• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କରୋନା ମହାମାରୀରୁ ସମ୍ପୂର୍ଣ୍ଣ ରୂପେ ଲୋକେ ତ୍ରାହି ପାଇନଥିବା ବେଳେ ପୁଣି ମଧ୍ୟ-ପୂର୍ବ ଏସୀୟ ଦେଶ ଇରାକରେ ଏକ ନୂତନ ପ୍ରକାରର ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ରୋଗର ଶିକାର ହେବା ପରେ ରୋଗୀକୁ ପ୍ରବଳ ଜ୍ୱର ହେବାସହ ନାକରୁ ରକ୍ତ ବାହାରୁଛି । ଅତ୍ୟଧିକ ରକ୍ତସ୍ରାବ ହେତୁ ଜୀବନ ହାରୁଛନ୍ତି ରୋଗୀ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଏହି ରୋଗ ହେତୁ ଇରାକରେ ଏପର୍ଯ୍ୟନ୍ତ ୯ଜଣଙ୍କର ମୃତ୍ୟୁ ଘଟିଛି ।

ରକ୍ତସ୍ରାବୀ ଜ୍ୱରକୁ କ’ଣ କୁହାଯାଏ ?

ଏହା ଏକ ଭୂତାଣୁ ଜନିତ ରୋଗ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଯେଉଁଥିପାଇଁ ଏପର୍ଯ୍ୟନ୍ତ କୌଣସି ଟିକା ଉପଲବ୍ଧ ହୋଇ ନାହିଁ । ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ଏହି ରୋଗ ବ୍ୟାପିଥିବା ସୂଚନା ମିଳିଛି । ଗାଈଗୋରୁଙ୍କ ଉପରେ କୀଟନାଶକ ସ୍ପ୍ରେ କରୁଥିବାବେଳେ ସେ ଏହି ଭୂତାଣୁ ସଂକ୍ରମଣର ଶିକାର ହୋଇଥିଲେ । ଏହି ରୋଗ ବ୍ୟାପିବା ପରେ ସ୍ୱାସ୍ଥ୍ୟ କର୍ମୀମାନେ ପିପିଏ କିଟ୍ ପିନ୍ଧି କାର୍ଯ୍ୟ କରୁଛନ୍ତି । ଏହି ରକ୍ତସ୍ରାବୀ ଜ୍ୱରକୁ Crimean-Congo Haemorrhagic Fever (CCHF) କୁହାଯାଉଛି, ଯାହା ପଶୁମାନଙ୍କଠାରୁ ମଣିଷକୁ ବ୍ୟାପିଥାଏ ।

କୀଟପତଙ୍ଗ କାମୁଡ଼ିବା ଦ୍ୱାରା ପଶୁଙ୍କୁ ଏହି ରୋଗ ବ୍ୟାପେ . . .

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଏହି ରୋଗ କୀଟପତଙ୍ଗ କାମୁଡ଼ିବା ଦ୍ୱାରା ପଶୁମାନଙ୍କଠାରେ ବ୍ୟାପୁଛି । ସଂକ୍ରମିତ ପଶୁମାନଙ୍କ ସଂସ୍ପର୍ଶରେ ଆସି ମଣିଷମାନେ ସଂକ୍ରାମକ ରୋଗର ଶିକାର ହେଉଛନ୍ତି । ଇରାକରେ ଏପର୍ଯ୍ୟନ୍ତ ମଣିଷମାନଙ୍କରେ CCHF ସଂକ୍ରମଣର ୧୧ଟି ମାମଲା ଆସିଛି । ରୋଗୀ ଶରୀର ଭିତରେ ଏବଂ ବାହାରେ ରକ୍ତସ୍ରାବ ହେଉଥିବାରୁ ଏହି ଭୂତାଣୁ ସଂକ୍ରମଣ ଶୀଘ୍ର ବ୍ୟାପେ ବୋଲି ଡାକ୍ତର କହିଛନ୍ତି । ତେବେ ଏହି ରୋଗର ଗମ୍ଭୀର ଲକ୍ଷଣ ହେଉଛି ନାକରୁ ରକ୍ତସ୍ରାବ । CCHFର ପାଞ୍ଚଟି ମାମଲା ମଧ୍ୟରୁ ୨ ଜଣ ନାକରୁ ରକ୍ତସ୍ରାବ ଯୋଗୁଁ ପ୍ରାଣ ହରାଉଛନ୍ତି ।

ଦକ୍ଷିଣ ଇରାକରେ ଅଧିକାଂଶ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ଦକ୍ଷିଣ ଇରାକରେ ଅଧାରୁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଅନୁସାରେ ବିଗତ ବର୍ଷ ଗୁଡ଼ିକରେ ଖୁବ କମ୍‌ ସଂକ୍ରମିତ ଚିହ୍ନଟ ହେଉଥିଲେ । କିନ୍ତୁ ବର୍ତ୍ତମାନ ଏହି ରୋଗ ଅତି ଶୀଘ୍ର ବ୍ୟାପିବାରେ ଲାଗିଛି । ଜଙ୍ଗଲୀ ଓ ପାଳିତ ପଶୁଙ୍କ ଠାରୁ ଏହି ସଂକ୍ରମଣ ବ୍ୟାପୁଥିବା କହିଛନ୍ତି ଡାକ୍ତର ।

OTV is now on Whatsapp

Join and get latest news update delivered to you via whatsapp

Join Now