Advertisment

ବିବାହ ବନ୍ଧନରେ ବାନ୍ଧି ହେଲେ ବିଲ୍‌ଗେଟ୍‌ସଙ୍କ ଝିଅ, ଦେଖନ୍ତୁ ଫଟୋ

ବିବାହ ବନ୍ଧନରେ ବାନ୍ଧି ହେଲେ ବିଲିଓନେୟାର ବିଲ୍‌ଗେଟ୍‌ସଙ୍କ ଝିଅ । ମାଇକ୍ରୋସଫ୍ଟ କମ୍ପାନିର ମାଲିକ ବିଲ୍‌ଗେଟ୍‌ସ ଓ ତାଙ୍କ ପୂର୍ବ ପତ୍ନୀ ମେଲିଣ୍ଡା ଗେଟ୍ସଙ୍କ ବଡ ଝିଅ ଜେନିଫର୍ କ୍ୟାଥରିନ୍ ଗେଟ୍ସଙ୍କ ବିବାହ ସମ୍ପୂର୍ଣ୍ଣ ହୋଇଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Bill gates daughter got married

Bill gates daughter got married

ବିବାହ ବନ୍ଧନରେ ବାନ୍ଧି ହେଲେ ବିଲିଓନେୟାର ବିଲ୍‌ଗେଟ୍‌ସଙ୍କ ଝିଅ । ମାଇକ୍ରୋସଫ୍ଟ କମ୍ପାନିର ମାଲିକ ବିଲ୍‌ଗେଟ୍‌ସ ଓ ତାଙ୍କ ପୂର୍ବ ପତ୍ନୀ ମେଲିଣ୍ଡା ଗେଟ୍ସଙ୍କ ବଡ ଝିଅ ଜେନିଫର୍ କ୍ୟାଥରିନ୍ ଗେଟ୍ସଙ୍କ ବିବାହ ସମ୍ପୂର୍ଣ୍ଣ ହୋଇଛି । ଯାହାର କିଛି ଫଟୋ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି ।

Advertisment

ସୂଚନା ଅନୁସାରେ, ଜେନିଫର କ୍ୟାଥରିନ ଗେଟ୍ସ ଇଜିପ୍ଟର ବାସିନ୍ଦା ନାଏଲ ନାସରଙ୍କୁ ବିବାହ କରିଛନ୍ତି । ନାଏଲ ନାସରଙ୍କ ମାତା ପିତା ଆର୍କିଟେଚର ଓ ଡିଜାଇନିଂ ଫର୍ମର ମାଲିକ ଅଟନ୍ତି । ବିବାହ ପରେ ଅଙ୍କ ପାଇଁ ରିସେପ୍‌ସନ୍‌ ପାର୍ଟିର ଆୟୋଜନ ମଧ୍ୟ କରାଯାଇଥିଲା । ଯେଉଁଥିରେ ପ୍ରାୟ ୩୦୦ ଜଣ ଅତିଥୀ ସାମିଲ୍‌ ଥିଲେ ।

Advertisment

ସୋସିଆଲ୍‌ ମିଡିଆରେ ପୋଷ୍ଟ କରାଯାଇଥିବା ଫଟୋକୁ ଅନେକ ଲୋକ ଲାଇକ୍‌ ଓ କମେଣ୍ଟ ମଧ୍ୟ କରିଛନ୍ତି । ଜେନିଫର ଏହି ଫଟୋଗୁଡ଼ିକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଉକ୍ତ ଫଟୋକୁ ୩୫ ହଜାରୁ ଅଧିକ ୟୁଜର୍ସ୍‌ ଲାଇକ୍ କରିଛନ୍ତି ।ଜେନିଫର ବିବାହ ପୋଷାକରେ ବହୁତ ସୁନ୍ଦର ଦେଖା ଯାଉଥିବାବେଳେ ଉଭୟ ୨୦୨୦ରେ ହିଁ ନିର୍ବନ୍ଧ କରିଦେଇଥିଲେ । ହେଲେ ଏବେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

Bill Gates Marriage
Advertisment
Advertisment