/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681126271.jpg)
Dalai Lama
ଭିଡିଓ ଭାଇରାଲ୍ ହେବା ପରେ କ୍ଷମା ମାଗିଲେ ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା । ଜଣେ ଶିଶୁକୁ ଚୁମ୍ବନ ଦେଉଥିବା ଭିଡିଓ ଭାଇରାଲ୍ ହେବା ପରେ ସେ କ୍ଷମା ପ୍ରାର୍ଥନା କରିଛନ୍ତି । ଛୋଟ ପିଲା ସହ ତାଙ୍କର ଏକ ଭିଡିଓ ପାଇଁ ବିବାଦ ଉପୁଜିଥିଲା । ଏହି ଘଟଣା ପରେ ଏକ ବୟାନ୍ ଜାରି କରି ତାଙ୍କୁ କ୍ଷମା ମାଗିବା ପାଇଁ ପଡ଼ିଛି । ଭିଡିଓରେ ତିବ୍ଦତୀୟ ଧର୍ମଗୁରୁ କଥିତ ରୂପରେ ବୌଦ୍ଧ ଦୀକ୍ଷା ଗ୍ରହଣ କରିଥିବା ଜଣେ ଛୋଟ ପିଲାକୁ ଚୁମ୍ବନ ଦେବା ପରେ ନିଜ ଜିଭକୁ କାଢ଼ି ତାକୁ ଚୁଚୁମିବାକୁ କହିଥିଲେ । ଏହି କାରଣରୁ ବିବାଦ ଉପୁଜିଥିଲା ​​।
ସୋମବାର ଦଲାଇଲାମାଙ୍କ ଟିମ ପକ୍ଷରୁ ପ୍ରକାଶିତ ବିବୃତ୍ତିରେ କୁହାଯାଇଛି ‘ ଏକ ଭିଡିଓ କ୍ଲିପ୍ ଏବେ ଚାରିଆଡ଼େ ପ୍ରସାରିତ ହୋଇଛି । ଯେଉଁଥିରେ ଜଣେ ଛୋଟ ପିଲା ମହାନ ଧର୍ମଗୁରୁ ଦଲାଇଲାମାଙ୍କ ଠାରୁ ଆଶୀର୍ବାଦ ନେବା ସହ ଆଲିଙ୍ଗନ କରୁଛନ୍ତି । ତେବେ ଏହି ସମୟରେ ଦଲାଇଲାମା ପ୍ରୟୋଗ କରିଥିବା ଶବ୍ଦ ଯଦି ଆଘାତ ଦେଇଥାଏ, ତା’ହେଲେ ସେହି ପିଲା ଓ ତାଙ୍କ ପରିବାର ଲୋକ ଏବଂ ବିଶ୍ୱରେ ଥିବା ସମସ୍ତ ବନ୍ଧୁମାନଙ୍କୁ ସେ କ୍ଷମା ମାଗୁଛନ୍ତି । ଅନେକ ସମୟରେ ସର୍ବସାଧାରଣରେ ଏବଂ କ୍ୟାମେରା ଆଗରେ ସାକ୍ଷାତ କରୁଥିବା ଲୋକଙ୍କୁ ମଜାଳିଆ ଢଙ୍ଗରେ ଥଟ୍ଟା କରନ୍ତି ଦଲାଇଲାମା । ଏହି ଘଟଣା ପାଇଁ ସେ ଦୁଃଖିତ ।’
This is unbecoming and no one should justify this I’ll-conduct of @DalaiLamapic.twitter.com/ASdiooYpXb
— Deepika Pushkar Nath (@DeepikaSRajawat) April 9, 2023
ଏହି ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବା ପରେ ଲୋକମାନେ ଆପତ୍ତି ଉଠାଇଥିଲେ । କେହି କେହି ଦଲାଇଲାମାଙ୍କ ଏପରି ବ୍ୟବହାରକୁ ତିରସ୍କାର କରୁଥିବା ବେଳେ କେହି କେହି ତାଙ୍କ ସପକ୍ଷରେ ଥିଲେ ।
ଜଣେ ୟୁଜର ଲେଖିଥିଲେ, 'ଦଲାଇଲାମାଙ୍କ ଏତାଦୃଶ କାର୍ଯ୍ୟ ଖୁବ୍ ନିନ୍ଦନୀୟ । ତାଙ୍କ ଠାରୁ ଏପରି ବ୍ୟବହାର ଆଶା କରାଯାଉ ନଥିଲା । ଅତୀତରେ ତାଙ୍କୁ ଏଭଳି ବିବୃତ୍ତି ପାଇଁ କ୍ଷମା ମାଗିବାକୁ ପଡୁଥିଲା । ଏକ ଛୋଟ ପିଲାକୁ ଜିଭ ଚୁଚୁମିବାକୁ କହିବା ଘୃଣ୍ୟ ଅଟେ । ଅନ୍ୟ ଜଣେ ଜଣେ ୟୁଜର ଯୌନ ଶୋଷଣ ଅଭିଯୋଗ କରି ଦଲାଇଲାମାଙ୍କୁ ଗିରଫ କରିବାକୁ ଦାବି କରିଥିଲେ ।
ଏହାପୂର୍ବରୁ ୨୦୧୯ରେ ଦଲାଇଲାମା ଦେଇଥିବା ବୟାନ୍ ପାଇଁ ମଧ୍ୟ ବିବାଦ ଉପୁଜିଥିଲା । ତାଙ୍କର ଉତ୍ତରାଧିକାରୀ ଯଦି ଜଣେ ମହିଳା ହେବାକୁ ଚାହାଁନ୍ତି, ତେବେ ସେ ଅଧିକ ଆକର୍ଷଣୀୟ ହେବା ଉଚିତ୍ । ପରେ ଦଲାଇଲାମା ତାଙ୍କର ଏହି ବିବୃତ୍ତି ପାଇଁ କ୍ଷମା ମାଗିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)