Advertisment

ଆପଣ କୌଣସି ହୋଟେଲ୍ ବୁକ୍ କରୁଛନ୍ତି କି; କିପରି ଜାଣିବେ ସିକ୍ରେଟ୍ କ୍ୟାମେରା ଅଛି କି ନାହିଁ

ଆପଣ ଯଦି କୌଣସି ହୋଟେଲ୍ ବୁକ୍ କରୁଛନ୍ତି ତେବେ ଧ୍ୟାନ ଦେବା ଜରୁରୀ। ଅନେକ ହୋଟେଲ୍‌ରେ ସିକ୍ରେଟ୍ କ୍ୟାମେରା ଲାଗିଥିବା ଖବର ସାମ୍ନାକୁ ଆସୁଛି। ତେବେ ଆପଣ କିପରି ଏହାକୁ ଖୋଜି ପାଇପାରିବେ ଜାଣନ୍ତୁ ଟିପ୍ସ।

author-image
Pramod Behera
Couple scared after discovering hidden camera in their airbnb

Couple scared after discovering hidden camera in their airbnb

ବୁକ୍ କରିଥିବା Airbnb ଭିତରେ ବେଡ୍‌ରେ ଏକ ସିକ୍ରେଟ୍ କ୍ୟାମେରା ପାଇବା ପରେ ଏକ ଦମ୍ପତି ଭୟଭୀତ ହୋଇପଡିଛନ୍ତି।

Advertisment

ଆନା ଲୁସିଆ ବେଜେରା(Ana Lucia Bezerra) ଓ ଜୁଲିଆ ଷ୍ଟପ୍ପା(Júlia Stoppa) ରହଣୀ ପାଇଁ ଅନଲାଇନ ବୁକ୍ କରିଥିଲେ। ଏହି ଯୋଡି ବ୍ରାଜିଲର ଗୋଏନିଆରେ ଥିବା ନିଜ ଘରୁ ୮୦୦ ମାଇଲରୁ ଅଧିକ ଯାତ୍ରା କରିଥିଲେ। ଏନେଇ ସେମାନେ ବିଶ୍ରାମ ପାଇଁ ଘର ବୁକ୍ କରିଥିଲେ।

ତେବେ, ଯେତେବେଳେ ଏହି ସେମାନଙ୍କ ଶଯ୍ୟା ଆଡକୁ ଥିବା ଆଲମିରାରେ ଏକ ସିକ୍ରେଟ୍ କ୍ୟାମେରା ଲାଗିଥିବା ଦେଖିଲେ ସେମାନେ ଭୟଭୀତ ହୋଇପଡିଥିଲେ।

Advertisment

ପ୍ରଥମେ ଏହି କ୍ୟାମେରାର ଝଲର ଷ୍ଟପ୍ପା ଦେଖି ବେଜେରାଙ୍କୁ କହିଥିଲେ। ସେ ମୋବାଇଲ୍ ଫୋନର ଫ୍ଲାସ୍ ସହିତ ଏକ ଫଟୋ ଉଠାଇଲେ ଯାହା ପ୍ରକୃତରେ ଏକ କ୍ୟାମେରା ଲେନ୍ସ ପରି ଦେଖାଯାଉଥିଲା।

ଏହାପରେ ସେମାନେ ଏହାର ସୁଟିଂ କରିଥିଲେ। Airbnb ନିକଟରେ ଅଭିଯୋଗ କରିବା ପୂର୍ବରୁ ଏହି ଦମ୍ପତି ତୁରନ୍ତ ପୋଲିସକୁ ଖବର ଦେଇଥିଲେ।

Airbnb ଏହି ସମସ୍ୟାକୁ ଗ୍ରହଣ କରି ଏହାର ଅନୁସନ୍ଧାନ କରି ସହ ସ୍ଥାନୀୟ ଆଇନ ଶୃଙ୍ଖଳାର ସହାୟତା ନେବାକୁ କହିଛି।

ତେବେ Airbnb କିମ୍ବା ହୋଟେଲରେ ଥିବା ଲୁକ୍କାୟିତ କ୍ୟାମେରାକୁ ଆପଣ କିପରି ଯାଞ୍ଚ କରିପାରିବେ ସେ ସମ୍ବନ୍ଧରେ ଜଣେ ସୁରକ୍ଷା ବିଶେଷଜ୍ଞ ତାଙ୍କ ଟିପ୍ସ ଓ କୌଶଳକୁ ଶେୟାର କରିଛନ୍ତି।

ଲୁକ୍କାୟିତ କ୍ୟାମେରା ଖୋଜିବା କେତେ ସରଳ ତାହା ଦର୍ଶାଇ ମାର୍କସ୍ ହୁଚିନ୍ସ (@malwaretech)) ଏକ ଟିକ୍‌ଟକ୍ ପୋଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଶଯ୍ୟା ଉପରେ ଥିବା ଫାୟାର୍ ଆଲାର୍ମ, ସାୱାର ହେଡ୍ କିମ୍ବା ଆଲାର୍ମ ଘଣ୍ଟା ଆଦିରେ ସିକ୍ରେଟ୍ କ୍ୟାମେରା ଥାଇପାରେ। ତେଣୁ ଏସବୁ ଯାଞ୍ଚ କରିବା ଦରକାର।

ଭିଡିଓରେ, ହୁଚିନ୍ସ ଏକ ଲୁକ୍କାୟିତ କ୍ୟାମେରା ଅଛି କି ନାହିଁ ଆପଣ କିପରି ଜାଣିପାରିବେ ତାହା ଦେଖାଇବା ପାଇଁ ବେଡ୍ ଉପରେ ଥିବା ଫାୟାର ଆଲାର୍ମର ଉଦାହରଣ ଦେଖେଇଛନ୍ତି।

ସେ କହିଛନ୍ତି ଯେ ଡିଭାଇସ୍ କ୍ୟାମେରା କି ନାହିଁ ତାହା ଜାଣିବାର ଗୋଟିଏ ଉପାୟ ହେଉଛି ଏଥିରୁ ଏକ ଉଜ୍ଜ୍ୱଳ ଆଲୋକ ଆସିବା। ଯଦି ଆପଣ ଏକ କ୍ୟାମେରା ଲେନ୍ସକୁ ହିଟ୍ କରନ୍ତି, ଏହା ଏକ ନୀଳ ରଙ୍ଗର ଆଲୋକ ବାହାରିବ। ଆପଣ ବର୍ତ୍ତମାନ ନିଜ ଫୋନର କ୍ୟାମେରାକୁ ବ୍ୟବହାର କରି ପରୀକ୍ଷା କରି ପାରିବେ ବୋଲି ହୁଚିନ୍ସ କହିଛନ୍ତି।

CCTV Camera
Advertisment
Advertisment