• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହେଲିପ୍ଟର ସହ ସେଲ୍ଫି ନେବା ହେଲା କାଳ, ଚାଲିଗଲା ଜୀବନ । ବିଦେଶରେ ଛୁଟି କଟାଇବାକୁ ଯାଇଥିବା ବେଳେ ଜଣେ ଯୁବକଙ୍କ ମୁଣ୍ଡରେ ହେଲିକପ୍ଟରର ଫ୍ୟାନ୍‌ ବାଜି ଜୀବନ ଚାଲିଯାଇଛି । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମୃତ ଯୁବକଙ୍କ ମୁଣ୍ଡ ଶରୀରରୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଛି । ହେଲିକପ୍ଟର ଅବତରଣ କରିବା ପୂର୍ବରୁ ହିଁ ଯୁବକ ଜଣକ ତଳକୁ ଓହ୍ଲାଇ ସେଲ୍ଫି ନେବାଥିବା କୁହାଯାଉଛି ।

ବ୍ରିଟେନର ଏକ ସମ୍ଭ୍ରାନ୍ତ ପରିବାରର ଥିଲେ ମୃତ ଯୁବକ ଜ୍ୟାକ୍ ଫେଣ୍ଟନ୍ । ପରିବାର ଓ କିଛି ବନ୍ଧୁଙ୍କ ସହ ଛୁଟି କଟାଇବାକୁ ଯାଇଥିଲେ । ଘଟଣା ଦିନ ସେ ତାଙ୍କର ତିନି ସାଙ୍ଗଙ୍କ ସହ ଏକ ହେଲିକପ୍ଟରରେ Mykonosରୁ ଗ୍ରୀକ୍ ରାଜଧାନୀ ଏଥେନ୍ସରେ ପହଞ୍ଚିଥିଲେ । ହେଲେ ଇଞ୍ଜିନ ବନ୍ଦ ହେବା ପୂର୍ବରୁ ସେ ତଳକୁ ଓହ୍ଲାଇ ଯିବା ପରେ ଦୁର୍ଘଟଣା ଘଟିଛି ।

ତେବେ ଦୁର୍ଘଟଣାର ତୁରନ୍ତ ପରେ ଏମରଜେନ୍ସି ସର୍ଭିସକୁ ଡକାଯାଇଥିଲା, କିନ୍ତୁ ହେଲିକପ୍ଟର ପଙ୍ଖାର ଯୋଗୁଁ ଜ୍ୟାକ୍ ଘଟଣାସ୍ଥଳରେ ଟଳି ପଡ଼ିଥିଲେ । ବର୍ତ୍ତମାନ ଦୁର୍ଘଟଣା ସମ୍ପର୍କରେ ତଦନ୍ତ କରୁଛି ପୋଲିସ୍‌ । ଏହି ପରିପ୍ରେକ୍ଷୀରେ ପାଇଲଟଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇପାରିବ, ଯଦି ସେ ଇଞ୍ଜିନ ବନ୍ଦ ହେବା ପୂର୍ବରୁ ଯାତ୍ରୀଙ୍କୁ ଓହ୍ଲାଇବାକୁ କହିଥିବେ ।

ଜ୍ୟାକ୍‌ଙ୍କ ବାପା The Hop Farm ମାର୍କେଟିଂ ଓ ସେଲ୍ସ୍‌ର PR ର ମୁଖ୍ୟ ଅଟନ୍ତି । ଏହି ଫାର୍ମ ୪୦୦ ଏକର ବ୍ୟାପ୍ତ ଓ ବହୁତ ପ୍ରସିଦ୍ଧ ମଧ୍ୟ । ଜ୍ୟାକ୍‌ଙ୍କ ବାପାମା’ ମଧ୍ୟ ଜ୍ୟାକ୍‌ଙ୍କ ପଛରେ ଆଉ ଏକ ହେଲିକପ୍ଟରରେ ଆସୁଥିଲେ । ସମସ୍ତେ ମିଶି ଛୁଟି କଟାଇବା ପାଇଁ ଯାଇଥିଲେ । ହେଲେ କିଏ ଜାଣିଥିବା ତାଙ୍କର ଏକମାତ୍ର ପୁଅର ଜୀବନ ଚାଲିଯିବ । ପୁଅକୁ ହରାଇ ଏବେ ତାଙ୍କ ବାପାମା’ ଓ ପରିବାର ପୂରା ସ୍ତବ୍ଧ ହୋଇଯାଇଛନ୍ତି ।