Advertisment

ପୋଡ଼ାଜଳା, ଅହିଂସା, ଅରାଜକତା; ଭାରତ-ବାଂଲାଦେଶ ସୀମାରେ ହାଇ-ଆଲର୍ଟ

ଦିଲ୍ଲୀ ସ୍ଥିତ ବାଂଲାଦେଶ ଦୂତାବାସ ବାହାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିବା ଦେଖିବାକୁ ମିଳିଛି। ଭାରତ-ବାଂଲାଦେଶ ସୀମାରେ ବିଏସ୍ଏଫ୍ କୁ ମଧ୍ୟ ହାଇ-ଆଲର୍ଟରେ ରଖାଯାଇଛି। ମେଘାଳୟରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ପାଟ୍ରୋଲିଂକୁ କଡ଼ାକଡ଼ି କରିଛି ଆସାମ।

ଅଦ୍ୟତନ ହୋଇଛି
High Alert Along India-Bangladesh Border

high alert

Advertisment

ହିଂସା ନିଆଁରେ ଜଳୁଛି ବାଂଲାଦେଶ। ସାରା ଦେଶରେ ଅସମ୍ଭାଳ ସ୍ଥିତି। ଚାରିଆଡ଼େ ପୋଡ଼ାଜଳା, ଅରାଜକତା। ପ୍ରଧାନମନ୍ତ୍ରୀ ପଦରୁ ଶେଖ ହସିନା ଇସ୍ତଫା ଦେଇ ଦେଶ ଛାଡିବା ପରେ ପାର୍ଲାମେଣ୍ଟକୁ ଭଙ୍ଗ ଘୋଷଣା କରିଛନ୍ତି ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ।

Advertisment

ସ୍ଥଳ ସେନା, ବାୟୁସେନା, ନୌସେନା ମୁଖ୍ୟଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ନେତା ଓ କିଛି ନାଗରିକ ସମାଜ ସଦସ୍ୟଙ୍କ ସହ ଆଲୋଚନା ପରେ ରାଷ୍ଟ୍ରପତି ସଂସଦ ଭଙ୍ଗ ନିଷ୍ପତ୍ତି ନେଇଥିଲେ। ସେହିପରି ସତ୍ତା ପଲଟ୍ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରମୁଖ ବିରୋଧୀ ଦଳ ନେତା ଖାଲିଦା ଜିୟାଙ୍କୁ ଜେଲରୁ ମୁକ୍ତି ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି। ଚର୍ଚ୍ଚା ହେଉଛି ସେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି।

ଅଧିକ ପଢନ୍ତୁ : ବାଂଲାଦେଶରେ ବଡ଼ ହଲଚଲ, PMଙ୍କ ଘରେ ପଶି ବିରିଆନୀ ଖାଇଲେ.. ଖଟରେ ଶୋଇଲେ..

Advertisment

ଅନ୍ୟପଟେ ସେନା ବାଂଲାଦେଶରେ କ୍ଷମତାଭାର ହାତକୁ ନେଇଛି। ସେନା ଦ୍ବାରା ଗଠିତ ଅନ୍ତରୀଣ ସରକାର ଦେଶ ଚଳାଇବ ବୋଲି ସେନା ମୁଖ୍ୟ ୱାକର୍-ଉଜ୍-ଜମାନ୍ ଘୋଷଣା କରିଥିଲେ। ଅନ୍ତରୀଣ ସରକାର ନେଇ ରାଷ୍ଟ୍ରପତି ଓ ସେନା ମୁଖ୍ୟଙ୍କ ଭିତରେ ଆଲୋଚନା ଚାଲିଛି। ବାଂଲାଦେଶ ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୩୦୦ ଜୀବନ ଗଲାଣି। ସ୍ଥିତି ଏତେ ଖରାପ ଯେ ସାରା ଦେଶରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଲାଗୁ କରାଯିବା ସହ ଇଣ୍ଟରନେଟ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ତେବେ ଭାରତୀୟ ବାୟୁସେନା ଘାଟିର ସେଫ ହାଉସରେ ରାତି କାଟିଛନ୍ତି। ଗାଜିଆବାଦ ସ୍ଥିତ ହିଣ୍ଡନ ଏୟାରବେସରେ ତାଙ୍କୁ ସେଫ୍ ହାଉସରେ ରଖାଯାଇଛି। ଜଗି ରହିଛନ୍ତି ଗାର୍ଡ କମାଣ୍ଡୋ। ଆଗାମୀ କାର୍ଯ୍ୟପନ୍ଥା ସ୍ଥିର ନକରିବା ଯାଏ ସେଠାରେ ରହିବେ ଶେଖ ହାସିନା।ଗତକାଲି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ତାଙ୍କୁ ସାକ୍ଷାତ କରିଥିବା ସୂଚନା ମିଳିଛି।

Advertisment

ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦେଶ ଛାଡ଼ି ନୂଆଦିଲ୍ଲୀ ଆସିଛନ୍ତି। ସାଙ୍ଗରେ ଅଛନ୍ତି ତାଙ୍କ ଭଉଣୀ। କୁହାଯାଉଛି ଖୁବଶୀଘ୍ର ସେମାନେ ଯାଇପାରନ୍ତି ଲଣ୍ଡନ। ଭଉଣୀ ରିହାନାଙ୍କର ବ୍ରିଟେନ୍ ନାଗରିକତା ରହିଛି। ତାଙ୍କ ସହ ଲଣ୍ଡନ ଯାଇ ସେଠାରେ ଶରଣ ନେଇପାରନ୍ତି ଶେଖ୍ ହାସିନା। ଏନେଇ ସେଠାକାର ସରକାରଙ୍କର ଅନୁମୋଦନକୁ ଅପେକ୍ଷା ଥିବା ସୂଚନା ମିଳିଛି।

ଅନ୍ୟପଟେ ହାସିନାଙ୍କ ବଡ଼ ପୁଅ ସାଜିବ ୱାଜେଦ୍ କହିଛନ୍ତି, ମାଆ ଆଉ ରାଜନୀତିକୁ ଫେରିବେ ନାହିଁ। ଏପଟେ ଦିଲ୍ଲୀ ସ୍ଥିତ ବାଂଲାଦେଶ ଦୂତାବାସ ବାହାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିବା ଦେଖିବାକୁ ମିଳିଛି। ଭାରତ-ବାଂଲାଦେଶ ସୀମାରେ ବିଏସ୍ଏଫ୍ କୁ ମଧ୍ୟ ହାଇ-ଆଲର୍ଟରେ ରଖାଯାଇଛି। ମେଘାଳୟରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ପାଟ୍ରୋଲିଂକୁ କଡ଼ାକଡ଼ି କରିଛି ଆସାମ।

Bangladesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ