Advertisment

ଇମ୍ରାନଙ୍କ ପତ୍ନୀଙ୍କ ବନ୍ଧୁ ଏବେ ମାଲାମାଲ୍‌ ! ବଢ଼ିଛି ୪ ଗୁଣା ସମ୍ପତ୍ତି, ଚର୍ଚ୍ଚାରେ ୬୮ ଲକ୍ଷର ବ୍ୟାଗ୍‌

ପାକିସ୍ତାନରେ ଇମ୍ରାନ ଖାନ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଇମ୍ରାନଙ୍କ ପତ୍ନୀ ବୁଶ୍‌ରା ବିବିଙ୍କ ବନ୍ଧୁ ଫରାହ ଖାନଙ୍କ ସମ୍ପତ୍ତି ୪ ଗୁଣା ବଢ଼ିଛି। ରିପୋର୍ଟ ଅନୁସାରେ, ଫରାହ ଖାନ ଦୁବାଇ ପଳାଇଛନ୍ତି। ତାଙ୍କ ପୂର୍ବରୁ ତାଙ୍କ ସ୍ୱାମୀ ବିଦେଶ ପଳାଇଛନ୍ତି। ତାଙ୍କ ପାଖରେ ଥିବା ୬୮ ଲକ୍ଷ ଟଙ୍କାର ବ୍ୟାଗ୍‌କୁ ନେଇ ମଧ୍ୟ ଚର୍ଚ୍ଚା।

author-image
Rajalaxmi Sahoo
Wealth of Farah Khan

Wealth of Farah Khan

ପାକିସ୍ତାନରେ ଇମ୍ରାନ ଖାନ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଇମ୍ରାନଙ୍କ ପତ୍ନୀ ବୁଶ୍‌ରା ବିବିଙ୍କ ବନ୍ଧୁ ଫରାହ ଖାନଙ୍କ ସମ୍ପତ୍ତି ୪ ଗୁଣା ବଢ଼ିଛି। ୨୦୧୭ରେ ପରାହ ତାଙ୍କ ସମ୍ପତ୍ତି ୨୩୧.୬ ମିଲିୟନ(୨୩ କୋଟି ୧୬ ଲକ୍ଷ ପାକିସ୍ତାନୀ ମୁଦ୍ରା ଅନୁସାରେ) ଥିବା ଦର୍ଶାଇ ଥିଲେ। ହେଲେ ୨୦୨୧ରେ ଏହି ସମ୍ପତ୍ତି ବୃଦ୍ଧି ପାଇ ୯୭୧ ମିଲିୟନ(୯୭ କୋଟି ୧୦ ଲକ୍ଷ  ପାକିସ୍ତାନୀ ମୁଦ୍ରା ଅନୁସାରେ)ରେ ପହଞ୍ଚିଛି। 

Advertisment

ଅନ୍ୟପଟେ ଫରାହ ପାକିସ୍ତାନ ଛାଡ଼ି ଦୁବାଇ ପଳାଇ ଥିବା ସୂଚନା ମିଳିଛି। ଯଦି ପାକିସ୍ତାନରେ ନୂଆ ସରକାର ଗଠନ ହୁଏ, ତା’ହେଲେ ବୁଶ୍‌ରା ଗିରଫ ହୋଇପାରନ୍ତି। ତେଣୁ ଗିରଫ ଭୟରେ ସେ ଦେଶ ଛାଡ଼ି ପଳାଇଥିବା ଚର୍ଚ୍ଚା ହେଉଛି। ବୁଶ୍‌ରାଙ୍କ ସ୍ୱାମୀ ଅଶନ୍‌ ଜାମିଲ୍‌ ଗୁଜ୍ଜର ମଧ୍ୟ ଆମେରିକା ପଳାଇଥିବା ଜଣାପଡ଼ିଛି। ଏବେ ଫରାହଙ୍କୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। 

ଇମ୍ରାନଙ୍କ ଅତି ନିକଟତର ଅଲିମ ଖାନ ଫରାହଙ୍କ ବିରୋଧରେ ଭ୍ରଷ୍ଟାଚାର ଭଳି ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି, ପଞ୍ଜାବ ପ୍ରଦେଶରେ ନିଯୁକ୍ତି  ଓ ଟ୍ରାନ୍ସଫର ପାଇଁ ଫରାହଙ୍କୁ ଲକ୍ଷ ଲକ୍ଷ ଟଙ୍କା ମିଳିଥିଲା। ଅନେକ ସହରରେ ଫରାହଙ୍କ ସମ୍ପତ୍ତି ଥିବାବେଳେ ଅନେକ ବ୍ୟବସାୟିକ କ୍ଷେତ୍ରରେ ସେ ଲକ୍ଷାଧିକ ଟଙ୍କା ନିବେଶ କରିଥିବା ଅଲିମ ଅଭିଯୋଗ କରିଛନ୍ତି। 

Advertisment

ଦସ୍ତାବିଜ ଅନୁସାରେ, ୨୦୧୯ରେ Tax Amnesty ସ୍କିମ୍‌ର ଫାଇଦା ଉଠାଇ ଫରାହ କଳାଧନକୁ ଧଳା କରିଥିଲେ ଓ ସ୍କିମ୍‌ ଅଧୀନରେ ୩୨୮ ମିଲିୟନ(୩୨ କୋଟି ୮୦ ଲକ୍ଷ ) ଟଙ୍କାର ସମ୍ପତ୍ତି ଘୋଷଣା କରିଥିଲେ। ଖାଲି ଏତିକି ନୁହେଁ ଲାହୋର ଏବଂ ଇସଲାମାବାଦରେ ସେ ବିଳାସପୂର୍ଣ୍ଣ ସମ୍ପତ୍ତି କିଣିଛନ୍ତି। ଏଥିରେ ଇସଲାମାବାଦର ଏକ ବିଳାସପୂର୍ଣ୍ଣ ଅଞ୍ଚଳରେ ନିର୍ମିତ ଏକ ଭିଲ୍ଲା ମଧ୍ୟ ରହିଛି। 

୨୦୧୭ରେ ଫରାହଙ୍କ ସମ୍ପତ୍ତି  ୨୩ କୋଟି ୧୬ ଲକ୍ଷ ୩୫ ହଜାର ୨୯୭ ଟଙ୍କା ଥିଲା। ଏହାପରେ ପରବର୍ତ୍ତୀ ବର୍ଷ ତାଙ୍କର ସମ୍ପତ୍ତି ୬୯ କୋଟି ୯୧ ଲକ୍ଷ ୩୭ ହଜାର ୮୩୯ ଟଙ୍କା ହୋଇଥିଲା। UAEରେ ସେ ଏକ ଫ୍ଲାଟ୍‌ କିଣିଥିଲେ। ଯାହାର ମୂଲ୍ୟ ୧ କୋଟି ୫୭ ଲକ୍ଷ ୪୯ ହଜାର ୪୭୯ ଟଙ୍କା। ଏଭଳି ଭାବେ ସେ ପାକିସ୍ତାନ ଓ ପାକିସ୍ତାନ ବାହାରେ ତାଙ୍କର ମୋଟ୍ ସମ୍ପତ୍ତି ୭୧ କୋଟି ୪୮ ଲକ୍ଷ ୮୭ ହଜାର ୩୧୮ ଟଙ୍କାର ରହିଛି। ୨୦୨୦ରେ ଫରାହଙ୍କ ମୋଟ୍‌ ସମ୍ପତ୍ତି ୭୪ କୋଟି ୩ ଲକ୍ଷ ୧୬୬ ଟଙ୍କାରେ ପହଞ୍ଚି ଥିଲା। ଦସ୍ତାବିଜ୍‌ ଅନୁସାରେ, ୨୦୨୧ରେ ତାଙ୍କର ସମ୍ପତ୍ତି ୯୭ କୋଟି ୧୮ ଲକ୍ଷ ୬୯ ହଜାର ୧୮୭ ଟଙ୍କାରେ ପହଞ୍ଚିଛି। 

ଇସମଲାମାବାଦର ସେକ୍ଟର ଏଫ୍‌-୭/୨ରେ ଫରାହଙ୍କ ଏକ ଘର ରହିଛି। ଯାହାକୁ ସେ ୧୯୫ ମିଲିୟନ(୧୯ କୋଟି ୫୦ ଲକ୍ଷ)ରେ କିଣିଥିଲେ। ୨୦୧୮ରେ ସେ ଟ୍ୟାକ୍ସ ଫାଇଲ୍‌ କରିନଥିଲେ। ତେବେ ଉସ୍ମାନ ବୁଜଦାର ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାର ବର୍ଷକ ମଧ୍ୟରେ ଫରାହଙ୍କ ସମ୍ପତ୍ତି ହୁ ହୁ ହୋଇ ବଢ଼ିବାରେ ଲାଗିଥିଲା। 

ପାକିସ୍ତାନୀ ନ୍ୟୁଜ୍‌ପେପର ‘ ଡନ୍‌’ର ରିପୋର୍ଟ ଅନୁସାରେ, ଫରାହ ଖାନ ଦୁବାଇ ପଳାଇଛନ୍ତି। ତାଙ୍କ ପୂର୍ବରୁ ତାଙ୍କ ସ୍ୱାମୀ ବିଦେଶ ପଳାଇଛନ୍ତି। ତାଙ୍କ ପାଖରେ ଥିବା ୬୮ ଲକ୍ଷ ଟଙ୍କାର ବ୍ୟାଗ୍‌କୁ ନେଇ ମଧ୍ୟ ଚର୍ଚ୍ଚା।

Imran Khan Pak PM Imran Khan
Advertisment
Advertisment