Advertisment

China Helps Pakistan: ଭାରତର ପାଣି ବନ୍ଦ ପରେ ପାକିସ୍ତାନକୁ ସାହାଯ୍ୟ ପାଇଁ ଆଗେଇ ଆସିଲା ଚୀନ, କଲା ଏମିତି ଘୋଷଣା

ଭାରତର ସିନ୍ଧୁ ଜଳଚୁକ୍ତି ସ୍ଥଗିତ ପରେ, ପାକିସ୍ତାନକୁ ଉତ୍କଟ ଜଳସଙ୍କଟରୁ ଉଦ୍ଧାର କରିବାକୁ ଆଗେଇ ଆସିଲା ଚୀନ । ନିକଟ ଭବିଷ୍ୟତରେ ପାକିସ୍ତାନରେ ଜଳାଭାବ ଦୂର ପାଇଁ ଏହାର ସ୍ୱାତ ନଦୀ ଉପରେ ନିର୍ମାଣାଧୀନ ମୋହମନ୍ଦ ଡ୍ୟାମ୍ କାର୍ଯ୍ୟ ଯଥାଶୀଘ୍ର ସାରିବାକୁ ଦେଲା ପ୍ରତିଶ୍ରୁତି ।

ଅଦ୍ୟତନ ହୋଇଛି
China Helps Pakistan

China Helps Pakistan

Advertisment

ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ଭାରତ ପାକିସ୍ତାନକୁ ପାନେ ଚଖାଇବାକୁ କଠୋର ପଦକ୍ଷେପମାନ ଗ୍ରହଣ କରିଛି । ତନ୍ମଧ୍ୟରୁ ୧୯୬୦ ମସିହାରେ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ 'ସିନ୍ଧୁ ଜଳଚୁକ୍ତି' ସ୍ଥଗିତ ଥିଲା ପ୍ରମୁଖ । ଭାରତର ଏହି ନିଷ୍ପତ୍ତି ପରଠୁ କୃଷି ଉପରେ ନିର୍ଭରଶୀଳ ଏହାର ଅର୍ଥବ୍ୟବସ୍ଥା ଭୁଶୁଡିଯିବାର ଆଶଙ୍କା କରି ପାକିସ୍ତାନ ଭୟଭୀତ ରହିଥିବାବେଳେ ଏବେ ତା'ର ବନ୍ଧୁ ଚୀନ୍ ଏହି ସାମ୍ଭାବ୍ୟ ଜଳ ବିପତ୍ତିରୁ ଉଦ୍ଧାରିବା ପାଇଁ ଆଗେଇ ଆସିଛି ।

Advertisment

ପାକିସ୍ତାନର ଅର୍ଥ ବ୍ୟବସ୍ଥା କୃଷି ପ୍ରଧାନ ଅଟେ ଏବଂ ସିନ୍ଧୁ ବେସିନ ଏହାର ଜୀବନ ରେଖା ଅଟେ । ଏପରି ସ୍ଥିତିରେ ଭାରତ ସିନ୍ଧୁ ଜଳଚୁକ୍ତି ସ୍ଥଗିତ ରଖିବା ପରେ ପାକିସ୍ତାନର ଡର ଯେ, ନିକଟ ଭବିଷ୍ୟତରେ ପାଣି ଅଭାବରୁ ଦେଶକୁ ବ୍ୟାପକ କ୍ଷତି ସହିବାକୁ ପଡିପାରେ । ବର୍ତ୍ତମାନ ଏହି ଆସନ୍ନ ବିପଦରୁ ପାକିସ୍ତାନକୁ ସାହାଯ୍ୟ କରିବାକୁ ଚୀନ୍ ଏହାର ଖୈବର ପଖତୁନଖ୍ୱା ପ୍ରଦେଶରେ ନିର୍ମାଣାଧୀନ ମୋହମନ୍ଦ ଡ୍ୟାମ୍ କାର୍ଯ୍ୟ ଯଥାଶୀଘ୍ର ସମ୍ଭବ ସମ୍ପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ଦେଇଛି, ଯାହାକି ପାକିସ୍ତାନକୁ ଏହାର ଜଳ ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି ।

ଅଧିକ ପଢ଼ନ୍ତୁ: ହାର୍‌ ସତ୍ତ୍ୱେ ମୁନୀରଙ୍କୁ ମିଳିଲା ପଦୋନ୍ନତି, ଏମିତି ତାତ୍ସଲ୍ୟ କଲେ ଲୋକେ

Advertisment

ଯେତେ ଶୀଘ୍ର ଏହି ଡ୍ୟାମ୍ କାର୍ଯ୍ୟ ସରିବ, ପାକିସ୍ତାନ ଏହି ଡ୍ୟାମ୍ ଜଳକୁ ବିଦ୍ୟୁତ ଶକ୍ତି ଉତ୍ପାଦନ, ବନ୍ୟା ନିୟନ୍ତ୍ରଣ, ଜଳସେଚନ ସହ ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର କରିବା ପାଇଁ ସକ୍ଷମ ହୋଇପାରିବ ।  

ଚୀନ କଲା ବଡ଼ ଘୋଷଣା...

ମୋହମନ୍ଦ ଡ୍ୟାମ୍ ପାକିସ୍ତାନର ମୋହମନ୍ଦ ହାଇଡ୍ରୋ ପ୍ରୋଜେକ୍ଟର ଏକ ଅଂଶ । ଚୀନ ଇଞ୍ଜିନିୟରିଂ କର୍ପୋରେସନ ଦ୍ୱାରା ସ୍ୱାତ ନଦୀ ଉପରେ ଏହି ଡ୍ୟାମ୍ ନିର୍ମାଣ କରାଯାଉଛି । ୨୦୧୯ରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଆସନ୍ତା ବର୍ଷ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ସିନ୍ଧୁ ଜଳଚୁକ୍ତ ସ୍ଥଗିତ ପରେ ନିକଟ ଭବିଷ୍ୟତରେ ପାକିସ୍ତାନରେ ସାମ୍ଭାବ୍ୟ ଜଳାଭାବ ସ୍ଥିତିକୁ ଦୃଷ୍ଟିରେ ରଖି ଚୀନ ସହାୟତାରେ ଡ୍ୟାମ୍ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି । ଚୀନର ସରକାରୀ ବ୍ରଡକାଷ୍ଟର 'ସିସିଟିଭି'ର ଏକ ରିପୋର୍ଟରେ ଏ ସମ୍ପର୍କରେ କୁହାଯାଇଛି । 

Advertisment

ରିପୋର୍ଟରେ କୁହାଯାଇଛି, ମୋହମନ୍ଦ ଡ୍ୟାମ୍ ପାକିସ୍ତାନର ପ୍ରମୁଖ ରାଷ୍ଟ୍ରୀୟ ପରିଯୋଜନା କ୍ଷେତ୍ରରେ ଏକ ମାଇଲଷ୍ଟୋନ ହେବ, ଯାହାର ନିର୍ମାଣ ଦ୍ରୁତବେଗରେ ଆଗେଇ ଚାଲିଛି ।

ସିନ୍ଧୁ ଜଳଚୁକ୍ତି ରବ୍ଦ ପରିଣାମ:

ଉଲ୍ଲେଖଯୋଗ୍ୟ, ୧୯୬୦ରେ ବିଶ୍ୱବ୍ୟାଙ୍କ ମଧ୍ୟସ୍ଥତାରେ ଭାରତ-ପାକିସ୍ତାନ ମଧ୍ୟରେ ସିନ୍ଧୁଜଳ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏହାର ଲକ୍ଷ୍ୟ ଥିଲା, ସିନ୍ଧୁ ନଦୀ ଏବଂ ଏହାର ସହାୟକ ନଦୀର ପାଣି ଆବଣ୍ଟନ ସୁଚାରୁ ଭାବେ କରିବା । ଚୁକ୍ତି ଅନୁସାରେ, ୬ଟି ନଦୀକୁ ଦୁଇଟି ଭାଗରେ ବିଭକ୍ତ କରି ଦିଆଯାଇଥିଲା । ପ୍ରଥମ ଭାଗରେ ପୂର୍ବ ନଦୀ ଯେଉଁଥିରେ ରହିଛି ବ୍ୟାସ, ରାବୀ ଏବଂ ସତଲୁଜ । ଏହି ନଦୀର ପାଣି କେବଳ ଭାରତକୁ ମିଳିବ । 

ପାକିସ୍ତାନ ଭାଗରେ ପଡ଼ିଥିଲା ସିନ୍ଧୁ, ଚେନାବ ଏବଂ ଝେଲମ ନଦୀ, ଯାହା ଭାରତ ଦେଇ ପାକିସ୍ତାନରେ ପହଞ୍ଚିଛି । ଏହି ତିନି ନଦୀର ପାଣି ପାକିସ୍ତାନର ଜଳକଷ୍ଟ ଦୂର କରିଥିଲା । ଏହି ନଦୀ ନ ଥିଲେ ହୁଏତ ଆଜି ପାକିସ୍ତାନରେ ହେଉଥିବା ଗହମ, ଚାଉଳ, କପା, ମକା ଆଦି ଫସଲ ନଥାନ୍ତା । 

ଅଧିକ ପଢ଼ନ୍ତୁ:ଖୋଲୁଛି ଗୁମର; ‘ଜ୍ୟୋତିଙ୍କ ଡାଏରୀ କହିବ ସତ’

China Pakistan Indus Waters Treaty India Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ