Advertisment

Trump Biden Meeting: ହ୍ୱାଇଟ୍ ହାଉସ୍‌ରେ ବାଇଡେନ୍‌ଙ୍କୁ ଭେଟିଲେ ଟ୍ରମ୍ପ; ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଲେ ଆଲୋଚନା

ନିର୍ବାଚନ ପରେ ବାଇଡେନ୍‌ଙ୍କୁ ଭେଟିଲେ ଟ୍ରମ୍ପ। ଉଭୟ ଏକାଠି ବସିଲେ, ଆଲୋଚନା କଲେ।

Trump meets Biden

Trump meets Biden

Advertisment

ଆମେରିକା ନିର୍ବାଚନରେ ବିଜୟୀ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆସନ୍ତା ବର୍ଷ ଜାନୁଆରୀରେ ସେ ଶପଥ ଗ୍ରହଣ କରିବେ। ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ହ୍ୱାଇଟ୍‌ ହାଉସ୍‌ରେ ଭେଟ କରିଛନ୍ତି ଟ୍ରମ୍ପ। ନିର୍ବାଚନ ପରେ ଏହା ଉଭୟଙ୍କ ପ୍ରଥମ ସାକ୍ଷାତକାର । ଓଭାଲ ଅଫିସରେ ଆୟୋଜିତ ଏହି ବୈଠକରେ ଉଭୟ ନେତା ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ତେବେ ଚାଲିଥିବା ଋଷ-ୟୁକ୍ରେନ ଯୁଦ୍ଧ ନେଇ ଉଭୟ ଆଲୋଚନା କରିଥିବା ଜଣାପଡ଼ିଛି।

Advertisment

୨୦୨୦ରେ ବାଇଡେନ୍‌ଙ୍କଠାରୁ ପରାସ୍ତ ହେବା ପରେ ଟ୍ରମ୍ପ, ବାଇଡେନ୍‌ଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ସେ ନିର୍ବାଚନରେ ସ୍ୱଚ୍ଛତା ବଜାୟ ରଖି ନଥିବା କହିଥିଲେ ଟ୍ରମ୍ପ। ଏହାପରଠାରୁ ଉଭୟଙ୍କ ମଧ୍ୟରେ କୌଣସି ସାକ୍ଷାତକାର ହୋଇନଥିଲା। ତେବେ ଏଥର ଟ୍ରମ୍ପ ଜିତିବା ପରେ ସତ୍ତା ହସ୍ତାନ୍ତର ନେଇ ଉଭୟ ଆଲୋଚନା କରିଥିଲେ। ଏହାବାଦ୍ ବାଇଡେନ ଏବଂ ଟ୍ରମ୍ପ ୟୁକ୍ରେନ ଓ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ନେଇ ଆଲୋଚନା କରିଥିଲେ।

ଆମେରିକାର ଜାତୀୟ ସୁରକ୍ଷା ପାଇଁ ୟୁକ୍ରେନକୁ ସମର୍ଥନ କରିବା ଅତ୍ୟନ୍ତ ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା। ଏନେଇ ହ୍ୱାଇଟ ହାଉସର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନ୍ ସୂଚନା ଦେଇଛନ୍ତି। ବୈଠକ ଆରମ୍ଭରେ ବାଇଡେନ୍‌ ଟ୍ରମ୍ପଙ୍କୁ ସ୍ୱାଗତ କରିଥିଲେ ଏବଂ ଦୁହେଁ ଓଭାଲ ଅଫିସରେ ଆଲୋଚନା କରିଥିଲେ । ବାଇଡେନ ଟ୍ରମ୍ପଙ୍କୁ କହିଥିଲେ, ଯଥା ସମ୍ଭବ ଶାନ୍ତିପୂର୍ଣ୍ଣ ଭାବରେ କ୍ଷମତା ହସ୍ତାନ୍ତର କରିବେ। ଏଥିରେ ଟ୍ରମ୍ପ ବାଇଡେନ୍‌ଙ୍କୁ ଧନ୍ୟବାଦ ଜଣାଇଥିଲେ।

Advertisment

ଜୁଲାଇ ପର୍ଯ୍ୟନ୍ତ ବାଇଡେନ୍ ଟ୍ରମ୍ପଙ୍କ ପ୍ରତିଦ୍ୱନ୍ଦ୍ୱୀ ଥିଲେ। କିନ୍ତୁ ରିପବ୍ଲିକାନ୍ ନେତାଙ୍କ ବିରୋଧରେ ହୋଇଥିବା ବିତର୍କରେ ତାଙ୍କର ଖରାପ ପ୍ରଦର୍ଶନ ଡେମୋକ୍ରାଟଙ୍କ ମଧ୍ୟରେ ତାଙ୍କର ମାନସିକ ସୁସ୍ଥତା ଏବଂ ଦ୍ୱିତୀୟ ଥର ପାଇଁ ନିର୍ବାଚନ ଲଢିବା ନେଇ ଚିନ୍ତା ବଢାଇ ଦେଇଥିଲା। ଅନେକ ଗଣତାନ୍ତ୍ରିକ ନେତା ବାଇଡେନଙ୍କୁ ଇସ୍ତଫା ଦେବାକୁ କହିଥିଲେ। ପରେ ବାଇଡେନ ରାଷ୍ଟ୍ରପତି ନିର୍ବାଚନ ରେସ୍‌ରୁ ଓହରି ଉପରାଷ୍ଟ୍ରପତି କମଲା ହାରିସଙ୍କୁ ସମର୍ଥନ କରିଥିଲେ।

Advertisment

ଟ୍ରମ୍ପ ଓ ବାଇଡେନ୍‌ ସର୍ବଦା ପ୍ରତିଦ୍ୱନ୍ଦୀ ଥିବା ବେଳେ ଗତକାଲିର ଆଲୋଚନାରେ ଏହା କିଛି ବି ପ୍ରଭାବ ପକାଇ ନଥିଲା। ନିର୍ବାଚନ ପ୍ରଚାର ସମୟରେ ୮୧ ବର୍ଷୀୟ ବାଇଡେନ ଟ୍ରମ୍ପଙ୍କୁ ଗଣତନ୍ତ୍ର ପ୍ରତି ବିପଦ କହିଥିବା ବେଳେ୭୮ବର୍ଷୀୟ ଟ୍ରମ୍ପ ବାଇଡେନଙ୍କୁ ଅଯୋଗ୍ୟ ବୋଲି କହିଥିଲେ। ଏହାପରେ ମଧ୍ୟ ଉଭୟ ନେତା ଏହାକୁ ଭୁଲି ଯାଇ ଶାନ୍ତିପୂର୍ଣ୍ଣ ଆଲୋଚନା କରିଥିଲେ। ପ୍ରଥମ ଲେଡି ଜିଲ ବାଇଡେନ ତାଙ୍କ ସ୍ୱାମୀଙ୍କ ସହ ଯୋଗ ମିଶି ଟ୍ରମ୍ପଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଥିଲେ। ସେ ତାଙ୍କୁ ପୂର୍ବତନ ପ୍ରଥମ ଲେଡି ମେଲାନିଆ ଟ୍ରମ୍ପଙ୍କୁ ସମ୍ବୋଧିତ ପତ୍ର ପ୍ରଦାନ କରିଥିଲେ।

ତେବେ, ଆମେରିକାରେ ପୁଣି ଟ୍ରମ୍ପ ସରକାର ହେବ। ୪ ବର୍ଷ ପରେ ପୁଣି ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ଡେମୋକ୍ରାଟ୍ ପ୍ରାର୍ଥୀ କମଳା ହାରିସଙ୍କୁ ହରାଇ ବୃହତ୍ ବିଜୟ ହାସଲ କରିଛନ୍ତି ରିପବ୍ଲିକାନ୍ ଡୋନାଲ୍ଡ ଟ୍ରମ୍ପ। ନିର୍ବାଚନରେ ଟ୍ରମ୍ପଙ୍କୁ ୨୭୭ ଇଲୋକ୍ଟୋରାଲ୍ ଭୋଟ୍ ମିଳିଥିବା ବେଳେ ହାରିସଙ୍କୁ ମିଳିଛି ୨୨୪ ଭୋଟ୍। ଆମେରିକାର ୪୭ ତମ ରାଷ୍ଟ୍ରପତି ବନିଥିବା ଟ୍ରମ୍ପ ଏହି ବିଜୟକୁ ଐତିହାସିକ ଓ ଅବିଶ୍ୱସନୀୟ କହିଛନ୍ତି। ଜିତିବାର ସବୁ କ୍ରେଡିଟ୍ ଦେଇଛନ୍ତି ଆମେରିକାବାସୀଙ୍କୁ। ତାଙ୍କୁ ବିଶ୍ୱାସକୁ ନେଇଥିବାରୁ ଜଣାଇଛନ୍ତି ଧନ୍ୟବାଦ।

୨୦୧୬ରେ ପ୍ରଥମ ଥର ନିର୍ବାଚନରେ ​​ଟ୍ରମ୍ପ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ। ୨୦୨୦ ରେ ଟ୍ରମ୍ପ ପୁନର୍ବାର ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ କିନ୍ତୁ ଜୋ ବାଇଡେନ୍‌ ତାଙ୍କୁ ପରାସ୍ତ କରିଥିଲେ। ଚଳିତ ନିର୍ବାଚନରେ, କ୍ରମାଗତ ତୃତୀୟ ଥର ପାଇଁ ରିପବ୍ଲିକାନ୍ ପାର୍ଟି ତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ କମଲା ହାରିସ୍‌ଙ୍କୁ ପରାସ୍ତ କରିଛନ୍ତି।

Joe Biden Donald Trump White House
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ