/odishatv-khabar/media/post_attachments/uploadimage/library/16_9/16_9_0/Xi_Jinping_1669712206.jpg)
Xi Jinping
ମାସ ମାସ ଧରି ଲକଡାଉନରେ ରହିବା ପରେ ଭାଙ୍ଗିଛି ଲୋକଙ୍କ ଧୈର୍ଯ୍ୟର ବନ୍ଧ । ଶହ ଶହ ଲୋକ ଏକାଠି ହୋଇ ଚୀନ୍ ସରକାରଙ୍କ ଜିରୋ କୋଭିଡ୍ ପଲିସି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅତି କମରେ ଚୀନର ୬ଟି ପ୍ରମୁଖ ସହରରେ ଆନ୍ଦୋଳନ ତେଜିବାରେ ଲାଗିଛି । ଆନ୍ଦୋଳନକାରୀ ସି. ଜିନପିଙ୍ଗ ଡାଉନ ଡାଉନ୍, କମ୍ୟୁନିଷ୍ଟ ପାର୍ଟି ଡାଉନ ଡାଉନ୍ ସ୍ଲୋଗାନ ଦେଉଛନ୍ତି ।
ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ନିୟମିତ ସଂଘର୍ଷ ଦେଖିବାକୁ ମିଳୁଛି । ଗତରାତିରେ ସାଙ୍ଘାଇରେ ପୋଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଥିଲେ । ଉରୁମକି, ହୋଟାନ୍, ବେଜିଂ, ଉହାନ୍, ଚେଙ୍ଗଡୁ, ଗୁଆଙ୍ଗଜୋ, ଲାଞ୍ଜୋ ସହରରେ ବି ପୋଲିସକୁ ଚ୍ୟାଲେଞ୍ଜ କରିଛନ୍ତି ସାଧାରଣ ଜନତା । ସାଧାରଣ ଲୋକଙ୍କ ସହ ବହୁ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ମଧ୍ୟ ରାସ୍ତାକୁ ଓହ୍ଲାଇଛନ୍ତି । ୧୦ଟି ପ୍ରଦେଶର ୭୦ଟି ଶିକ୍ଷାନୁଷ୍ଠାନରେ ଆନ୍ଦୋଳନ ଦେଖିବାକୁ ମିଳୁଛି ।
ବଳ ପ୍ରୟୋଗ କରି ଆନ୍ଦୋଳନକୁ ଚପାଇ ଦେବା ଲାଗି ଚୀନ୍ ସରକାର ଚିରାଚରିତ ଉପାୟ ଆପଣେଇଛନ୍ତି । ଆନ୍ଦୋଳନକାରୀଙ୍କୁ ସାବାଡ୍ ଲାଗି ପୋଲିସ ଓ ସୁରକ୍ଷାକମୀଙ୍କୁ ନିୟୋଜିତ କରାଯାଇଛି । ସେହିପରି ଶହ ଶହ ଲୋକଙ୍କୁ ଗିରଫ କରାଗଲାଣି । ଅନ୍ୟପକ୍ଷରେ ଆନ୍ଦୋଳନ ଯେଭଳି ନବ୍ୟାପିବ ସେଥିଲାଗି ସୋସିଆଲ ମିଡିଆ ଉପରେ କଟକଣା ଲଗାଯାଇଛି । ଆନ୍ଦୋଳନ ସଂପର୍କିତ କୌଣସି ସର୍ଚ୍ଚ କଲେ ତାହା ଉପଲବ୍ଧ ହେଉନଥିବା ବେଳେ, କେବଳ ବିଜ୍ଞାପନ ଆସୁଛି । ଏମିତିକି ଚୀନି ଭାଷାରେ ସର୍ଚ୍ଚ କଲେ ମଧ୍ୟ ସମାନ ବିଜ୍ଞାପନ ଆସୁଛି । ସେହିପରି ଖବରକାଗଜ ଲେଖା ଉପରେ ବି କଟକଣା ଜାରି କରାଯାଇଛି ।
ଅନ୍ୟପକ୍ଷରେ ପୋଲିସ ଆକ୍ରୋଶରୁ ବର୍ତ୍ତିବା ଲାଗି ଅନେକ ସ୍ଥାନରେ ଲୋକ ଆନ୍ଦୋଳନରେ ସାମିଲ ହେଉଥିଲେ ମଧ୍ୟ, ସ୍ଲୋଗାନ ନଥିବା ସାଧା କାଗଜର ପ୍ଲାକାର୍ଡ ଧରି ଠିଆ ହେଉଥିବା ଦେଖିବାକୁ ମିଳୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)