Advertisment

୬ ମାସର ଶିଶୁ ନେବେ କୋଭିଡ୍‌ ଟିକା

ଆମେରିକାରେ ୬ ମାସର ଶିଶୁଙ୍କୁ ଦିଆଯିବ କରୋନା ଟିକା। ୟୁଏସ୍ ଫୁଡ୍ ଓ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ପକ୍ଷରୁ ଏନେଇ ଦୁଇଟି କମ୍ପାନୀକୁ ଜରୁରୀ ଅନୁମୋଦନ ମିଳିଛି।

author-image
Rajalaxmi Sahoo
COVID-19 Vaccines for Children 6 Months

COVID-19 Vaccines for Children 6 Months

ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଖାଲି ଭାରତ ନୁହେଁ ଅନ୍ୟ ଦେଶରେ ମଧ୍ୟ ସଂକ୍ରମଣ ମାମଲା ବୃଦ୍ଧି ପାଇଛି। ସଂକ୍ରମଣ ବଢ଼ୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି କଟକଣାକୁ ଆହୁରି କଡ଼ାକଡ଼ି କରାଯାଇଛି। ଏହାସହ ଟିକାକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। 

Advertisment

ଆମେରିକାରେ ୬ ମାସର ଶିଶୁଙ୍କୁ ଦିଆଯିବ କରୋନା ଟିକା। ୟୁଏସ୍ ଫୁଡ୍ ଓ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ପକ୍ଷରୁ ଏନେଇ ଦୁଇଟି କମ୍ପାନୀକୁ ଜରୁରୀ ଅନୁମୋଦନ ମିଳିଛି। ୬ ମାସରୁ ୫ ବର୍ଷର ପିଲାଙ୍କୁ ମର୍ଡଣ୍ଣା ଟିକାର ଦୁଇ ଡୋଜ୍ ଲଗାଯିବ।

ସେହିପରି ୬ ମାସରୁ ୪ ବର୍ଷର ପିଲାଙ୍କୁ ଫାଇଜର୍‌ର ୩ଟି ଡୋଜ୍ ଟିକା ଦିଆଯିବ। ଟିକାକରଣରେ ଆଉ ପାଦେ ଆଗକୁ ଯାଇ ଏଭଳି ନିଷ୍ପତ୍ତି ଆମେରିକାରେ ନିଆଯାଇଛି। ଖୁବ୍ ଶୀଘ୍ର ୧୦ ମିଲିୟନ୍ ଡୋଜ୍ ଦେଶର ବିଭିନ୍ନ ଅଞ୍ଚଳରେ ପହଞ୍ଚା ଯିବାକୁ ଯୋଜନା ହୋଇଛି। 

Advertisment
COVID19 COVID19 Vaccine Coronavirus COVID19 Vaccination
Advertisment
Advertisment