କରୋନା ଟିକା ନେଇଥିଲେ ହୋଇଯାଆନ୍ତୁ ସାବଧାନ, କୋଭିସିଲ୍ଡରେ ରହିଛି ଗୁରୁତର ପାର୍ଶ୍ୱପ୍ରତିକ୍ରିୟା !

ସମ୍ପୂର୍ଣ୍ଣ ନିରାପଦ ନୁହେଁ କରୋନା ଟିକା କୋଭିସିଲ୍ଡ । କରୋନା ଟିକା କୋଭିସିଲ୍ଡର ରହିଛି ଗୁରୁତର ପାର୍ଶ୍ୱପ୍ରତିକ୍ରିୟା । ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବା ଓ ବ୍ଲକ ପ୍ଲାଟେଲେଟ କାଉଣ୍ଟ କମିଯାଇପାରେ ।

Corona

ସମ୍ପୂର୍ଣ୍ଣ ନିରାପଦ ନୁହେଁ କରୋନା ଟିକା କୋଭିସିଲ୍ଡ । କରୋନା ଟିକା କୋଭିସିଲ୍ଡର ରହିଛି ଗୁରୁତର ପାର୍ଶ୍ୱପ୍ରତିକ୍ରିୟା । ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବା ଓ ବ୍ଲକ ପ୍ଲାଟେଲେଟ କାଉଣ୍ଟ କମିଯାଇପାରେ । ୟୁକେ କୋର୍ଟଙ୍କୁ ଟିକା ନିର୍ମାଣକାରୀ କଂପାନୀ ଆଷ୍ଟ୍ରାଜେନେକା ଜଣାଇଥିବା ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି ।

କରୋନା ମହାମାରୀ ସମୟରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ପକ୍ଷରୁ ମିଳିତଭାବେ ଏହି ଟିକା ପ୍ରସ୍ତୁତ କରାଯାଇଥିଲା । ଏହି ଟିକା ବହୁ ସଂଖ୍ୟାରେ ବିକ୍ରି ମଧ୍ୟ ହୋଇଛି । ବ୍ରିଟେନର ଏକ କୋର୍ଟରେ ସତ୍ୟପାଠ ଦାଖଲ କରି ଏହା ସ୍ୱୀକାର କରିଛି ନିର୍ମାଣକାରୀ କମ୍ପାନୀ । ଭାରତରେ ପୁନେସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ସହ ମିଶି ଏହି କଂପାନି ଟିକା ଉତ୍ପାଦନ କରିଥିଲା ।

ଅଧିକ ପଢ଼ନ୍ତୁ: ଆସୁଛି ଆଉ ଏକ ମହାମାରୀ ! କରୋନାଠୁ ୧୦୦ ଗୁଣ ଅଧିକ ହୋଇପାରେ ମାରାତ୍ମକ

ଟିକା ନେବା ପରେ ଅନେକ ଲୋକଙ୍କ ମଧ୍ୟରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଜେମସ୍ ସ୍କଟ୍ ନାମକ ଜଣେ ବ୍ୟକ୍ତି ୟୁକେ ହାଇକୋର୍ଟରେ ପ୍ରଥମେ ଏନେଇ ଅଭିଯୋଗ କରିଥିଲେ । ଟିକା ନେଇଥିବା କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ ବ୍ଲଡ ପ୍ଲାଟେଲେଟ୍ ପରିମାଣ କମିବା ସହ ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ଦେଖାଦେଇପାରେ ବୋଲି ଖବର ପ୍ରକାଶ ପାଇଛି ।

ତେବେ କମ୍ପାନୀର ଏପରି ସ୍ୱୀକାରୋକ୍ତି ପରେ ବର୍ତ୍ତମାନ ସାଧାରଣ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି । ମାମଲା ଅଦାଲତକୁ ଆସିବା ପରେ ଟିକାର ଭୟାଭୟତା ସମ୍ପର୍କରେ ଜଣା ପଡ଼ିଥିଲା । ଏହି ପାର୍ଶ୍ୱ ପ୍ରତିକ୍ରିୟାକୁ ଟ୍ରମ୍ବୋସିସ୍ ବା TTS କୁହାଯାଉଛି । ବ୍ରିଟେନ ହାଇକୋର୍ଟରେ ଆଷ୍ଟ୍ରାଜେନେକା ଦାଖଲ କରିଥିବା ସତ୍ୟପାଠରେ କୁହାଯାଇଛି ଯେ, ଅତି ବିରଳ କ୍ଷେତ୍ରରେ ଏହି TTS ସୃଷ୍ଟି ହେଉଛି ।