/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691932325.jpg)
Terrorist Attack
ପାକିସ୍ତାନର ଗ୍ୱାଦରରେ ଚୀନର ଏକ କନଭୟେ ଉପରେ ଆତଙ୍କୀ ହମଲା ହୋଇଛି । ୨୩ ଚୀନ୍ ଇଂଜିନିୟରଙ୍କୁ ନେଇ ଯାଉଥିବା ଗାଡ଼ି ଉପରେ ଆକ୍ରମଣ ହୋଇଥିବାର ସୂଚନା ମିଳିଛି ।ଆକ୍ରମଣରେ ୪ ଚୀନ୍ ନାଗରିକ ଓ ୯ ପାକ୍ ସୈନ୍ୟ ମୃତ । ଆକ୍ରମଣ ନେଇ ବେଲୋଚିସ୍ତାନ ଲିବେରେସନ୍ ଆର୍ମି ନିଜକୁ ଦାୟୀ କରିଛି ।
ପାକିସ୍ତାନରେ ଆତଙ୍କୀ ହମଲା । ଚୀନର କନଭୟେ ଉପରକୁ ଆତଙ୍କୀଙ୍କ ଆକ୍ରମଣ । ୨୩ ଜଣ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ଚୀନ କନଭୟେ ଉପରକୁ ଆକ୍ରମଣ ହୋଇଥିବାର ସୂଚନା ମିଳିଛି । ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶରେ ସଶସ୍ତ୍ର ବିଦ୍ରୋହୀମାନେ ଚୀନ୍ ଇଞ୍ଜିନିୟର୍ ମାନଙ୍କର ଗାଡ଼ି ଉପରେ ଆକ୍ରମଣ କରିଥିବା କଥା ‘ଦି ବାଲୋଚିସ୍ତାନ୍ ପୋଷ୍ଟ୍’ ରିପୋର୍ଟ କରିଛି।
ବନ୍ଦର ନଗରୀ ଗ୍ୱାଦାରର ଚାରିଆଡ଼କୁ ବିସ୍ଫୋରଣ ଓ ଗୁଳି ଫୁଟିବା ଶବ୍ଦ ଶୁଭୁଥିବା ବେଳେ ଯାନବାହନ ଚଳାଚଳ ପାଇଁ ସବୁ ସଡ଼କ ପଥ ବନ୍ଦ କରିଦିଆଯାଇଛି । 'ଦି ବାଲୁଚିସ୍ତାନ ପୋଷ୍ଟ'ର ରିପୋର୍ଟ ଅନୁଯାୟୀ, ପୋର୍ଟ ସିଟି ନାମରେ ପରିଚିତ ଗ୍ୱାଦରରେ ବିସ୍ଫୋରଣ ଓ ଗୁଳି ବିନିମୟ ହୋଇଥିଲା। ବଲୁଚିସ୍ତାନ ପୋଷ୍ଟ ନାମକ ଏକ ଗଣମାଧ୍ୟମ ପ୍ରେସ ବିଜ୍ଞପ୍ତିରେ ଦର୍ଶାଇ କହିଛି ଯେ, ଏହି ଆକ୍ରମଣ ସକାଳ ପ୍ରାୟ ୯ଟା ୩୦ ମିନିଟରେ ଘଟିଥିଲା ​​ଏବଂ ପ୍ରାୟ ଦୁଇ ଘଣ୍ଟା ଧରି ଗୁଳିବିନିମୟ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)