/odishatv-khabar/media/post_attachments/uploadimage/library/16_9/16_9_0/s_1692932807.jpg)
PM Modi and Chinese President Xi Jinping Engage In Interaction
ପୂର୍ବ ଲଦାଖ ଏଲ୍ଏସିରେ ଉତ୍ତେଜନା ହ୍ରାସ ପ୍ରସଙ୍ଗ ନେଇ ବ୍ରିକ୍ସ ସମ୍ମିଳନୀରେ ମୋଦି-ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଆଲୋଚନା ହୋଇଛି। ଦକ୍ଷିଣ ଆଫ୍ରିକାରେ ଜୋହାନ୍ସବର୍ଗରେ ଚାଲିଥିବା ବ୍ରିକ୍ସ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଜି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଏ ପ୍ରସଙ୍ଗରେ ଆଲୋଚନା ହୋଇଛି।
ମେ ୨୦୨୦ରେ ଗଲୱାନ୍ ଘାଟିରେ ଉତ୍ତେଜନା ପରଠୁ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ନେଇ ସମ୍ପର୍କ ତିକ୍ତ ରହିଛି। ତେବେ ଏ ତିକ୍ତତା ଦୂର ପାଇଁ ଦୁଇ ରାଷ୍ଟ୍ରମୁଖ୍ୟ ଏ ଦିଗରେ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।
ଗଲୱାନ୍ ଘାଟିରେ ଦୁଇ ଦେଶରେ ସେନା ମୁହାମୁହିଁ ପରଠୁ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦର ସମାଧାନ ପାଇଁ ବିଭିନ୍ନ ସ୍ତରରେ ୧୯ଟି ପର୍ଯ୍ୟାୟରେ ବୈଠକ ସରିଛି। ଏହାସତ୍ତ୍ୱେ ଏହି ପ୍ରସଙ୍ଗକୁ ନେଇ ଦୁଇ ଦେଶ ମଧ୍ୟରେ ଆଜି ବି ସମ୍ପର୍କରେ ସୁଧାର ଆସିନଥିବା ବେଳେ ବିଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କ ବାଧାପ୍ରାପ୍ତ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)