/odishatv-khabar/media/post_attachments/uploadimage/library/16_9/16_9_0/Marriage_1703092674.jpg)
Marriage
ବାହାଘର ଗୋଟେ ଝିଅ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ସମୟ । ବାହାଘର ବି ଖୁସି ସମୟ । ବନ୍ଧୁ ବାନ୍ଧବ ଆସିଲେ ଭଲ ଲାଗେ । ସେଥିପାଇଁ ବହୁ ଆଗରୁ ଘନିଷ୍ଠ ବନ୍ଧୁ ବାନ୍ଧବଙ୍କୁ ଡକାଯାଏ । ହେଲେ କଥା ଦେଇ ନଆସିଲେ ମନ ଖଟା ପଡିଯାଏ । ଆଗରୁ କେବଳ ମନ ଦୁଖ କରୁଥିଲେ । ଏବେ କିନ୍ତୁ ଦେଖିବାକୁ ମିଳିଛି ନୂଆ ଟ୍ରେଣ୍ଡ।
୧୦ ଜଣ ଅତିଥି କଥା ଦେଇ ଶେଷ ମୁହୂର୍ତ୍ତରେ ନଆସିବାରୁ ସେମାନଙ୍କ ପାଇଁ ହୋଇଥିବା ଖର୍ଚ୍ଚକୁ ସେମାନଙ୍କଠାରୁ ଆଦାୟ କରିବାକୁ ଯୋଜନା କରିଛନ୍ତି ଅଷ୍ଟ୍ରେଲିଆର ଜଣେ ତରୁଣୀ । ମାତ୍ରାଧିକ ବିମାନ ଭଡା ଲାଗୁଥିବା ଦର୍ଶାଇ ଉକ୍ତ ଅତିଥିମାନେ ବିବାହରେ ଯୋଗ ଦେଇ ପାରିବେନି ବୋଲି ଶେଷ ମୁହୁର୍ତ୍ତରେ ଜଣାଇଥିଲେ ।
ତେବେ ସେମାନଙ୍କ ଲାଗି ସମସ୍ତ ବନ୍ଦୋବସ୍ତ ହୋଇ ସାରିଥିବାରୁ କନ୍ୟା ଜଣଙ୍କୁ ଅଯଥାରେ ପ୍ରାୟ ୧୩୩୬ ଡଲାର ଖର୍ଚ୍ଚ କରିବାକୁ ପଡିଛି । ୬ ମାସ ଆଗରୁ ନିମନ୍ତ୍ରଣ ପଠାଯାଇଥିଲେ ମଧ୍ୟ ଅତିଥିମାନେ କାହିଁକି ଆଗରୁ ଜଣାଇଲେନି ବୋଲି ତରୁଣୀ ଜଣଙ୍କ ସେମାନଙ୍କ ଖର୍ଚ୍ଚ ବାବଦକୁ ହୋଇଥିବା ଅର୍ଥ ସେମାନଙ୍କଠୁ ଫାଇନ ଭାବେ ଆଦାୟ କରିବାକୁ ଚିନ୍ତା କରୁଛନ୍ତି ।
ଏକ ପଡକାଷ୍ଟରେ ଭାଗ ନେଇ ଯୁବତୀ ଜଣଙ୍କ ଏହି ବିଷୟରେ କହିବା ପରେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି । କିଛି ଏହାକୁ ସମର୍ଥନ କରିଥିବାବେଳେ ଆଉ କିଛି ନାପସନ୍ଦ କରିଛନ୍ତି । ଆମ ଦେଶରେ ବି ଏଭଳି ବ୍ୟବସ୍ଥା ଲାଗୁ ହୋଇପାରିବ କି ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)