Advertisment

୪ ମାସ କାଳ ଆକାଶରେ ଦେଖା ଦେବେନି ସୂର୍ଯ୍ୟ

ସାଧାରଣତଃ ରୁତୁଚକ୍ର ଅନୁସାରେ ପୃଥିବୀର ବିଭିନ୍ନ ପ୍ରାନ୍ତରେ ସୂର୍ଯ୍ୟ କରିଣ ପଡ଼ିଥାରଏ।

author-image
Chandan Shishu
Long night begins

Long night begins

ଆସିଲା ଦୀର୍ଘକାଳୀନ ରାତି। ୪ ମାସ ପାଇଁ ଆକାଶରେ ଦେଖା ଦେବେନି ସୂର୍ଯ୍ୟ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଆଣ୍ଟାର୍କଟିକାରେ ଆରମ୍ଭ ହୋଇଛି ଦୀର୍ଘକାଳୀନ ରାତି। ସେଠାରେ ଏହି ୪ ମାସ ରାତି ହେଉଥିବାରୁ ଅନେକ ରହସ୍ୟ ଉନ୍ମୋଚନ ହେବ। ୧୨୦ ଦିନ ପାଇଁ ଗୋଟିଏ ମହାଦେଶ ଅନ୍ଧାରରେ ରହିବ। ଏଥି ପାଇଁ ଏକ ଗବେଷଣା ଟିମ୍‌ ନିଜକୁ ପ୍ରସ୍ତୁତ କରିଛି। ଇୟୋରୋପର କନ୍‌କୋର୍ଡିଆ ଗବେଷଣା ସେଣ୍ଟରର ୧୨ ଜଣ ବୈଜ୍ଞାନିକ ଏହି ଗବେଷଣା କରିବେ।

Advertisment

ସାଧାରଣତଃ ପୃଥିବୀରେ ୪ଟି ଋତୁ ଅନୁଭୂତ ହୋଇଥାଏ। କିନ୍ତୁ ଆଣ୍ଟାର୍କଟିକାର ପରିବେଶ ଓ ପାଣିପାଗ ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ମାତ୍ର ୨ଟି ଋତୁ ଅନୁଭୂତ ହୁଏ। ଗ୍ରୀଷ୍ମକାଳରେ ଏଠାରେ ୬ ମାସ ଦିନ ଏବଂ ଶୀତଋତୁରେ ୬ ମାସ ରାତି ହୋଇଥାଏ। ସମୁଦ୍ରପତନଠାରୁ ୩୨୩୩ମିଟର ଉପରେ ଅବସ୍ଥିତ ଆଣ୍ଟାର୍କଟିକାର ଜଳବାୟୁ ଅତ୍ୟନ୍ତ ‌ଥଣ୍ଡା। ଏଠାରେ ତାପମାତ୍ରା ୮୦ ଡିଗ୍ରୀ ସେଲସିୟସ ତଳେ ରୁହେ।  ଶୀତ ସମୟରେ ସମଗ୍ର ଆଣ୍ଟାର୍କଟିକା ବରଫାବୃତ ପାହାଡ଼ରେ ଘୋଡ଼ାଇ ହୁଏ।

ସାଧାରଣତଃ ରୁତୁଚକ୍ର ଅନୁସାରେ ପୃଥିବୀର ବିଭିନ୍ନପ୍ରାନ୍ତରେ ସୂର୍ଯ୍ୟ କରିଣ ପଡ଼ିଥାରଏ।  ନାସାର ସୂଚନା ଅନୁସାରେ, ଗ୍ରୀଷ୍ମ ସମୟରେ ଆଣ୍ଟାର୍କଟିକା ସୂର୍ଯ୍ୟ ଆଡ଼କୁ ଢଳି ରହୁଥିବାରୁ ସବୁବେଳେ ସୂର୍ଯ୍ୟ କିରଣ ପାଇଥାଏ। କିନ୍ତୁ ଶୀତକାଳରେ ବୀପରିତ ଦିଗକୁ ଢଳି ରହିଲେ ଆଣ୍ଟାର୍କଟିକା ମହାଦେଶ ଅନ୍ଧାରରେ ବୁଡ଼ି ରୁହେ ।  ଆଣ୍ଟାର୍କଟିକାରେ ଥିବା ୟୁରୋପ୍‌ର କନ୍‌କୋର୍ଡିଆ’ ଗବେଷଣା କେନ୍ଦ୍ରରେ ସମ୍ପ୍ରତି ୧୨ଜଣ ବୈଜ୍ଞାନିକ ରହି ଗବେଷଣା କରୁଛନ୍ତି। ଦୀର୍ଘ କାଳି ଧରି ଏଠାରେ ରାତି ହେଉ ଥିବାରୁ ବୈଜ୍ଞାନକିମାନେ ଆଗୁଆ ପ୍ରସ୍ତୁତ କରିଛନ୍ତି।

Advertisment
Antarctica Long Night Begins
Advertisment
Advertisment