Advertisment

ଭାରତ ମହାସାଗରରେ ବୁଡିଗଲା ଚୀନର ମାଛଧରା ଡଙ୍ଗା; ୩୯ ନିଖୋଜ

ଆଜି ଭୋରରୁ ୩୯ଜଣଙ୍କୁ ନେଇ ଭାରତ ମହାସାଗରରେ ଡଙ୍ଗାଟି ଯାଉଥିବା ବେଳେ ଅଚାନକ ବୁଡି ଯାଇଥିଲା ।

author-image
Manoranjan Behera
ଅଦ୍ୟତନ ହୋଇଛି
Chinese Fishing Boat Capsizes In Indian Ocean

Chinese longliner

ଚୀନରେ ମାଛଧରା ଡଙ୍ଗାବୁଡି ୩୯ଜଣ ନିଖୋଜ ଅଛନ୍ତି । ଆଜି ଭୋରରୁ ୩୯ଜଣଙ୍କୁ ନେଇ ଭାରତ ମହାସାଗରରେ ଡଙ୍ଗାଟି ଯାଉଥିବା ବେଳେ ଅଚାନକ ବୁଡି ଯାଇଥିଲା । ଡଙ୍ଗାରେ ଚୀନ ଓ ଇଣ୍ଡୋନେସିଆରୁ ୧୭ଜଣ ଲେଖାଏଁ  ଥିଲେ । ଏଥିସହ ଫିଲିପାଇନସର ୫ଜଣ ବ୍ୟକ୍ତି ଥିଲେ । 

Advertisment

ନିଖୋଜମାନଙ୍କୁ ଉଦ୍ଧାର କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଆରମ୍ଭ ହୋଇଛି । ଡଙ୍ଗାଟି କେଉଁ କାରଣରୁ ବୁଡିଲା ସେ ସମ୍ପର୍କରେ ଜଣାପଡିନାହିଁ । ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ୍ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଚୀନର ଅନେକ ବ୍ୟକ୍ତି ମାଛଧରି ଜୀବିକା ନିର୍ବାହ କରିଥାନ୍ତି । ଏଥିପାଇଁ ସେମାନେ ମାସ ମାସ ଧରି ସମୁଦ୍ରରେ ରହିଥାନ୍ତି ।

ପୂର୍ବାଞ୍ଚଳ ଶାନ୍ଦୋଗ୍‌ ପ୍ରଦେଶର ‘ଦି ଲୁପେଙ୍ଗ୍‌ଲାଇୟୁନାୟୁ ନମ୍ବର ୮’ ନାମକ ଉକ୍ତ ବୋଟ୍‌କୁ ‘ପେଙ୍ଗାଇୟିଙ୍ଗୁୟୁ କୋ. ଲିମିଟେଡ୍‌’ ଚଳପ୍ରଚଳ କରାଏ। କିନ୍ତୁ, ‘ବୋଟ୍‌’ ବୁଡ଼ିଯିବା ବିଷୟରେ କ‌ୌଣସି କାରଣ ଦର୍ଶାଯାଇ ନାହିଁ।

Advertisment

ସୂଚନାଯୋଗ୍ୟ,  ଚୀନ୍‌ ବିଶ୍ୱରେ ସବୁଠୁ ଅଧିକ ସଂଖ୍ୟକ ମାଛମରା ବୋଟ୍‌ ଚଳାଏ ବୋଲି କୁହାଯାଏ। ଚୀନ୍‌ର ରାଷ୍ଟ୍ରାୟତ ‘ସାମୁଦ୍ରିକ ନିରାପତ୍ତା ଏଜେନ୍‌ସି’ର  ସହଯୋଗ ଏବଂ ବହୁସଂଖ୍ୟକ ସହାୟକ ପୋତ ନେଟ୍‌ୱାକ୍‌ଠାରୁ ସହାୟତା ପାଇଁ ଉକ୍ତ ମାଛମରା ବୋଟ୍‌ଗୁଡ଼ିକ ମାସ ମାସ କିଂବା ବର୍ଷ ବର୍ଷ ଧରି ସମୁଦ୍ରରେ ମାଛ ମାରୁ ଥାଆନ୍ତି।

Boat Capsize
Advertisment
Advertisment