Advertisment

ହୃଦୟବିଦାରକ!! ଯୁଆଡ଼େ ଦେଖିବେ ଗଦା ଗଦା ମୃତଦେହର ପାହାଡ଼

ଗୁରୁବାର ୟେମେନ୍‌ରେ ଏକ ଖୈରାତ୍‌ (ଆର୍ଥିକ ସହାୟତା ବିତରଣ) କାର୍ଯ୍ୟକ୍ରମରେ ଦଳାଚକଟା ହେବାରୁ ୮୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଆହୁରି ଅନେକ ଆହତ ହୋଇଛନ୍ତି ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
Yemen School Stampede

Yemen school stampede

ଗୁରୁବାର ୟେମେନର ରାଜଧାନୀ ସାନାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦଳାଚକଟା ଯୋଗୁଁ ୮୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୨୨ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ଆଗକୁ ଇଦ୍‌ ଥିବା ବେଳେ ଗରୀବଙ୍କ ପାଇଁ ଦାନ କାର୍ଯ୍ୟକ୍ରମ(ଆର୍ଥିକ ସହାୟତା ବିତରଣ) ଆୟୋଜିତ ହେଉଥିବା ବେଳେ ଅତ୍ୟଧିକ ଭିଡ଼ ଯୋଗୁ ଏପରି ଅଘଟଣ ଘଟିଛି । ଏହି ଦୁଃଖଦାୟକ ଘଟଣାର କିଛି ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ରାସ୍ତାରେ ମରଶରୀର ଗୁଡ଼ିକ ଗଦା ହୋଇ ପଡ଼ିଛି । ତାଙ୍କ ମଧ୍ୟରୁ ଗୁରୁତର ଥିବା ଲୋକଙ୍କୁ ପୋଲିସ ଉଦ୍ଧାର କରି ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରିଛି ।

Advertisment

ଜାତୀୟ ଗଣମାଧ୍ୟମ AFP ନ୍ୟୁଜ୍‌ ଏଜେନ୍ସିର ରିପୋର୍ଟ ଅନୁଯାୟୀ ଏହି ଦଳାଚକଟାରେ ମୃତକଙ୍କ ମଧ୍ୟରେ ମହିଳା ଓ ପିଲାଙ୍କ ସଂଖ୍ୟା ଅଧିକ । ଆଗକୁ ଇଦ୍‌ ଥିବା ବେଳେ ୟେମେନ ରାଜଧାନୀ ସାନାରେ ଗତକାଲି କିଛି ଧନୀ ବ୍ୟବସାୟୀ ଏକ ସ୍କୁଲ୍‌ରେ ଗରୀବଙ୍କ ମଧ୍ୟରେ ଟଙ୍କା ଓ ବିଭିନ୍ନ ଜିନିଷ ବଣ୍ଟନ କରୁଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା, ଶିଶୁଙ୍କ ସମେତ ଶତାଧିକ ଲୋକ ରୁଣ୍ଡ ହୋଇଥିଲେ। ମାତ୍ର ମାଗଣାରେ ଟଙ୍କା ଓ ବିଭିନ୍ନ ଜିନିଷ ହାତେଇବାକୁ ଉପସ୍ଥିତ ଲୋକଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇ ଯାଇଥିଲା।

ଫଳରେ ଜଣେ ଅନ୍ୟ ଜଣଙ୍କ ଉପରେ ଚଢ଼ିଯିବାରୁ ପରିସ୍ଥିତି ଅସମ୍ଭାଳ ହୋଇ ପଡ଼ିଥିଲା। ଏହି ଅଘଟଣରେ ବହୁ ମହିଳା, ଶିଶୁ ତଳେ ପଡ଼ି ଯାଇଥିବା ବେଳେ ସେମାନଙ୍କ ଉପରେ ଲୋକେ ଚଢ଼ି ଚାଲି ଯାଇଥିଲେ।  ମୃତକଙ୍କ ମଧ୍ୟରେ ବହୁ ସଂଖ୍ୟାରେ ମହିଳା ଓ ଶିଶୁ ଅଛନ୍ତି।

Advertisment

ଘଟଣାର ଦୁଇଜଣ ସାକ୍ଷୀ Associated Press କୁ କହିଛନ୍ତି ଯେ ସଶସ୍ତ୍ର ହୌଥୀମାନେ ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ଫାଙ୍କା ଗୁଳି ଚଳାଇଥିଲେ । ଗୁଳିଟି ଏକ ବିଦ୍ୟୁତ ତାରରେ ବାଜି ବିସ୍ଫୋରଣ ହୋଇଥିଲା। ଯାହାକୁ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଥିଲେ । ପବିତ୍ର ରମଜାନ ମାସ ସମାପ୍ତି ତଥା ଇଦ୍‌ର କିଛିଦିନ ପୂର୍ବରୁ ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ।

ଘଟଣାସ୍ଥଳର ଦୃଶ୍ୟ ଏତେ ହୃଦୟ ବିଦାରକ ଥିଲା ଯେ, ଏକାସଙ୍ଗେ ମୃତଦେହ ଗୁଡ଼ିକୁ ପାହାଡ଼ ସଦୃଶ ଗଦା କରାଯାଇଥିଲା। କେଉଁଠି ମା’ ନିଜ ପିଲାକୁ ଖୋଜୁଥିଲା ତ କେଉଁଠି ମା’କୁ ନ ପାଇ ଛୋଟ ଶିଶୁ କାନ୍ଦୁଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବହୁ ଲୋକଙ୍କ ପତ୍ତା ମିଳୁନି। ଫଳରେ ସେମାନେ ଜୀବିତ ନା ମୃତ ସେନେଇ ପରିବାର ଲୋକଙ୍କ ପାଖରେ କିଛି ଖବର ନାହିଁ । ଏନେଇ ୟେମେନ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କିଛି ଘୋଷଣା କରାଯାଇନି ।

Stampede
Advertisment
Advertisment