/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647508975.jpg)
Coronavirus In China
କରୋନାର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚୀନରେ ପୁଣି କରୋନା ବିସ୍ପୋରଣ । ବିଭିନ୍ନ ସହରକୁ ଲକଡାଉନ୍ ଫେରିଛି । ସବୁଠାରୁ ବଡ ସହର ସାଂଘାଇରେ କୋଭିଡ -19ର ମାମଲା ବୃଦ୍ଧି ପାଉଥିବା ଜଣାପଡ଼ିଛି । ସଂକ୍ରମଣ ବଢ଼ୁଥିବାରୁ ଲକଡାଉନ୍ କରାଯାଇଛି, ଫଳରେ ଲକ୍ଷ ଲକ୍ଷ ଲୋକ ନିଜ ଘରୁ ବାହାରକୁ ବାହାରି ପାରୁନାହାନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ୪୩୭ଟି ନୂତନ ସଂକ୍ରମିତ ଚିହ୍ନଟ ହେବା ପରେ ସରକାରଙ୍କ ପାଇଁ ଚିନ୍ତା ବଢ଼ିଯାଇଛି । ଏହା ସହିତ ଦେଶରେ ବର୍ତ୍ତମାନ ୭୭୮୮ ଏଭଳି ମାମଲା ରହିଛି, ଯେଉଁଥିରେ ସଂକ୍ରମଣର କୌଣସି ଲକ୍ଷଣ ନାହିଁ । ଗତକାଲି ତୁଳନାରେ ଉଭୟ ମାମଲା ସାମାନ୍ୟ ଅଧିକ ରହିଛି । ଏଥି ସହିତ ଉତ୍ତର ପୂର୍ବ ପ୍ରଦେଶର ଜିଲିନରେ ରବିବାର ଦିନ ମୋଟ ୪୪୫୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନେକ ଦେଶ ତୁଳନାରେ ଏହି ସଂଖ୍ୟା କମ ଥିଲେ ସୁଦ୍ଧା ୨୦୧୯ର ଶେଷ ଭାଗ ଆଡ଼କୁ ଉହାନରୁ ଆସିଥିବା ମାମଲା ପରେ ପରେ ଏହା ସର୍ବାଧିକ ବୋଲି କୁହାଯାଉଛି ।
ବର୍ତ୍ତମାନ ୨.୬ କୋଟି ଜନସଂଖ୍ୟା ବିଶିଷ୍ଟ ସହରର ସଂଘାଇରେ ଦୁଇ ପର୍ଯ୍ୟାୟରେ ଲକଡାଉନ କରାଯାଇଛି । ଏଠାରେ ସ୍ଥିତି ଏତେ ଖରାପ ହୋଇଗଲାଣି ଯେ ଚୀନ୍ ପ୍ରଶାସନକୁ ସେନା ପଠାଇବାକୁ ପଡ଼ିଛି । ରିପୋର୍ଟ ଅନୁସାରେ ସଂଘାଇରେ ମୋଟ ପିଏଲ୍ଲର ୨,୦୦୦ ମେଡିକାଲ କର୍ମଚାରୀ ନିୟୋଜିତ କରିଛି । ବିଭିନ୍ନ କ୍ଷେତ୍ରରେ ହଜାର ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ଲୋକଙ୍କ ଘରକୁ ଘର ବୁଲି କରୋନା ପରୀକ୍ଷା କରାଯାଉଛି । ଏହା ସହିତ ଲୋକଙ୍କୁ ଘରେ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଉଛି ।
ପୁଡଙ୍ଗରେ ଲକ୍ଷ ଲକ୍ଷ ଲୋକ ତାଲାବନ୍ଦରେ
ପୂର୍ବ ପୁଡଙ୍ଗ ଅଞ୍ଚଳର ବାସିନ୍ଦାଙ୍କୁ ଶୁକ୍ରବାର ଦିନ ଠାରୁ ଘରୁ ବାହାରକୁ ଯିବା ପାଇଁ ଅନୁମତି ମିଳିବାର ଥିଲା, ହେଲେ ପଶ୍ଚିମ ଏହି ଅବଧିକୁ ଆଉ ଚାରିଦିନ ପାଇଁ ବଢ଼ାଇ ଦିଆଯାଇଛି । ପୁଡଙ୍ଗରେ ବର୍ତ୍ତମାନ ଲକ୍ଷ ଲକ୍ଷ ଲୋକ ତାଲାବନ୍ଦରେ ରହିଛନ୍ତି । ପ୍ରତିଦିନ COVID-19 ପାଇଁ ପରୀକ୍ଷା କରିବାକୁ, ଘରେ ମାସ୍କ ପିନ୍ଧିବା ଏବଂ ପରିବାର ସଦସ୍ୟଙ୍କ ନିକଟତର ନହେବା ପାଇଁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।
ତେବେ ଏହାକୁ ଲୋକେ ବିରୋଧ କରୁଛନ୍ତି । ଉହାନରେ ୭୬ ଦିନିଆ ଲକଡାଉନ୍ ଲାଗୁ କରାଯାଇଥିବା ସମୟରେ ଲୋକଙ୍କର କୌଣସି ଅଭିଯୋଗ ନଥିଲା । ହେଲେ ସଂଘାଇର ଅନେକ ଲୋକ ତାଲାବନ୍ଦ ପାଇଁ ଅସନ୍ତୋଷ ଜାହିର କରୁଛନ୍ତି । ନିଜ ନିଜର ସମସ୍ୟା ସୋସିଆଲ ମିଡିଆରେ ସେୟାର କରୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)