• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୟଙ୍କର ଘୂର୍ଣ୍ଣିଝଡ଼ରେ ଛାରଖାର ଆମେରିକୀୟ ସହର । ଆମେରିକାର ଦକ୍ଷିଣ-ପୂର୍ବ ରାଜ୍ୟ ମିସିସିପିରେ ଧ୍ୱଂସର ତାଣ୍ଡବଲୀଳା ରଚିଛି ଘୂର୍ଣ୍ଣିଝଡ଼ । ଶୁକ୍ରବାର ବିଳମ୍ବିତ ରାତିରେ ପ୍ରବଳ ଘୂର୍ଣ୍ଣିବଳୟ, ବର୍ଷା ଓ ଘଡ଼ଘଡ଼ି ଯୋଗୁଁ ୨୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି । ଆଗାମୀ ସମୟରେ ମୃତକଙ୍କ ସଂଖ୍ୟା ବୃଦ୍ଧି ହେବାର ଆକଳନ କରାଯାଉଛି । ତେବେ ପ୍ରବଳ ବର୍ଷା ସହିତ ଏହି ଅଞ୍ଚଳରେ ବଡ଼ ବଲ ପରି କୁଆପଥର ମାଡ଼ ମଧ୍ୟ ହୋଇଛି । ଘୂର୍ଣ୍ଣିଝଡ଼ ଯୋଗୁଁ ନଷ୍ଟ ହୋଇଥିବା ଘର ଗୁଡ଼ିକ ତଳେ ଅନେକ ଲୋକ ପୋତି ହୋଇଥିବା ଆଶଙ୍କା କରାଯାଉଛି ।

ମିସିସିପି ଜରୁରୀକାଳୀନ ପରିଚାଳନା ଏଜେନ୍ସି ଅନୁସାରେ, ବିଶାଳକାୟ ଘୂର୍ଣ୍ଣଝଡ଼ର ପ୍ରଭାବ ପ୍ରାୟ ୧୬୦ କିମି ଅଞ୍ଚଳ ମଧ୍ୟରେ ଦେଖିବାକୁ ମିଳିଛି । ୨୩ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ନିଖୋଜ ହୋଇଯାଇଛନ୍ତି । ଘୂର୍ଣ୍ଣିଝଡ଼ ସାମାନ୍ୟ କମିବା ପରେ ସେମାନଙ୍କୁ ବିପନ୍ନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ପଶ୍ଚିମ ମିସିସିପିର ସିଲିଭର ସିଟିକୁ ଘୂର୍ଣ୍ଣିଝଡ଼ ସମ୍ପୂର୍ଣ୍ଣ ନଷ୍ଟଭ୍ରଷ୍ଟ କରିପକାଇଛି ।

ସେପଟେ ଝଡ଼ ଥମିବା ପରେ ଲୋକମାନେ ଧ୍ୱଂସାବଶେ ତଳୁ ନିଜ ପରିବାର ଲୋକ ଓ ଜନିଷ ଖୋଜିବା ଆରମ୍ଭ କରିଛନ୍ତି । ସେହିପରି ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ମଧ୍ୟ ଆକଳନ କରିଛି । ମିସିସିପି ବ୍ୟତୀତ ରୋଲିଂ ଫର୍କ ସହର ଉପରେ ମଧ୍ୟ ଝଡ଼ର ପ୍ରଭାବ ପଡ଼ିଛି । ସେଠାକୁ ମଧ୍ୟ ଉଦ୍ଧାରକାରୀ ଦଳ ଯାଇଛନ୍ତି ।

ଶୁକ୍ରବାର ରାତିରେ ମିସିସିପିରେ ହୋଇଥିବା ଘୂର୍ଣ୍ଣିଝଡ଼ ସମସ୍ତଙ୍କୁ ବିଚଳିତ କରିଛି । ସାମ୍ନାକୁ ଆସିଥିବା ଫଟୋ ଓ ଭିଡିଓରେ ସବୁ କିଛି ଛିନଛତ୍ର ହୋଇ ଯାଇଥିବା ଦେଖିବାକୁ ମିଳିଛି । ଗାଡ଼ି ଉପରେ ଗାଡ଼ି ମାଡ଼ି ଯାଇଥିବା ବେଳେ ଘର ଭୁଶୁଡ଼ି ପଡ଼ିଛି । ଦୋକାନ ବଜାର ସବୁ ମାଟିରେ ମିଶି ଯାଇଛି। ଏବେ ଉଦ୍ଧାରକାରୀ ଦଳ ଯୁଦ୍ଧକାଳୀନ ଭିତ୍ତିରେ ସବୁ କିଛି ଠିକ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।

OTV is now on Whatsapp

Join and get latest news update delivered to you via whatsapp

Join Now