Advertisment

ଶ୍ରୀଲଙ୍କାରେ ବଡ଼ ସଙ୍କଟ: ଦିନକ ପାଇଁ ଅଛି ପେଟ୍ରୋଲ

୧୪ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମେ ମାସର ଦରମା ଦେବା ପାଇଁ ମଧ୍ୟ ସରକାରଙ୍କ ପାଖରେ ଟଙ୍କାର ଅଭାବ ରହିଛି

author-image
Chandan Shishu
ଅଦ୍ୟତନ ହୋଇଛି
Sri Lanka Crsis

Sri Lanka Crsis

ରାଜନୈତିକ ସଙ୍କଟ ସହ ଘୋର ଆର୍ଥିକ ସଙ୍କଟ ସହ ଯୁଝୁଥିବା ଶ୍ରୀଲଙ୍କାରେ ସରିବାକୁ ବସିଲାଣି ପେଟ୍ରୋଲ ଷ୍ଟକ୍। ଦେଶରେ ଆଉ ମାତ୍ର ଦିନକ ପାଇଁ ରହିଛି ପେଟ୍ରୋଲ। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଙ୍ଘେ କହିଛନ୍ତି ଦେଶରେ ଆଉ ମାତ୍ର ଦିନକ ପାଇଁ ପେଟ୍ରୋଲ ଗଚ୍ଛିତ ରହିଛି। ଦେଶକୁ ସମ୍ବୋଧନ କରିବା ଅବସରରେ ସେ ଏହା କହିଛନ୍ତି

Advertisment

ଅନ୍ତଃରାଷ୍ଟ୍ରୀୟ ବଜାରରୁ ତେଲ ଆମଦାନୀ ପାଇଁ ଡଲାର ଯୋଗାଡ଼ କରିବାକୁ ମଧ୍ୟ ଦେଶ ଅସମର୍ଥ ଅଟେ ବୋଲି କହିଛନ୍ତି ନୂଆ ପ୍ରଧାନମନ୍ତ୍ରୀ ବିକ୍ରମାସିଙ୍ଘଏ। କହିଛନ୍ତି ଆଗାମୀ କିଛି ମାସ ଆମ ପାଇଁ ଆହୁରି କଠିନ ସମୟ ହେବ। ସତ ଲୁଚାଇ ଜନତାଙ୍କୁ ମିଛ କହିବା ପାଇଁ ତାଙ୍କର କୌଣସି ଇଚ୍ଛା ନାହିଁ ବୋଲି ରଣସିଙ୍ଘେ କହିଛନ୍ତି। ଏପରିକି ୧୪ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମେ ମାସର ଦରମା ଦେବା ପାଇଁ ମଧ୍ୟ ସରକାରଙ୍କ ପାଖରେ ଟଙ୍କାର ଅଭାବ ରହିଛି।

ଶେଷ ଉପାୟ ଭାବେ ଟଙ୍କା ଛପାଇବା ପାଇଁ ସରକାର ବିଚାର କରୁଛନ୍ତି ଶ୍ରୀଲଙ୍କା। ଏବେ ସବୁଠୁ ବଡ଼ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଖାଦ୍ୟ, ବିଜୁଳି ସଙ୍କଟ ସହ ଇନ୍ଧନ ଏବଂ ଔଷଧର ଘୋର ଅଭାବ ଦେଖାଦେଇଛି। ଆର୍ଥିକ ସମସ୍ୟାରେ ପୀଡ଼ିତ ଲୋକେ ଆନ୍ଦୋଳନକୁ ଓହ୍ଲାଇବା ପରେ ଗତ ସୋମବାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମହିନ୍ଦା ରାଜପାକସେ। ଏହା ପରେ ରାନିଲ ବିକ୍ରମାସିଂଘେ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Advertisment
Sri Lanka Emergency Alert Srilanka Crisis
Advertisment
Advertisment