/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689339999.jpg)
Harry Potter
ଆପଣମାନେ ଛୋଟବେଳେ ନିଶ୍ଚିତ ହଲିଉଡ୍ର ଚର୍ଚ୍ଚିତ ଚଳଚିତ୍ର ‘ହ୍ୟାରି ପୋର୍ଟର’ ଦେଖିଥିବେ । ଯେଉଁଥିରେ ଡାନିଏଲ୍ ରାଡକ୍ଲିଫ୍ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ଏହି ଫିଲ୍ମ ପାଇଁ ସେ ରାତିରାତି ପପୁଲାର ହୋଇଯାଇଥିଲେ । ଏହାପରେ ଏକ ବହି ମଧ୍ୟ ପ୍ରକାଶିତ ହୋଇଛି । ଜେ.କେ ରୋଲିଙ୍ଗ ଏହାକୁ ଲେଖିଥିଲେ । ଏହାର ପ୍ରଥମ ଏଡିସନ୍ର ଏକ ବହିକୁ ୧୧ ଲକ୍ଷ ଟଙ୍କାରେ ନିଲାମରେ କିଣାଯାଇଛି । ଯାହାକୁ ପ୍ରକାଶନ ବେଳେ ୧୧ ଟଙ୍କାରେ କିଣାଯାଇଥିଲା ।
ନିଲାମ ହୋଇଥିବା ଏହି ବହିଟି ୧୯୯୭ରେ ପ୍ରକାଶିତ ହୋଇଥିବା ପ୍ରଥମେ ୫୦୦ଟି ବହି ମଧ୍ୟରୁ ଗୋଟିଏ । ଯାହାକୁ ଲସ୍ ଆଞ୍ଜେଲ୍ସର ଏକ ପୁସ୍ତକ ପ୍ରଦର୍ଶନୀ ବେଳେ ନିଲାମ କରାଯାଇଛି । ‘ହ୍ୟାରି ପୋର୍ଟର’ ପ୍ରାୟ ବହିକୁ ଲାଇବ୍ରେରୀରେ ରଖାଯାଇଛି । ବହିଟି କାର୍ଡ ବୋର୍ଡରେ ବାଇଡିଂଙ୍ଗ ହୋଇଛି । ଯାହା ଉପରେ ହ୍ୟାରି ପୋର୍ଟର ଆଣ୍ତ ଦ ଫିଲୋସଫର୍ ଷ୍ଟୋନ୍ ଲେଖା ରହିଛି । ଏହାଛଡ଼ା ବହି ଉପରେ ଲାଇବ୍ରେରୀର ଷ୍ଟିକର୍ ମଧ୍ୟ ଲାଗିଛି ।
ତେବେ ଏହି ବହି ନିଲାମକୁ ନେଇ ଆମେରିକାରେ ବେଶ୍ ଚର୍ଚ୍ଚା ଚାଲିଛି । ମାତ୍ର ୧୧ ଟଙ୍କାରେ କିଣା ହୋଇଥିବା ବହିଟି ୩୨ ଲକ୍ଷରେ ବିକ୍ରି ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)