/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757571563.jpg)
Manhunt for Charlie Kirk killer continues as Trump says it is 'dark moment for America'
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀଙ୍କୁ ଗୁଳି କରି ହତ୍ୟା । ୟୁଟା ଭେଲି ୟୁନିଭର୍ସିଟିର ଏକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ଚାର୍ଲି କିର୍କଙ୍କୁ କେହି ଦୁର୍ବୃତ୍ତ ଗୁଳି ମାଡ଼ କରିଥିଲା । ଗୁଳି ତାଙ୍କ ବେକରେ ବାଜିଥିଲା । ଗୁଳିକାଣ୍ଡ ବେଳର ଭିଜୁଆଲ କ୍ୟାମେରାରେ କଏଦ ହୋଇଛି । ଗୁଳି ବାଜିବା ପରେ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ ଚାର୍ଲି କିର୍କ। ୟୁନିଭର୍ସିଟି କ୍ୟାଂପସର ଏକ ଖୋଲା ସ୍ଥାନରେ ବଡ଼ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଭାଷଣ ଦେବା ବେଳେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା । କଞ୍ଜରଭେଟିଭ୍ ୟୁଥ୍ ଆସୋସିଏସନ- 'ଟର୍ନିଂ ପଏଣ୍ଟ ୟୁଏସଏ'ର ସିଇଓ ଥିଲେ ଚାର୍ଲି କିର୍କ। ଆତତାୟୀ ଦର୍ଶକଙ୍କ ଭିତରେ ଥାଇ ଗୁଳି ମାଡ଼ କରିଥିବା ପ୍ରାଥମିକ ସୂଚନା ମିଳିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ୫୦ରୁ ୧୦୦ ଫୁଟ ଉଚ୍ଚରୁ ଚାର୍ଲି କିର୍କଙ୍କୁ ଗୁଳି କରାଯାଇଛି । ଏହି କାର୍ଯ୍ୟକ୍ରମରେ ୩ ହଜାର ଲୋକ ଏକାଠି ହୋଇଥିଲେ ।
ନିଜେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରି ଚାର୍ଲିଙ୍କ ମୃତ୍ୟୁ ଖବର ସମ୍ପର୍କରେ ସୂଚନା ଦେଇଥିଲେ। ଚାର୍ଲିଙ୍କୁ ମହାନ ଓ ଲିଜେଣ୍ଡ କହିବା ସହ ଶୋକପ୍ରକାଶ କରିଛନ୍ତି ଟ୍ରମ୍ପ। ଚାର୍ଲିଙ୍କ ମୃତ୍ୟୁ ଆମେରିକା ପାଇଁ କଳା ମୁହୂର୍ତ୍ତ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ। ୨ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା ପରେ ଛାଡ଼ିଛି ପୋଲିସ। ଘଟଣାର ତଦନ୍ତ କରୁଛି FBI ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)