• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବ୍ରିଟିଶ୍‌ ସରକାରଙ୍କ ବଡ଼ ନିଷ୍ପତ୍ତି । ଯୁବପିଢ଼ିଙ୍କ ସିଗାରେଟ୍‌ କିଣିବା ଉପରେ ବ୍ୟାନ୍‌ ଲଗାଇଲେ ସରକାର । ଏନେଇ ପ୍ରସ୍ତାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ରିଷି ସୁନକ । ଏଣିକି ୧୪ ବର୍ଷର ପିଲା ସିଗାରେଟ୍‌ କିଣି ବିକି ପାରିବେନି ବୋଲି ଏକ କନ୍‌ଫରେନ୍ସ ମିଟିଂରେ ସୁନକ କହିଛନ୍ତି । ଧୂମ୍ରପାନ କାରଣରୁ ଦେଶରେ ପ୍ରତ୍ୟେକ ବର୍ଷ ସ୍ୱାସ୍ଥ୍ୟ ସେବାରେ ୨୦.୬ ବିଲିୟନ ଟଙ୍କା ଖର୍ଚ୍ଚ ହେଉଛି ।

ଇଂଲଣ୍ଡ୍‌ର ଆଗାମୀ ପିଢ଼ି ଆଉ ସିଗାରେଟ୍‌ କିଣିବା ପାଇଁ ସମର୍ଥ ହେବେ ନାହିଁ । ଏନେଇ କଟକଣା ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ରିଷି ସୁନକ । ଏହି କଟକଣାକୁ ସଠିକ୍‌ ଭାବେ କାର୍ଯ୍ୟକାରୀ କରିବା ପାଇଁ କାମ୍ପେନ୍‌ କରାଯିବ । କ୍ୟାମ୍ପେନ୍‌ରେ ଥିବା କମିଟି ସଦସ୍ୟ ଏନେଇ ସଚେତନ କରାଇବେ । ତେବେ ଏହି ଆଇନ୍‌ ପ୍ରଣୟନ ହେଲେ ଇଂଲଣ୍ତ ପ୍ରଥମ ୟୁରୋପୀୟ ଦେଶ ହେବ ନ୍ୟୁଜିଲାଣ୍ତ ପରେ ଯିଏକି ଧୂମ୍ରପାନ୍‌ ଉପରେ ନିଷେଧାଦେଶ ଲଗାଇବ ।

ତମାଖୁ କମ୍ପାନୀ ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି । ତମାଖୁ ଉତ୍ପାଦକ ସଂଘ କହିଛନ୍ତି ଯେ ଯୁବପିଢ଼ିଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି । ଏହି କଟକଣା ଲାଗୁ ହେଲେ କଳା ବଜାରକୁ ପ୍ରୋତ୍ସାହନ ମିଳିବ । ଏହାଛଡ଼ା ଅପରାଧର ସଂଖ୍ୟା ମଧ୍ୟ ବଢ଼ିବ ।

ଗତବର୍ଷ ନ୍ୟୁଜିଲାଣ୍ଡ୍‌ ଘୋଷଣା କରିଥିବା ଆଇନ ପରି ଧୂମପାନ-ନିରୋଧୀ କଟକଣା କଥା ସୁନକ ଚିନ୍ତା କରୁଛନ୍ତି । ଅନ୍ୟାନ୍ୟ କଟକଣା ସହିତ ୨୦୦୯ ଜାନୁଆରି ୧ ତାରିଖରେ କିମ୍ବା ତା’ପରେ ଜନ୍ମିତ କୌଣସି ବ୍ୟକ୍ତି ତମାଖୁ କିଣାବିକା କରି ପାରିବେ ନାହିଁ ବୋଲି ନିଉଜିଲାଣ୍ଡ୍‌ ଆଇନରେ ଘୋଷଣା କରାଯାଇଛି।