ? ଚୀନର ଡିପସିକ୍ ଦେଲା ସାଂଘାତିକ ଉତ୍ତର

ଚୀନର AI ଚାଟ୍‌ ବଟ୍‌ Deepseekକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ମାତ୍ର ୬ ମାସ ମଧ୍ୟରେ ଚୀନର ଏକ ଷ୍ଟାର୍ଟ ଅପ୍ କମ୍ପାନୀ ଏହି ଆପ୍‌ର ନିର୍ମାଣ କରି ସମସ୍ତଙ୍କୁ ଚମକାଇ ଦେଇଥିଲା ।

ଅରୁଣାଚଳ ପ୍ରଦେଶ କାହାର ?

ସାମ୍ନାକୁ ଆସିଲା ଡିପ୍‌ସିକର ଅସଲ ଚେହେରା । ଏହି ଆପ୍‌କୁ ନିୟନ୍ତ୍ରଣ କରୁଛନ୍ତି ଚୀନ ସରକାର ? ଅରୁଣାଚଳ ପ୍ରଦେଶ ବିଷୟରେ ପଚାରିବାରୁ ଦେଲା ସାଂଘାତିକ ଉତ୍ତର । ୟୁର୍ଜସ ଏହାର ବିଶ୍ୱସନୀୟତା ଉପରେ ଉଠାଇଲେ ପ୍ରଶ୍ନ ।

ଚୀନର AI ଚାଟ୍‌ ବଟ୍‌ Deepseekକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ମାତ୍ର ୬ ମାସ ମଧ୍ୟରେ ଚୀନର ଏକ ଷ୍ଟାର୍ଟ ଅପ୍ କମ୍ପାନୀ ଏହି ଆପର ନିର୍ମାଣ କରି ସମସ୍ତଙ୍କୁ ଚମକାଇ ଦେଇଥିଲା । ଯାହାକୁ ନେଇ ଆମେରିକା ମଧ୍ୟ ଚିନ୍ତାରେ ରହିଛି । ତେବେ ଏବେ କିଛି ୟୁର୍ଜସଙ୍କ ଏହି ଚାଟ୍‌ ବଟ୍ ସହିତ ହୋଇଥିବା ବାର୍ତ୍ତାଳାପ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଯାହାକୁ ନେଇ ଏହି ଆପ୍‌ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିଛି । ଆଉ ଏହାର ଅସଲ ଚେହେରା ଏବେ ସଭିଙ୍କ ସାମ୍ନାକୁ ଆସିଛି । ଏହି ଆପ୍‌ ଦ୍ବାରା ବାସ୍ତବ ତଥ୍ୟ ସାମ୍ନାକୁ ଆସିବା ବଦଳରେ ଚୀନ ସରକାରଙ୍କୁ ସୁହାଇବା ଭଳି ତଥ୍ୟ ସାମ୍ନାକୁ ଆସୁଛି।

ଅଧିକ ପଢ଼ନ୍ତୁ: ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ପାଦେ ଆଗେଇବ ଭାରତ, ମହାକାଶରେ ଯୋଗକରିବେ ଭାରତୀୟ ମହାକାଶଚାରୀ

ଚୀନ୍‌ ଓ ଏହା ସହ ବିବାଦ ଥିବା ଜିନିଷ ସମ୍ପର୍କରେ କୌଣସି ପ୍ରଶ୍ନ ପଚାରିଲେ ଏହି ଆପ୍‌ ଏହାର ଉତ୍ତର ଦେଉନାହିଁ । ଯେମିତି ଜଣେ ୟୁଜର ଭାରତୀୟ ରାଜ୍ୟ ଅରୁଣାଚଳ ପ୍ରଦେଶକୁ ନେଇ ଏକ ପ୍ରଶ୍ନ କରିଛନ୍ତି । କିନ୍ତୁ ଏହାର ଉତ୍ତରରେ ଡିପସିକ୍‌ ନ ଦେଇ ଏହା ମୋର ଉତ୍ତର ଦେବାର ପରିସୀମା ବାହାରେ ବୋଲି କହିଛି । ପରବର୍ତ୍ତୀ ପ୍ରଶ୍ନ ଭାରତର ନର୍ଥ ଇଷ୍ଟ ରାଜ୍ୟ ଗୁଡିକ କ’ଣ ବୋଲି ପଚରାଯାଇଛି । ହେଲେ ଏହାର ଉତ୍ତର ମଧ୍ୟ ଡିପସିକ୍‌ ନଦେଇ ସମାନ ଜିନିଷ ଲେଖିଛି ।

ଏଭଳି ବହୁ ସ୍କ୍ରିନସଟ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଉଲ୍ଲେଖଯୋଗ୍ୟ ଯେ ଚୀନ୍‌ ଭାରତର ଏକାଧିକ ଉତ୍ତର ପୂର୍ବ ରାଜ୍ୟ ସହ ବର୍ଡର ସେୟାର କରିଥାଏ । ଅରୁଣାଚଳ ପ୍ରଦେଶକୁ ଚୀନ୍‌ ନିଜର ଅଂଶ ବୋଲି ଦାବି କରୁଛି। ତେଣୁ ଏସବୁ ପ୍ରଶ୍ନର ଉତ୍ତର ଦେଉନାହିଁ ଡିପସିକ୍ । କେବଳ ସେତିକି ନୁହେଁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ ‍ସମ୍ପର୍କରେ ପ୍ରଶ୍ନ ପଚାରିଲେ ଅଥବା ଭାରତ-ଚୀନ ୧୯୬୨ ମସିହାର ଯୁଦ୍ଧ ସମ୍ପର୍କରେ ପ୍ରଶ୍ନ କଲେ ମଧ୍ୟ ଏହି ଆପ୍‌ ଉତ୍ତର ଦେବାରେ ସକ୍ଷମ ହେଉନାହିଁ । ଏହି ଆପ୍‌ ଉପରେ ଚୀନ ସରକାରଙ୍କ ନିୟନ୍ତ୍ରଣ ରହୁଥିବାରୁ ଏହା ପ୍ରକୃତ ସୂଚନା ଦେବାରେ ସକ୍ଷମ ହେଉ ନାହିଁ ବୋଲି ଅନେକ ୟୁଜର୍ସ ଅନୁମାନ କରିଛନ୍ତି ।

ଚୀନର ହାଙ୍ଗଝୋ ସହରରେ ଗତ ବର୍ଷ ଏହି ଡିପସିକ୍ ଆପ୍ ତିଆରି ହୋଇଥିଲା । ଆମେରିକାର ଚାଟ୍‌ ଜିପିଟି ଆପ୍ ବର୍ଷ ବର୍ଷର ରିସର୍ଚ୍ଚ ପରେ ତିଆରି ହୋଇଥିବା ବେଳେ ଏହା ମାତ୍ର ୬ ମାସରେ ନୂଆ କରି ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ କମ୍ପାନୀ ଦ୍ୱାରା ତିଆରି ହୋଇଛି । ଏହି ଆପ୍‌ଟି ବର୍ତ୍ତମାନ ଆମେରିକା ବଜାରରେ ହଇଚଇ ସୃଷ୍ଟି କରିଛି । ଆପଲ୍‌ ଷ୍ଟୋରରେ ସବୁଠାରୁ ଅଧିକ ଇନଷ୍ଟଲ୍‌ ହେଉଥିବା ଆପ୍‌ ମଧ୍ୟରେ ଡିପସିକ୍‌ ସ୍ଥାନ ପାଇଛି ।

ଅଧିକ ପଢ଼ନ୍ତୁ: ଫିଟ୍ ଅଛନ୍ତି ସୁନୀତା ! ଅନ୍ତରୀକ୍ଷରେ କଲେ ସାଢ଼େ ୫ ଘଣ୍ଟାର ସ୍ପେଶୱାକ୍