• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାପ୍‌ରେ ବାପ୍‌ କି ଭୟଙ୍କର ପକ୍ଷୀ ! ବାପ୍‌ରେ ବାପ୍‌ ଏତେ ବିଷାକ୍ତ ! ଛୁଁ ଛୁ ଚାଲିଯିବ ଜୀବନ ! ଦୁନିଆରେ ଏମିତି ବି କିଛି ପକ୍ଷୀ ଅଛନ୍ତି ଯାହାକୁ ଛୁଇଁବା ମାତ୍ର ଚାଲିଯିବ ଜୀବନ । ଡାନିସ ନାମକ ଜଣେ ବିଶେଷଜ୍ଞ, ଏଭଳି ଦୁଇଟି ପକ୍ଷୀକୁ ଚିହ୍ନଟ କରିଛନ୍ତି ଯାହାଙ୍କ ପରରେ ରହିଛି ଭୟଙ୍କର ବିଷ । ଏହି ପକ୍ଷୀ ଖୁବ୍‌ ବିପଜ୍ଜନକ । ସାଧାରଣ ଭାବେ ଦେଖାଯାଉଥିବା ପକ୍ଷୀଙ୍କ ସହ ସେମାନେ ସମାନ ନୁହଁନ୍ତି । ସେମାନଙ୍କୁ କେହି ଘରେ ରଖି ଖାଇବାକୁ ବି ଦିଅନ୍ତି ନାହିଁ । ତାଙ୍କ ପରରେ ନ୍ୟୁରୋଟକ୍ସିନ୍‌ ନାମକ ବିଷ ରହିଛି ।

ନ୍ୟୁ ଗିନି ଜଙ୍ଗଲରେ ଏହି ପକ୍ଷୀ ଦେଖାଯାଆନ୍ତି । ବିଷ ଆହରଣ କରି ସେମାନେ ନିଜକୁ ଅଧିକ ବିଷାକ୍ତ କରିଥାନ୍ତି । ଏହାସହ ନିଜ ପାଇଁ ପରରେ ବିଷ ସଂଗ୍ରହ କରି ରଖିଥାନ୍ତି । ସେଥିପାଇଁ ଏହି ପକ୍ଷୀମାନେ ଅନ୍ୟଠାରୁ ଭିନ୍ନ । ନାଚୁରାଲ ହିଷ୍ଟ୍ରି ମ୍ୟୁଜିୟମ୍ ଅଫ୍ ଡେନ୍‌ମାର୍କର କୁଣ୍ଡ ଜନ୍‌ସନ୍‌ ଏନେଇ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ନିକଟ ଅତୀତରେ ଏକ ଜଙ୍ଗଳ ଟ୍ରିପ୍‌ରେ ଯାଇଥିବା ବେଳେ ଆମେ ଏହା ଜାଣିବାକୁ ପାଇଛୁ ।

ଏହା ହେଉଛି ଘର ଛଟିଆ ପ୍ରଜାତିର ପକ୍ଷୀ । ଇଣ୍ଡୋ ପାସିଫିକ୍‌ ଅଞ୍ଚଳରେ ସେମାନଙ୍କ ବଂଶଜ ରହିଥାନ୍ତି । ଏହି ବିଷାକ୍ତ ପକ୍ଷୀକୁ ପଚୀସେଫାଲା ସ୍ଲେଗେଲୀ ଓ ରିଫିନୁଚା ବୋଲି କୁହାଯାଏ ।

ଦକ୍ଷିଣ ଓ ମଧ୍ୟ ଆମେରିକାରେ ଦେଖାଯାଉଥିବା ଡାର୍ଟ ଫ୍ରଗ୍‌ରେ ଯେଉଁ ବିଷ ରହିଥାଏ ତାହା ଏହି ପକ୍ଷୀଙ୍କ କ୍ଷେତ୍ରରେ ମଧ୍ୟ ରହିଛି । ଯାହାକୁ ଛୁଇଁବା ମାତ୍ରେ ମଣିଷର ଜୀବନ ଚାଲିଯିବାର ଯଥେଷ୍ଟ ସମ୍ଭାବନା ରହିଛି । ବିଶେଷଜ୍ଞଙ୍କ କହିବାନୁଯାୟୀ, ଏହି ବିଷ ସାରା ବିଶ୍ୱରେ ବୃଦ୍ଧି ପାଉଥିବା ଦେଖାଯାଉଛି । କାରଣ ଏହାକୁ ନେଇ ଦୀର୍ଘ ଦିନ ଧରି ରିସର୍ଚ୍ଚ ଚାଲିଛି ।

ଏହି ପକ୍ଷୀଙ୍କ କ୍ଷେତ୍ରରେ ବାତ୍ରାଛୋ ଟକ୍ସିନ୍‌ ଓ ନ୍ୟୁରୋ ଟକ୍ସିନ୍‌ ନାମ ବିଷ ଦେଖାଯାଏ । ଏହା ଅଧିକ ମାତ୍ରାରେ ସେମାନଙ୍କ ପାଖରେ ଗଚ୍ଛିତ ରହିଥାଏ । ଏହି ବିଷ ଗୋଲ୍ଡେନ୍‌ ଫ୍ରଗ୍‌ଙ୍କ ଚମଡ଼ାରେ ମଧ୍ୟ ରହିଥାଏ । ଏହାକୁ ଛୁଇଁବା ମାତ୍ରେ କାର୍ଡିଆକ୍‌ ଆଟାକ୍‌ ଆସିବା ସହ ମାଂସପେଶୀ ଦୁର୍ବଳ ତଥା ପଚିବା ଆରମ୍ଭ ହୋଇଥାଏ । ଯାହାଫଳରେ ମଣିଷର ମୃତ୍ୟୁ ପ୍ରାୟ ସୁନିଶ୍ଚିତ ହୋଇଥାଏ ।