Advertisment

Myanmar Earthquake: ଦାଉ ସାଧିଛି ପ୍ରକୃତି, ଗଲାଣି ୩,୬୦୦ ଜୀବନ, ଏବେ ବି ଚାଲିଛି ଜୀବନ ଖୋଜା

ମିଆଁମାରରେ ହୋଇଥିବା ଭୂମିକମ୍ପର ଦୃଶ୍ୟ ଦେଖିଲେ ନିହାତି ଆପଣଙ୍କ ଛାତି ଥରି ଉଠିବ । ଭୟଙ୍କର ଭୂମିକମ୍ପରେ ଦୋହଲି ଯାଇଥିଲା ସବୁ କିଛି ।

ଅଦ୍ୟତନ ହୋଇଛି
Myanmar Earthquake

Myanmar Earthquake

Advertisment

ସରୁନି ଶବ ଖୋଜା... ମୃତ୍ୟୁ ସଂଖ୍ୟା ଟପିଲାଣି ୩୬୦୦ । ଗଦା ଗଦା ଭଙ୍ଗା ଘର ଭିତରୁ ମୃତଦେହ ବାହାରୁଛି । ମିଆଁମାରରେ ହୋଇଥିବା ଭୂମିକମ୍ପର ଦୃଶ୍ୟ ଦେଖିଲେ ନିହାତି ଆପଣଙ୍କ ଛାତି ଥରି ଉଠିବ । ଭୟଙ୍କର ଭୂମିକମ୍ପରେ ଦୋହଲି ଯାଇଥିଲା ସବୁ କିଛି । ଆଉ ତା’ ପରେ ଅନୁଭୂତ ହୋଇସାରିଛି ୯୮ଟି ଭୂମିକମ୍ପ । ଦେଶର ପାଣିପାଗ ଏବଂ ଜଳବିଜ୍ଞାନ ବିଭାଗ ମଙ୍ଗଳବାର ଏହି ସୂଚନା ଦେଇଛି । ଏସବୁ ଭୂମିକମ୍ପର ତୀବ୍ରତା ୨.୮ ରୁ ୭.୫ ପର୍ଯ୍ୟନ୍ତ ଥିଲା ବୋଲି କୁହାଯାଇଛି । ମିଆଁମାରରେ ୭.୭ ତୀବ୍ରତାର ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୩,୬୦୦କୁ ବୃଦ୍ଧି ପାଇଛି, ୫୦୧୭ ଜଣ ଆହତ ହୋଇଛନ୍ତି ଏବଂ ପାଖାପାଖି ୨ଶହ ଲୋକଙ୍କ ପତ୍ତା ମିଳୁନାହିଁ । 

Advertisment

ଶନିବାର ପ୍ରବଳ ବର୍ଷା ଏବଂ ପବନ ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା । ରିଲିଫ୍ କାର୍ଯ୍ୟ ବି ଠିକ୍‌ ଭାବେ କରିପାରିନଥିଲା ପ୍ରଶାସନ । କିଏ ଘରର ମୁରବୀକୁ ହରାଇଥିଲା କିଏ ମା’ ଛେଉଣ୍ଡ ହୋଇଥିଲା । ଆଉ କାହା କୋଳରୁ ଚାଲିଯାଇଥିଲା ତା’ ସୁନା ପୁଅ ଝିଅ । ଜାତିସଂଘ ସମେତ ଅନ୍ୟାନ୍ୟ ଆନ୍ତର୍ଜାତୀୟ ସହାୟତା ସଂଗଠନଗୁଡ଼ିକ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ସଂଘର୍ଷ କରିଥିଲେ । ତଥାପି ଚାଲିଯାଇଥିଲା ହଜାର ହଜାର ଜୀବନ । ଆଉ ଏବେ ବି ମାଟି ତଳେ କିଛି ଶବ ରହିଥିବା ଅନୁମାନ କରାଯାଉଛି । 

ଅଧିକ ପଢ଼ନ୍ତୁ: ମିଆଁମାର ଭୂକମ୍ପ: ସତରେ କ’ଣ ଚୀନର ସୁପର-ଡ୍ୟାମ ପ୍ରକଳ୍ପ ଏହି ବିପର୍ଯ୍ୟୟ ପାଇଁ ଦାୟୀ ?

Advertisment

ଦକ୍ଷିଣ ପୂର୍ବ ଏସୀୟ ଦେଶର ମାଣ୍ଡାଲେ ଅଞ୍ଚଳରେ ମାର୍ଚ୍ଚ ୨୮ ତାରିଖରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା, ଏହାର କିଛି ମିନିଟ୍ ପରେ ୬.୪ ତୀବ୍ରତାର ଦ୍ୱିତୀୟ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ବହୁ ଜୀବନ ଏବଂ ସମ୍ପତ୍ତି ଖିନ୍‌ଭିନ୍‌ ହୋଇଯାଇଥିଲା । ପ୍ରଥମେ ଝିପଝିପ୍‌ ବର୍ଷା ଆରମ୍ଭ ପରେ ପ୍ରକୃତି ଆରମ୍ଭ କରିଥିଲା ତା’ କରାଳ ରୂପ । ଜାତିସଂଘ, ଆମେରିକା, ଭାରତ, ୟୁରୋପୀୟ ସଂଘ, ଅନ୍ୟାନ୍ୟ ଅନେକ ଦେଶ ଏବଂ ଅନ୍ତର୍ଜାତୀୟ ସଂଗଠନ ମିଆଁମାରର ଭୂମିକମ୍ପ ପୀଡିତଙ୍କ ପାଇଁ ସାହାଯ୍ୟ ଏବଂ ଉଦ୍ଧାର ଦଳ ପଠାଇଥିଲେ । 

ସେହି ସମୟରେ ଭାରତ ମଧ୍ୟ 'ଅପରେସନ୍ ବ୍ରହ୍ମା' ଆରମ୍ଭ କରିଥିଲା । ଫଳରେ ଭାରତ ସରକାର ନୂଆଦିଲ୍ଲୀରୁ ମିଆଁମାରକୁ ଅନେକ ଟନ୍ ଚିକିତ୍ସା ସାମଗ୍ରୀ ଏବଂ ରିଲିଫ୍ ସାମଗ୍ରୀ ପଠାଇଥିଲା । ଭୂମିକମ୍ପ ମାଣ୍ଡାଲେ ଭଳି ଅନେକ ସହରକୁ ଧ୍ୱଂସ କରିଦେଇଥିଲା ।

Advertisment
Earthquake Death Toll Myanmar Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ