• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଶ୍ୱାସଘାତକ ପୁଟିନ୍‌ । ରୁଷ୍‌ ସହ ଶତ୍ରୁତା ଆଚରଣ କରୁଥିବା ବିଦେଶୀ ରାଷ୍ଟ୍ରମାନଙ୍କର ଦାନ୍ତ ଝଡ଼ାଇ ଦିଆଯିବ ବୋଲି ଏକଦା ଧମକ ଦେଉଥିବା ପୁଟିନ୍‌ ମିତ୍ର ରାଷ୍ଟ୍ର ସହ ବି ବିଦ୍ରୋହୀ ଆଚରଣ କରିଛନ୍ତି । ଭ୍ଲାଦିମିର୍‌ ପୁଟିନ୍‌ (Vladimir Putin)ଙ୍କୁ ଭେଟିବା ପରେ ହଠାତ୍‌ ବେଲାରୁଷ୍‌ର ରାଷ୍ଟ୍ରପତି (Belarus President) ଆଲେକ୍‌ଜେଣ୍ଡର୍‌ ଲୁକାସେଙ୍କୋ(Alexander Lukashenko) ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ବେଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବେଲାରୁଷର ବିରୋଧୀ ଦଳର ନେତା ବାଲେରୀ ସେପାଲକୋ ଏସମ୍ପର୍କରେ ସୂଚନା ଦେଇଛନ୍ତି । ବେଲାରୁଷର ରାଷ୍ଟ୍ରପତି ଲୁକାଶେଙ୍କୋଙ୍କୁ ପୁଟିନ୍‌ଙ୍କ ପାଖ ଲୋକ ଭାବରେ ବିବେଚନା କରାଯାଉଥିଲା, କାରଣ ସେ ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣକୁ ସମର୍ଥନ କରିଥିଲେ ।

ବିରୋଧୀ ଦଳର ନେତା ବାଲେରୀ ଟ୍ୱିଟ୍‌ କରିଛନ୍ତି, ପୁଟିନଙ୍କ ସହିତ ରୁଦ୍ଧଦ୍ୱାର ବୈଠକ ପରେ ଲୁକାସେଙ୍କୋଙ୍କୁ ତତ୍‌କ୍ଷଣାତ୍‌ ମସ୍କୋର ସେଣ୍ଟ୍ରାଲ୍‌ କ୍ଲିନିକାଲ୍‌ ହସ୍ପିଟାଲକୁ ନିଆଯାଇଛି । ବର୍ତ୍ତମାନ ସେ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ସ୍ୱତନ୍ତ୍ର ଡାକ୍ତରୀ ଦଳଙ୍କ ଅଧୀନରେ ତାଙ୍କର ଦେଖାରଖା କରାଯିବା ସହ ରକ୍ତ ସଫା କରାଯାଉଛି । ତାଙ୍କ ସ୍ଥିତି ଏତେ ଗୁରୁତର ଅଛି ଯେ, ତାଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଇ ପାରିବ ନାହିଁ ।

ଲୁକାଶେଙ୍କୋଙ୍କୁ ବିଷ ଦିଆଯାଇଛି ?

ଲୁକାଶେଙ୍କୋଙ୍କୁ କ୍ରେମଲିନ୍ ପକ୍ଷରୁ ବିଷ ଦିଆଯାଇଥିବା ସନ୍ଦେହ କରାଯାଉଛି। ବେଲାରୁଷ୍‌ର ଏକଚ୍ଛତ୍ରବାଦୀ ରାଷ୍ଟ୍ରପତି ଲୁକାସେଙ୍କୋଙ୍କୁ ବଞ୍ଚାଇବା ପାଇଁ କରାଯାଉଥିବା ଉଦ୍ୟମରୁ ଜଣାପଡ଼ୁଛି ତାଙ୍କୁ ବିଷ ଦିଆଯାଇଛି । କିଛି ସମୟ ହେବ ଲୁକାଶେଙ୍କୋଙ୍କ ସ୍ୱାସ୍ଥ୍ୟ ବିଷୟରେ ଗୁଜବ ଚାଲିଛି ।

ମେ ୯ ତାରିଖ ଦିନ ମଧ୍ୟ ଲୁକାସେଙ୍କୋ ରୁଷ୍‌ ଯାଇଥିଲେ । ମସ୍କୋରେ ବିଜୟ ଦିବସ ପରେଡ୍‌ ଶେଷ ହେବା ପରେ ନିଜ ଦେଶକୁ ଫେରିଆସିଥିଲେ । ରୁଷୀୟ ରାଷ୍ଟ୍ରପତି ପୁଟିନ୍‌ଙ୍କ ସହିତ ସେ ମଧ୍ୟାହ୍ନ ଭୋଜନ ବି କରିନଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରୁଷ୍‌ ଗସ୍ତ ସମୟରେ ଲୁକାସେଙ୍କୋ କ୍ଳାନ୍ତ ଦିଶୁଥିଲେ ଏବଂ ଡାହାଣ ହାତରେ ବ୍ୟାଣ୍ଡେଜ୍‌ ଗୁଡ଼ା ହୋଇଥିଲା ।