Advertisment

ପୁଣି ଚୀନକୁ ଫେରିଲା କରୋନା, ହେଲା ଲକ୍‌ଡାଉନ୍‌...

କିଛି ଦିନର ବ୍ୟବଧାନ ପରେ ଚୀନକୁ ପୁଣି ଫେରିଛି କରୋନା। ଫଳରେ ଚୀନର ସବୁଠୁ ବଡ଼ ଜିଲ୍ଲା ବାଇୟୁନ୍‌ରେ ଲକ୍‌ଡାଉନ୍ କଟକଣା ଲାଗିଛି।

ଅଦ୍ୟତନ ହୋଇଛି
COVID 19 Cases Rise in China

Covid cases on rise in China again

Advertisment

କିଛି ଦିନର ବ୍ୟବଧାନ ପରେ ଚୀନକୁ ପୁଣି ଫେରିଛି କରୋନା। ଫଳରେ ଚୀନର ସବୁଠୁ ବଡ଼ ଜିଲ୍ଲା ବାଇୟୁନ୍‌ରେ ଲକ୍‌ଡାଉନ୍ କଟକଣା ଲାଗିଛି। ଗୁନଜାଓ ସହରରେ ଗତ ସୋମବାରରେ ୯ ହଜାର ୮୫ କରୋନା କେସ୍ ବାହାରିଥିବା ବେଳେ ପୁରା ଚୀନରେ ୨୭ ହଜାର ୯୫ କରୋନା କେସ୍‌ ସାମ୍ନାକୁ ଆସିଛି। ଏହାପରେ ସମସ୍ତ ପବ୍ଲିକ୍ ଟ୍ରାନ୍ସପୋର୍ଟକୁ ବନ୍ଦ କରାଯିବା ସହ ଘରୁ ବାହାରିଲେ କରୋନା ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ମସ୍ତିଷ୍କ ଉପରେ କୁପ୍ରଭାବ ପକାଉଛି କରୋନା ! ଭଲ ହେବା ପରେ ବି . . .

କରୋନା ଟେଷ୍ଟ ବାଧ୍ୟତାମୂଳକ କରିବା ସହ ପରିବାରର ସମସ୍ତଙ୍କ କରୋନା ପରୀକ୍ଷା କରାଯାଇଛି। ସାଢ଼େ ୩ ମିଲିୟନରୁ ଅଧିକ ଜନସଂଖ୍ୟା ଥିବା ବାଇୟୁନ୍ ଜିଲ୍ଲାରେ ସ୍କୁଲ, କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନକୁ ଅନିର୍ଦ୍ଦିଷ୍ଟକାଳ ଯାଏ ଛୁଟି ଘୋଷଣା ହୋଇଛି।

Advertisment

ପରିସ୍ଥିତିକୁ ଅଧିକ ବିଗାଡ଼ିଛି ବେଜିଂରେ କରୋନା ମୃତ୍ୟୁ। ବେଜିଂରେ ଚଳିତ ସପ୍ତାହରେ କରୋନାରେ ୩ ଜଣଙ୍କ ମୃତ୍ୟୁ ହେବା ପରେ ତତ୍ପରତା ବଢ଼ିଛି। ଡିସେମ୍ବର ପରେ ପ୍ରଥମ ଥର ପାଇଁ ବେଜିଂରେ କରୋନା ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଏବେ ଚୀନରେ ଜିରୋ କରୋନା କେସ୍ ପଲିସି ଆଧାରରେ ନିୟମ ଲାଗୁ ହୋଇଛି। 

Coronavirus COVID-19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ