/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684564184.jpg)
Barack Obama
ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ରୁଷିଆ ମନା । ଓବାମାଙ୍କ ସହ ୫୦୦ରୁ ଅଧିକ ଆମେରିକୀୟଙ୍କ ରୁଷିଆ ପ୍ରବେଶ ଉପରେ ବ୍ୟାନ୍ ଲଗାଇଲେ ପୁଟିନ୍ ସରକାର । ରାଷ୍ଟ୍ରପତି ବାଇଡେନଙ୍କ ରୁଷିଆ ବିରୋଧୀ ନୀତିକୁ ନେଇ କଟକଣା ଲଗାଇଛନ୍ତି ପୁଟିନ । ଏନେଇ ରୁଷିଆର ବିଦେଶ ମନ୍ତ୍ରୀ ସୂଚନା ଦେଇଛନ୍ତି । ରୁଷିଆ ବିରୋଧରେ ଆମେରିକା ଲଗାଇଥିବା ସଦ୍ୟ କଟକଣାକୁ ନେଇ ଏଭଳି ମନୋଭାବ ଦେଖାଇଛନ୍ତି ପୁତିନ ।
ଗତମାସରେ ରୁଷ ବୈଦେଶିକ ମନ୍ତ୍ରୀଙ୍କ ସହ ଗଣମାଧ୍ୟମ ପ୍ରତିନିଧି ମିଳିତ ଜାତିସଂଘ ଆସିବା ବେଳେ ଭିସା ଦେଇନଥିଲା ଆମେରିକା । ଏହାପରେ ଦୁଇ ଦେଶ ମଧ୍ୟରେ ବିବାଦ ଦେଖାଦେଇଥିଲା । ଏମିତି କି ୟୁକ୍ରେନ ପ୍ରସଙ୍ଗରେ ମଧ୍ୟ ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଛି । ଏଭଳି ସ୍ଥଳେ ଓବାମାଙ୍କ ସମେତ ୫ଶହରୁ ଅଧିକ ଆମେରିକୀୟଙ୍କୁ ରୁଷିଆ ବ୍ୟାନ ଲଗାଇବା ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ସୃଷ୍ଟି କରିଛି ।
ରୁଷିଆକୁ ପ୍ରବେଶ ନିଷିଦ୍ଧ ଘୋଷଣା କରିଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଟେଲିଭିଜନ୍ ଉପସ୍ଥାକ ଷ୍ଟିଫେନ୍ କଲ୍ବର୍ଟ, ଜିମ୍ମି କିମେଲ୍ ଏବଂ ସେଥ୍ ମିୟେର୍ସ ମଧ୍ୟ ଅଛନ୍ତି । ସେହିପରି ସିଏନଏନ ଉପସ୍ଥାପକ ଏରିନ୍ ବର୍ଣ୍ଣେଟ୍ ଏବଂ ଏମଏସଏନବିସି ଉପସ୍ଥାପକ ରାଚେଲ୍ ମ୍ୟାଡୋ ଏବଂ ଜୋ ସ୍କାର୍ବରୋଙ୍କୁ ମଧ୍ୟ ଉକ୍ତ ତାଲିକାରେ ସାମିଲ କରାଯାଇଛି ।
ରୁଷିଆ ବିରୋଧି କଥା ଓ ଗୁଜବ ପ୍ରସାର କରୁଥିବା ଆମେରିକୀୟ ସିନେଟର୍, ଥିଙ୍କଟାଙ୍କ୍ ସଦସ୍ୟ ଓ ୟୁକ୍ରେନ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା କମ୍ପାନିର ମୁଖ୍ୟମାନଙ୍କୁ ରୁଷିଆକୁ ପ୍ରବେଶ ଉପରେ କଟକଟଣା କରାଯାଇଥିବା କହିଛନ୍ତି ପୁଟିନ୍ ସରକାର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)