Advertisment

Quarters Vacated: ହଷ୍ଟେଲ ପରେ କ୍ବାର୍ଟର୍ସ ପାଳି, ଆରମ୍ଭ ହେଲା କ୍ବାର୍ଟର୍ସରୁ ଉଚ୍ଛେଦ

ଭଡ଼ାରେ ଲାଗିଛି ବାଣୀବିହାର କ୍ବାର୍ଟର୍ସ । ହଷ୍ଟେଲ ପରେ କ୍ବାର୍ଟର୍ସ ପାଳି । ଆରମ୍ଭ ହେଲା କ୍ବାର୍ଟର୍ସରୁ ଉଚ୍ଛେଦ ।

author-image
Ramakrushna Dakua
Quarters Vacated: ହଷ୍ଟେଲ ପରେ କ୍ବାର୍ଟର୍ସ ପାଳି, ଆରମ୍ଭ ହେଲା କ୍ବାର୍ଟର୍ସରୁ ଉଚ୍ଛେଦ

ରାଜଧାନୀ ଭୁବନେଶ୍ୱରର ଛାତି ଉପରେ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରୁ ପୁଣି ଆସିଲା ବଡ଼ ଖବର । ବାଣୀବିହାର କ୍ୟାମ୍ପସ ପରିସରରେ ଭଡ଼ାରେ ଲାଗିଥିବା ସରକାରୀ କ୍ୱାର୍ଟର୍ସକୁ ଖାଲି କରାଯାଉଛି । ପ୍ରଥମେ ଛାତ୍ରାବାସରୁ ଅଣଛାତ୍ରଙ୍କୁ ବାହାର କରାଯିବା ପରେ ଆଜି ଆରମ୍ଭ ହୋଇଛି ଷ୍ଟାଫ୍ କ୍ୱାର୍ଟରରୁ ବାହାର ଲୋକଙ୍କୁ ଉଚ୍ଛେଦ ପ୍ରକ୍ରିୟା । ଏଥିପାଇଁ କ୍ୟାମ୍ପସ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Advertisment

ଗତକାଲି ଏହି ପ୍ରସଙ୍ଗରେ ଅଶାନ୍ତ ହୋଇ ଉଠିଥିଲା ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ପରିସର । କୁଳପତିଙ୍କ କାର୍ଯ୍ୟାଳୟ ସାମ୍ନାରେ ବିଭିନ୍ନ ବିଭାଗର ଛାତ୍ର ଛାତ୍ରୀ ଓ ସେଲ୍ଫ ଫାଇନାନ୍ସିଂ କୋର୍ସ ଛାତ୍ରଙ୍କ ଧାରଣା ବିଳମ୍ବିତ ସଂଧ୍ୟା ଯାଏ ଜାରି ରହିଥିଲା । ନିକଟରେ ଅଣଛାତ୍ରଙ୍କୁ ହଷ୍ଟେଲରୁ ବାହର କଲେ, କିନ୍ତୁ ବସ୍ତି ଉଚ୍ଛେଦ କରାଗଲା ନାହିଁ କି ଯେଉଁସବୁ କ୍ୱାଟର ଭଡ଼ାରେ ଲାଗିଛି ସେଗୁଡ଼ିକୁ ଉଚ୍ଛେଦ କରାଗଲା ନାହିଁ ବୋଲି କୁହାଯାଇଥିଲା ।

ଛାତ୍ରଛାତ୍ରୀ ଅଭିଯୋଗ ଆଣିଥିଲେ ଯେ, ଏମିତି ହେବା ଫଳରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସର ଶୈଖିକ ବାତାବରଣ ନଷ୍ଟ ହେଉଛି , ନିଶା କାରବାର ବଢ଼ୁଛି ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ ଆଣିଥିଲେ । କ୍ୟାମ୍ପସ ପସିରରେ ପ୍ରାୟ ୫୦ରୁ ଅଧିକ କ୍ୱାର୍ଟର ଭଡ଼ାରେ ଲାଗିଛି। ଗତକାଲି ସନ୍ଧ୍ୟା ସୁଦ୍ଧା ଭଡ଼ା ଲାଗିଥିବା କ୍ୱାର୍ଟର ଉଚ୍ଛେଦ କରାଯିବ ବୋଲି କୁଳପତି ପ୍ରତିଶ୍ରୁତି ଦେଇଥିଲେ ।    

Advertisment
Odisha Breaking News
Advertisment
Advertisment