Advertisment

ଉଡ଼ାଣ ପୂର୍ବରୁ ଜଳିଗଲା ବିମାନ, ଦେଖନ୍ତୁ ଏହି ଭୟାନକ ଦୃଶ୍ୟ...

ଗୁରୁବାର ସକାଳେ ତିବ୍ଦତ ଏୟାରଲାଇନ୍ସର ଏକ ବିମାନ ଟେକ୍‌ ଅଫ୍‌(ଉଡ଼ାଣ ଭରିବା) ବେଳେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
China Plane Overruns Runway, Catches Fire

China Plane Overruns Runway, Catches Fire

ଟେକ୍‌ ଅଫ୍‌(ଉଡ଼ାଣ ଭରିବା) ବେଳେ ଯାତ୍ରୀବାହୀ ବିମାନରେ ଲାଗିଲା ନିଆଁ। ଚୀନରେ ଏହି ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ଗୁରୁବାର ସକାଳେ ତିବ୍ଦତ ଏୟାରଲାଇନ୍ସର ଏକ ବିମାନ ଚୋଙ୍ଗକିଙ୍ଗ୍‌ ଜିଆଙ୍ଗବେଇ ଅନ୍ତର୍ଜାତୀୟ ବିମାନବନ୍ଦର(Chongqing Jiangbei International Airport)ରେ ଉଡ଼ାଣ ଭରିବା ପାଇଁ ରନ୍‌ୱେରେ ଯାଉ ଥିବାବେଳେ ହଠାତ୍ ଖସି ଯାଇଥିଲା। ଏହାପରେ ଚାହୁଁଚାହୁଁ ବିମାନରେ ନିଆଁ ଲାଗି ଯାଇଥିଲା। 

Advertisment

ସୂଚନା ଅନୁସାରେ, ବିମାନଟି Chongqing ରୁ Lhasa ଅଭିମୁଖେ ଯାତ୍ରା ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହେଉଥିଲା। ହେଲେ ଏହା ପୂର୍ବରୁ ଉଡ଼ାଣ ଭରିବା ବେଳେ Chongqing Jiangbei International Airportରେ ଏହି ଅଘଟଣ ଘଟିଥିଲା। ସୌଭାଗ୍ୟବଶତଃ, ବିମାନରେ ଥିବା ୧୧୩ ଜଣ ଯାତ୍ରୀ ଓ ୯ ଜଣ କ୍ରିୟୁ ସୁରକ୍ଷିତ ଅଛନ୍ତି। ଏମାନଙ୍କୁ ସୁରକ୍ଷିତ ଭାବେ ବିମାନ ଭିତରୁ ଉଦ୍ଧାର କରାଯାଇଛି। କେଉଁ ପରିସ୍ଥିତିରେ ବିମାନରେ ନିଆଁ ଲାଗିଲା ତାହା ଜଣାପଡିନାହିଁ।

Advertisment

ତେବେ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। 

China Plane Catches Fire China Plane Catches Fire
Advertisment
Advertisment