Advertisment

Bangladesh Ex President Fled Away: ହସିନାଙ୍କ ପରେ ହମିଦ, ବାଂଲାଦେଶ ଛାଡିଲେ ପୂର୍ବତନ ରାଷ୍ଟ୍ରପତି

ରାତି ଅଧରେ କାହିଁକି ବାଂଲାଦେଶ ଛାଡି ଚାଲିଗଲେ ପୂର୍ବତନ ରାଷ୍ଟ୍ରପତି? ଲୁଙ୍ଗି ପିନ୍ଧିଥିବା ଅବସ୍ଥାରେ ହ୍ୱିଲ ଚେୟାରରେ ନଜର ଆସିଲେ ଅବଦୁଲ ହମିଦ । ପୂର୍ବତନ ରାଷ୍ଟ୍ରପତିଙ୍କ ଏଭଳି ତରବରିଆ ଭାବେ ବିଦେଶ ଗସ୍ତକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।

ଅଦ୍ୟତନ ହୋଇଛି
Abdul Hamid Fled Thailand

Abdul Hamid Fled Thailand

Advertisment

ବାଂଲାଦେଶରେ ପୁଣି ହଟଚମଟ । ରାତି ଅଧରେ ବିଦେଶ ଚାଲିଗଲେ ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ଅବଦୁଲ ହମିଦ । ଅନ୍ଧାର ରାତିରେ ଲୁଙ୍ଗି ପିନ୍ଧିଥିବା ଅବସ୍ଥାରେ ହିଁ ସେ ଥାଇ ଏୟାରୱେଜ୍ ବିମାନରେ ଉଡାଣ ଭରିଥିବା ଜଣାପଡିଛି । ଗତ ୧୨ ତାରିଖ ବିଳମ୍ବିତ ରାତି ୩ ଟାରେ ତାଙ୍କୁ ଢାକା ଅନ୍ତର୍ଜାତୀୟ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ଦେଶବାସୀ ସମସ୍ତେ ଶୋଇଥିବାବେଳେ ହିଁ ଦେଶ ଛାଡି ପଳାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଅବଦୁଲ ହମିଦ । ସେ ଲୁଙ୍ଗି ପିନ୍ଧିଥିବା ଅବସ୍ଥାରେ ହ୍ୱିଲ ଟେୟାରରେ ବସିଥିବା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

Advertisment

୨୦୧୩ ରୁ ୨୦୨୩ ଯାଏଁ ଦୁଇ ଥର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ ଅବଦୁଲ ହମିଦ । ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ହୋଇଥିବା ଆନ୍ଦୋଳନ ସମୟରେ ତାଙ୍କ ନାଁରେ ମାମଲା ରହିଥିଲା । ଶେଖ ହସିନା ସରକାର ଭାଙ୍ଗିବା ପରେ ହସିନାଙ୍କୁ ଦେଶ ଛାଡି ଯିବାକୁ ପଡିଥିଲା । ହସିନା ସରକାର ବଦଳିବାକୁ ଏହାରି ଭିତରେ ୯ ମାସ ବିତିଗଲାଣି । ଏହାପରେ ଆୱାମୀ ଲିଗର ବହୁ ବରିଷ୍ଠ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ନିଆଯାଇଥିବା ଦେଖିବାକୁ ମିଳୁଛି । କେତେବେଳେ ସେମାନଙ୍କୁ ଜେଲ୍ ଯିବାକୁ ପଡୁଛି ତ ଆଉ କେତେବେଳେ ଜେଲଦଣ୍ଡ ଭୟରେ ସେମାନେ ଦେଶ ଛାଡି ପଳାୟନ କରୁଛନ୍ତି ।

ସୂଚନାଯୋଗ୍ୟ, ଅବଦୁଲ ହମିଦ ରାଷ୍ଟ୍ରପତି ହେବା ପୂର୍ବରୁ ଆୱାମୀ ଲିଗ ଦଳରୁ ସାଂସଦ ରହିଥିଲେ । ଏପରିକି ସେ ତାଙ୍କର ରାଜନୈତିକ କ୍ୟାରିୟର ମଧ୍ୟ ଆୱାମୀ ଲିଗ୍ (ଦ ଛାତ୍ର ଲିଗ୍)ରୁ ଆରମ୍ଭ କରିଥିଲେ । ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ତୀବ୍ର ବିରୋଧ କରାଯାଇଥିଲା । ସେହି ସମୟରେ ଷ୍ଟୁଡେଣ୍ଟସ ଏଗେନଷ୍ଟ ଡିସ୍କ୍ରିମିନେସନ (SAD) ତରଫରୁ ହମିଦଙ୍କୁ ବିରୋଧ ସହ ଦେଶ ଛାଡି ଯିବାକୁ କୁହାଯାଇଥିଲା । ବର୍ତ୍ତମାନ ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଚାଲିଥିବା ଅନ୍ତରୀଣ ସରକାର ଆୱାମୀ ଲିଗକୁ ବ୍ୟାନ୍ କରିଥିବା ଜଣାପଡ଼ିଛି । ଗତ ସପ୍ତାହରେ ବ୍ୟାନ୍ ନିର୍ଦ୍ଦେଶ ଦିଆଯାଇଥିବାବେଳେ ପରେ ପରେ ହିଁ ହମିଦ ଦେଶ ଛାଡିଥିବା ଦେଖିବାକୁ ମିଳିଛି ।‍‍

Advertisment

ଅଧିକ ପଢନ୍ତୁ : ବଢ଼ିଲା ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସୁରକ୍ଷା 

Bangladesh Sheikh Hasina Thailand
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ