• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାଙ୍ଗାଳ କଲା ଗୋଟିଏ ଟ୍ୱିଟ୍‌ । ଟ୍ୱିଟର୍‌ ପାଇଁ ବିଲେୟନିୟର ସ୍ୟାମ୍‌ ବ୍ୟାକମ୍ୟାନ୍-ଫ୍ରାଏଡଙ୍କୁ ଶକ୍ତ ଝଟକା ଲାଗିଛି। ମାତ୍ର ୨୪ ଘଣ୍ଟା ମଧ୍ୟରେ ତାଙ୍କୁ ପ୍ରାୟ ୧୧୬୭ ବିଲିୟନ ଟଙ୍କା କ୍ଷତି ସହିବାକୁ ପଡ଼ିଛି । ଫଳରେ ତାଙ୍କର ନେଟୱର୍ଥରେ ପ୍ରାୟ ୯୪ ପ୍ରତିଶତ ହ୍ରାସ ଘଟିଛି । ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଗୋଟିଏ ଦିନରେ କୌଣସି ବିଲେନିୟରଙ୍କ ସମ୍ପତ୍ତିରେ ଏହା ସବୁଠାରୁ ବଡ ହ୍ରାସ ବୋଲି କୁହାଯିବ ।

୩୦ ବର୍ଷିୟ ସ୍ୟାମ୍‌ ବ୍ୟାକମ୍ୟାନ୍ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ୍((Cryptocurrency Exchange) FTX ର ପ୍ରତିଷ୍ଠାତା ତଥା ପୂର୍ବତନ ସିଇଓ । ବର୍ତ୍ତମାନ ଆର୍ଥିକ ସଙ୍କଟ ମଧ୍ୟରେ ସେ ସିଇଓ ପଦରୁ ଇସ୍ତଫା ଦେଇଛନ୍ତି । ଗୋଟିଏ ମାତ୍ର ଟ୍ୱିଟ୍‌ ପାଇଁ ସ୍ୟାମ୍‌ ବ୍ୟାକମ୍ୟାନଙ୍କ କ୍ରିପ୍ଟୋ ସାମ୍ରାଜ୍ୟ ଭୁଶୁଡି ଯାଇଥିବା ବେଳେ ତାଙ୍କୁ କାଙ୍ଗାଳ କରିଦେଇଛି ବୋଲି କୁହାଯାଉଛି ।

ସ୍ୟାମ୍‌ ବ୍ୟାକମ୍ୟାନ୍ ନିକଟରେ ଏକ ଟ୍ୱିଟ୍ କରିଥିଲେ । ଟ୍ୱିଟ୍ କରି ସେ ଘୋଷଣା କରିଥିଲେ, ତାଙ୍କ କ୍ରିପ୍ଟୋ ଏକ୍ସଚେଞ୍ଜ FTX ପ୍ରତିଦ୍ୱନ୍ଦ୍ୱୀ ବିନାନ୍ସ (Binance) କିଣିବାକୁ ଯାଉଛି । ଟ୍ୱିଟରରେ ସ୍ୟାମ୍‌ ବ୍ୟାକମ୍ୟାନ୍ SBF ଭାବରେ ଜଣାଶୁଣା ।

ସ୍ୟାମ୍‌ଙ୍କ ଏହି ଘୋଷଣା ପରେ ବିନାନ୍ସର ମୁଖ୍ୟ ଚାଙ୍ଗପେଙ୍ଗ ଝାଓଙ୍କର ମଧ୍ୟ ଏକ ଟ୍ୱିଟ ଆସିଥିଲା । ତାଙ୍କ ଟ୍ୱିଟ୍‌ ପରେ ଯେପରି ବିସ୍ଫୋରଣ ହୋଇଥିଲା । FTXକୁ Binance ନୁହେଁ ବରଂ Binance FTXକୁ କିଣିବ ବୋଲି କହିଥିଲେ । ସେ ଟ୍ୱିଟ୍‌ କରିଥିଲେ, FTX ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଏବଂ ଏହି କମ୍ପାନୀକୁ କିଣିବା ପାଇଁ ସେ ଚୁକ୍ତିନାମା ସ୍ୱାକ୍ଷର କରିସାରିଛନ୍ତି ।

ଆଉ ସେହି ଗୋଟିଏ ଟ୍ୱିଟ୍‌ ପରେ ସବୁ ଓଲଟପାଲଟ ହୋଇଗଲା । FTX ବିକ୍ରି ହେଉଥିବା ଖବର ଆସିବା ପୂର୍ବରୁ ସାମ ବ୍ୟାଙ୍କମ୍ୟାନ୍-ଫ୍ରିଡଙ୍କ ମୋଟ ସମ୍ପତ୍ତି ଥିଲା ୧୫.୨ ବିଲିୟନ ଡ଼ଲାର୍ । ହେଲେ ପ୍ରତିଯୋଗୀଙ୍କ ଟ୍ୱିଟ୍‌ ପରେ ରାତାରାତି ତାଙ୍କର ସମ୍ପତ୍ତିର ପ୍ରାୟ ୧୪.୬ ବିଲିୟନ ଡ଼ଲାର ହ୍ରାସ ପାଇଛି । ଆଉ ରାତାରାତି ତାଙ୍କ ସାମ୍ରାଜ୍ୟ ଭୁଶୁଡ଼ି ପଡ଼ିବା ପରେ ଏବେ ସେ ଦାଣ୍ଡର ଭିକାରୀ ।