ମୋ ମୁଣ୍ଡ କାଟ କରିବାକୁ ଚାହୁଁଥିଲା ଆର୍ଜେଣ୍ଟିନା: ପୋପ୍‌ ଫ୍ରାନ୍‌ସିସ୍‌

୬୦୦ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ, ପୋପ୍ ବେନେଡିକ୍ଟ ଫେବୃଆରୀ ୨୦୧୩ରେ ଇସ୍ତଫା ଦେଇଥିଲେ । ପୂର୍ବରୁ କୌଣସି ପୋପ୍‌ ଏଭଳି ଇସ୍ତଫା ଦେଇନଥିଲେ ।

Argentina govt wanted to cut my head off: Pope Francis

ପୋପ୍‌ ଫ୍ରାନ୍‌ସିସ୍‌ଙ୍କ ହେବ କି ମୁଣ୍ଡ କାଟ ! ମୁଣ୍ଡ କାଟ କରିବାକୁ ଚାହିଁ ବସିଛି ଆର୍ଜେଣ୍ଟିନା ! ଏଭଳି ଏକ ସାଂଘାତିକ ଅଭିଯୋଗ କରିଛନ୍ତି ଖ୍ରୀଷ୍ଟିଆନ୍‌ମାନଙ୍କ ଶ୍ରେଷ୍ଠ ଧର୍ମଗୁରୁ ଖୋଦ୍‌ ପୋପ୍‌ ଫ୍ରାନ୍‌ସିସ୍‌ । ଆର୍ଜେଣ୍ଟିନା ବିରୋଧରେ ପୋପ୍ ନିଜେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଜଣେ ଧର୍ମଗୁରୁଙ୍କ ମୁଣ୍ଡ କାଟ୍‌ ପାଇଁ କାହିଁକି ଚାହିଁ ବସିଛି ଆର୍ଜେଣ୍ଟିନା ସରକାର ?

ଏକ ସାକ୍ଷାତକାରରେ ପୋପ୍‌ ଏଭଳି ଅଭିଯୋଗ ଆଣିଥିବା ସହ କହିଛନ୍ତି, କିଛି ବର୍ଷ ପୂର୍ବେ ସେ ଯେତେବେଳେ ବ୍ୟୁନସ ଆୟର୍ସର ଆର୍ଚବିଶପ ଥିଲେ, ସେତେବେଳେ ଆର୍ଜେଣ୍ଟିନା ସରକାର ମିଥ୍ୟା ଆରୋପ ଲଗାଇ ତାଙ୍କ ମୁଣ୍ଡ କାଟ୍ କରିବାକୁ ଚାହିଁଥିଲେ । ୧୯୭୦ ଦଶକରେ ସୈନ୍ୟ ତାନାସାହିଙ୍କୁ ସହଯୋଗ କରିଥିବାର ମିଥ୍ୟା ଆରୋପ ଲଗାଇ ଅର୍ଜେଣ୍ଟିନା ସରକାର ତାଙ୍କ ମୁଣ୍ଡ କାଟ କରିବାକୁ ଚାହିଁଥିଲା । ଫ୍ରାନ୍ସିସ୍ ଏପ୍ରିଲ୍ ୨୯ରେ ହଙ୍ଗେରୀ ଗସ୍ତ ସମୟରେ ଜେସ୍‌ଇଟ୍‌ସଙ୍କ ସହ ଏକ ବ୍ୟକ୍ତିଗତ ବାର୍ତ୍ତାଳାପରେ ଏଭଳି ଖୁଲାସା କରିଛନ୍ତି । ଫ୍ରାନସିସ୍ ମଧ୍ୟ ଜଣେ ଜେସ୍‌ଇଟ୍‌ସ ଏବଂ ତାଙ୍କର ବିବୃତ୍ତି ମଙ୍ଗଳବାର ଦିନ ଇଟାଲୀର ଜେସୁଟ୍ ଜର୍ନାଲ୍ ସିଭିଲ୍ଟା କ୍ୟାଟୋଲିକାରେ ପ୍ରକାଶିତ ହୋଇଥିଲା । 

ଅଧିକ ପଢ଼ନ୍ତୁ: ନନ୍‌ ଓ ପାଦ୍ରି ବି ଦେଖନ୍ତି ପର୍ଣ୍ଣ ! ଚାଞ୍ଚଲ୍ୟକର ଖୁଲାସା କଲେ ଖ୍ରୀଷ୍ଟିଆନ ଧର୍ମଗୁରୁ

ଅନ୍ୟପଟେ କିଛି ଦିନ ପୂର୍ବରୁ ପୋପ୍‌ ଅସୁସ୍ଥ ଥିଲେ । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେ ଏବେ କିଛି ଦିନ ହେବ ସୁସ୍ଥ ହୋଇଛନ୍ତି । ଶ୍ୱାସନଳୀରେ ସଂକ୍ରମଣ ଯୋଗୁଁ ହଠାତ ଅସୁସ୍ଥ ହୋଇପଡିଥିଲେ ପୋପ୍ ଫ୍ରାନ୍ସିସ । ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ରୋମର ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଏନେଇ ସୂଚନା ଦେଇଥିଲେ ଭାଟିକାନର ମୁଖପାତ୍ର ମାଟେଓ ବ୍ରୁନି ।

ସୂଚନାଯୋଗ୍ୟ, ଖ୍ରୀଷ୍ଟିଆନମାନଙ୍କର ସର୍ବଶ୍ରେଷ୍ଠ ଧାର୍ମିକ ନେତା ପୋପ୍ ବେନେଡିକ୍ଟ ଷୋଡ଼ଶଙ୍କ ୯୫ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ଫ୍ରାନ୍‌ସିସ୍‌ଙ୍କ ପୂର୍ବରୁ ବେନେଡିକ୍ଟ ଥିଲେ କ୍ୟାଥ୍‌ଲିକ୍‌ମାନଙ୍କ ସର୍ବଶ୍ରେଷ୍ଠ ଧର୍ମଗୁରୁ । ବେନେଡିକ୍ଟ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିଲା । ୬୦୦ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ, ପୋପ୍ ବେନେଡିକ୍ଟ ଫେବୃଆରୀ ୨୦୧୩ରେ ଇସ୍ତଫା ଦେଇଥିଲେ । ପୂର୍ବରୁ କୌଣସି ପୋପ୍‌ ଏଭଳି ଇସ୍ତଫା ଦେଇନଥିଲେ । ତାଙ୍କ ଇସ୍ତଫା ପରେ ଫ୍ରାନ୍‌ସିସ୍‌ ତାଙ୍କ ପଦବୀରେ ବସିଥିଲେ ।

ସେ ୯୫ ବର୍ଷ ବୟସରେ ଭାଟିକାନ ପଡିଆରେ ଏକ କନଭେଣ୍ଟରେ ରହୁଥିଲେ । ବିଗତ ବର୍ଷଗୁଡିକରେ ପୂର୍ବତନ ପୋପ୍‌ଙ୍କ ସ୍ୱାସ୍ଥାବସ୍ଥା ବିଗିଡି ଯାଇଥିଲା । ପୋପ୍ ପଦ ଛାଡିବା ପରେ ବେନେଡିକ୍ଟ ତାଙ୍କର ଅଧିକାଂଶ ସମୟ ପ୍ରାର୍ଥନା ଏବଂ ଧ୍ୟାନରେ ବିତାଉଥିଲେ । ଭାଟିକାନର ପଲ୍ VI ହଲ୍‌ରେ ପୋପ୍ ଫ୍ରାନ୍ସିସ୍ ସାଧାରଣ ଦର୍ଶକଙ୍କୁ ସମ୍ବୋଧିତ କରୁଥିଲେ । ଏହି ସମୟରେ ସେ ବେନେଡିକ୍ଟଙ୍କ ସ୍ୱାସ୍ଥ୍ୟ ଅବନତି ବିଷୟରେ କହିଥିଲେ ।

୮୫ ବର୍ଷ ବୟସରେ ଫେବୃଆରୀ ୨୦୧୩ରେ ପୋପ୍ ବେନେଡିକ୍ଟ XVI, ସାରା ବିଶ୍ୱରେ କ୍ୟାଥୋଲିକମାନଙ୍କୁ ସ୍ତବ୍ଧ କରିଦେଇଥିଲେ । ୧୪୧୫ ମସିହାରେ ଗ୍ରେଗୋରୀ ଦ୍ୱାଦଶ ପଦରୁ ଇସ୍ତଫା ଦେବା ପରେ କୌଣସି ପୋପ୍ ଇସ୍ତଫା ଦେଇ ନଥିଲେ । ସେତେବେଳେ ଖ୍ରୀଷ୍ଟିଆନ ଗୋଷ୍ଠୀରେ କିଛି ବିବାଦ ହେତୁ ପୋପ୍ ଗ୍ରେଗୋରୀ ଇସ୍ତଫା ଦେଇଥିଲେ ।