Bangladesh Election
ଆସନ୍ତାବର୍ଷ ଏପ୍ରିଲ ସୁଦ୍ଧା ବାଂଲାଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏ ନେଇ ଘୋଷଣା କରିଛନ୍ତି ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ । ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ଭାବେ ଦାୟିତ୍ୱ ଗ୍ରହଣ କରିବାର ୧୦ ମାସ ପରେ ନିର୍ବାଚନ ହେବା ନେଇ ଘୋଷଣା କରିଛନ୍ତି ୟୁନୁସ୍ । ୨୦୨୬ ଏପ୍ରିଲ୍ ପ୍ରଥମାର୍ଦ୍ଧର ଯେକୌଣସି ଦିନ ନିର୍ବାଚନ ହେବ ବୋଲି ସେ କହିଛନ୍ତି। ନିର୍ବାଚନ ଆୟୋଗ ଏ ନେଇ ଦେଶବାସୀଙ୍କୁ ବିସ୍ତୁତ ସୂଚନା ଦେବେ। କେମିତି ନିର୍ବାଚନ ହେବ, ଏହା ପୃଷ୍ଠଭୂମି କଣ ରହିବ ସେ ବିଷୟରେ ଆଗକୁ ଜଣାପଡିବ ବୋଲି କହିଛନ୍ତି ଅନ୍ତରୀଣ ମୁଖ୍ୟ ମହମ୍ମଦ ୟୁନୁସ୍ କହିଛନ୍ତି।
ଅଧିକ ପଢ଼ନ୍ତୁ: ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି, ୧୨ ଦେଶର ଲୋକଙ୍କୁ ଆମେରିକାରେ ଏଣ୍ଟ୍ରି ନାହିଁ
ଶେଖ୍ ହସିନା ସରକାରର ପତନ ପରେ ଦେଶରେ ଏହା ପ୍ରଥମ ନିର୍ବାଚନ ହେବାକୁ ଯାଉଛି। ଗତ ବର୍ଷ ଅଗଷ୍ଟ ୫ ତାରିଖରେ ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ବିଦା ହେବା ପରେ ବାଂଲାଦେଶରେ ଏବେ ଅନ୍ତରୀଣ ସରକାର ଶାସନ କାର୍ଯ୍ୟ ଚଳାଉଛି । ୧୯୭୧ ମସିହାରେ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିବା ସଂଗାମୀମାନଙ୍କ ପରିବାର ଓ ସମ୍ପର୍କୀୟଙ୍କ ପାଇଁ ୩୦ ପ୍ରତିଶତ ଚାକିରି ସଂରକ୍ଷଣ କୋଟାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ କରାଯାଇଥିଲା । ଏଥିରେ ୩୦୦ ବିକ୍ଷୋଭକାରୀଙ୍କୁ ହତ୍ୟା ମଧ୍ୟ କରାଯାଇଥିଲା । ଆନ୍ଦୋଳନ ଏତେ ତୀବ୍ର ହୋଇଥିଲା ଯେ, ଶେଖ ହାସିନା ଦେଶ ଛାଡିବାକୁ ବାଧ୍ୟ ହୋଇଥିଲେ । ଏହା ପରେ ଅଗଷ୍ଟ ୭ ତାରିଖରେ ୟୁନୁସ୍ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ସହ ଅନ୍ତରୀଣ ସରକାର ଶେଖ୍ ହାସିନାଙ୍କ ରାଜନୈତିକ ଦଳ ଆୱାମି ଲିଗକୁ ଆତଙ୍କବାଦ ନିରୋଧି ଆଇନ ଅନୁଯାୟୀ ବ୍ୟାନ କରିଥିଲେ ।
ତେବେ ଅନ୍ତରୀଣ ସରକାର ଭାଙ୍ଗି ଦେଶରେ ତୁରନ୍ତ ନିର୍ବାଚନ କରାଇବା ପାଇଁ ସେନା ଓ ସାଧାରଣ ଜନତାଙ୍କ ପକ୍ଷରୁ ୟୁନୁସଙ୍କ ଉପରେ ଚାପ ପଡୁଛି । ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ଚଳିତବର୍ଷ ଡିସେମ୍ବର ସୁଦ୍ଧା ନିର୍ବାଚନ କରାଇବା ପାଇଁ ଦାବି କରି ଆସୁଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749270564.jpg)