ବଜାରରୁ ଭାକ୍ସିନ ଫେରାଇ ନେବ ଆଷ୍ଟ୍ରୋଜେନିକା, ସାଇଡ୍ ଇଫେକ୍ଟ ନେଇ ସୃଷ୍ଟି ହୋଇଥିଲା ବିବାଦ

ସାଇଡ୍ ଇଫେକ୍ଟ ନେଇ ପ୍ରଶ୍ନ ଉଠିବା ପରେ ବଜାରରୁ ଭାକ୍ସିନ ଫେରାଇ ନେବ ଆଷ୍ଟ୍ରୋଜେନିକା କମ୍ପାନୀ । କୋଭିଡ୍-୧୯ ଭାକ୍ସିନକୁ ବଜାରରୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି କମ୍ପାନୀ ।

Vaccine

ସାଇଡ୍ ଇଫେକ୍ଟ ନେଇ ପ୍ରଶ୍ନ ଉଠିବା ପରେ ବଜାରରୁ ଭାକ୍ସିନ ଫେରାଇ ନେବ ଆଷ୍ଟ୍ରୋଜେନିକା କମ୍ପାନୀ । କୋଭିଡ୍-୧୯ ଭାକ୍ସିନକୁ ବଜାରରୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି କମ୍ପାନୀ । କମ୍ପାନୀ ଭାକ୍ସିନ୍ ଫେରାଇ ନେବାର କାରଣ ଅନ୍ୟ କିଛି କହିଛି । ଆଷ୍ଟ୍ରୋଜେନିକା କମ୍ପାନୀର କହିବା କଥା କୋଭିଡ୍ ମହାମାରୀ ପରେ ଯେଉଁଭଳି କରୋନା ଭାକ୍ସିନର ସପ୍ଲାଇ କରାଗଲା, ତାହା ଆବଶ୍ୟକତା ଠାରୁ ମାର୍କେଟରେ ଅଧିକ ହୋଇଯାଇଥିଲା ।

ଏଥିପାଇଁ କମ୍ପାନୀ ବଜାରରୁ ଭାକ୍ସିନ୍ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି । ଭାରତରେ ପ୍ରସ୍ତୁତ ହୋଇଥିବା କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତିଙ୍କଠାରେ ରକ୍ତ ଜମାଟ ବାନ୍ଧିବା, ପ୍ଲେଟଲେଟ୍ କାଉଣ୍ଟ କମିବା ଭଳି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯିବା ନେଇ ଖବର ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ଛନକା ପଶିଥିଲା ।

ଅଧିକ ପଢ଼ନ୍ତୁ: କରୋନା ଟିକା ନେଇଥିଲେ ହୋଇଯାଆନ୍ତୁ ସାବଧାନ, କୋଭିସିଲ୍ଡରେ ରହିଛି ଗୁରୁତର ପାର୍ଶ୍ୱପ୍ରତିକ୍ରିୟା !

କୋଭିସିଲ୍ଡର ରହିଛି ଗୁରୁତର ପାର୍ଶ୍ୱପ୍ରତିକ୍ରିୟା । ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବା ଓ ବ୍ଲକ ପ୍ଲାଟେଲେଟ କାଉଣ୍ଟ କମିଯାଇପାରେ । କରୋନା ମହାମାରୀ ସମୟରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ପକ୍ଷରୁ ମିଳିତଭାବେ ଏହି ଟିକା ପ୍ରସ୍ତୁତ କରାଯାଇଥିଲା । ଏହି ଟିକା ବହୁ ସଂଖ୍ୟାରେ ବିକ୍ରି ମଧ୍ୟ ହୋଇଛି ।

ବ୍ରିଟେନର ଏକ କୋର୍ଟରେ ସତ୍ୟପାଠ ଦାଖଲ କରି ସ୍ୱୀକାର କରିଛି ନିର୍ମାଣକାରୀ କମ୍ପାନୀ । ଭାରତରେ ପୁନେସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ସହ ମିଶି ଏହି କଂପାନି ଟିକା ଉତ୍ପାଦନ କରିଥିଲା । ଟିକା ନେବା ପରେ ଅନେକ ଲୋକଙ୍କ ମଧ୍ୟରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିବା ନେଇ ଅଭିଯୋଗ ହୋଇଥିଲା ।

ଜେମସ୍ ସ୍କଟ୍ ନାମକ ଜଣେ ବ୍ୟକ୍ତି ୟୁକେ ହାଇକୋର୍ଟରେ ପ୍ରଥମେ ଏନେଇ ଅଭିଯୋଗ କରିଥିଲେ । ଟିକା ନେଇଥିବା କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ ବ୍ଲଡ ପ୍ଲାଟେଲେଟ୍ ପରିମାଣ କମିବା ସହ ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ଦେଖାଦେଇପାରେ ବୋଲି ଖବର ପ୍ରକାଶ ପାଇଛି । ତେବେ କମ୍ପାନୀର ଏପରି ସ୍ୱୀକାରୋକ୍ତି ପରେ ବର୍ତ୍ତମାନ ସାଧାରଣ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି ।

ଅଧିକ ପଢ଼ନ୍ତୁ: ଆସୁଛି ଆଉ ଏକ ମହାମାରୀ ! କରୋନାଠୁ ୧୦୦ ଗୁଣ ଅଧିକ ହୋଇପାରେ ମାରାତ୍ମକ

ମାମଲା ଅଦାଲତକୁ ଆସିବା ପରେ ଟିକାର ଭୟାଭୟତା ସମ୍ପର୍କରେ ଜଣା ପଡ଼ିଥିଲା । ଏହି ପାର୍ଶ୍ୱ ପ୍ରତିକ୍ରିୟାକୁ ଟ୍ରମ୍ବୋସିସ୍ ବା TTS କୁହାଯାଉଛି । ବ୍ରିଟେନ ହାଇକୋର୍ଟରେ ଆଷ୍ଟ୍ରାଜେନେକା ଦାଖଲ କରିଥିବା ସତ୍ୟପାଠରେ କୁହାଯାଇଛି ଯେ, ଅତି ବିରଳ କ୍ଷେତ୍ରରେ ଏହି TTS ସୃଷ୍ଟି ହେଉଛି ।