Advertisment

୨୪ରୁ ୩୬ ଘଣ୍ଟା ମଧ୍ୟରେ କାବୁଲ ଏୟାରପୋର୍ଟରେ ପୁଣି ଆତଙ୍କୀ ହମ୍‌ଲା ଆଶଙ୍କା

ଆଫଗାନିସ୍ତାନରେ ଆତଙ୍କୀଙ୍କୁ ନିପାତ କରିବା ପାଇଁ ଆଗକୁ ଆହୁରି ହେବ ଡ୍ରୋନ୍ ଆକ୍ରମଣ। ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ୍ ପକ୍ଷରୁ ଏଭଳି ଚେତାବନୀ ଦିଆଯାଇଛି। କାବୁଲ ସିରିଜ ବିସ୍ଫୋରଣର ପରେ ଆମେରିକା ଡ୍ରୋନ୍ ଆକ୍ରମଣ କରିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Hamid Karzai International Airport in Kabul

Hamid Karzai International Airport in Kabul

ୱାଶିଂଟନ: ଆଫଗାନିସ୍ତାନରେ ଆତଙ୍କୀଙ୍କୁ ନିପାତ କରିବା ପାଇଁ ଆଗକୁ ଆହୁରି ହେବ ଡ୍ରୋନ୍ ଆକ୍ରମଣ। ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ୍ ପକ୍ଷରୁ ଏଭଳି ଚେତାବନୀ ଦିଆଯାଇଛି। କାବୁଲ ସିରିଜ ବିସ୍ଫୋରଣର ପରେ ଆମେରିକା ଡ୍ରୋନ୍ ଆକ୍ରମଣ କରିଥିଲା। ଏଥିରେ ଆକ୍ରମଣର ମାଷ୍ଟରମାଇଣ୍ଡ ଓ ଜଣେ ସହଯୋଗୀ ନିହତ ହୋଇଥିବା ବେଳେ ଅନ୍ୟ ଜଣେ ଆତଙ୍କୀ ଆହତ ହୋଇଥିବା ପେଣ୍ଟାଗନ୍ ପକ୍ଷରୁ କୁହାଯାଇଛି।

Advertisment

ଅନ୍ୟପଟେ କାବୁଲ ଏୟାରପୋର୍ଟରେ ଆତ୍ମଘାତୀ ବିସ୍ଫୋରଣ ଭଳି ଆଗାମୀ ୨୪ରୁ ୩୬ ଘଣ୍ଟା ଭିତରେ ଆଉ ଏକ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଆମେରିକା ସୈନ୍ୟ କମାଣ୍ଡର୍ସ ପକ୍ଷରୁ ଏଭଳି ଆଶଙ୍କା କରାଯାଇଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି। ରାଷ୍ଟ୍ରୀୟ ସୁରକ୍ଷା ଟିମ୍ ସହ ଆଲୋଚନା ପରେ ବାଇଡେନ୍ ଏହା ମଧ୍ୟ କହିଛନ୍ତି ଯେ, କାବୁଲ ବିସ୍ଫୋରଣର ମୁଖ୍ୟ ଷଡ଼ଯନ୍ତ୍ରକାରୀର ଆଡ୍ଡା ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣ ଶେଷ ନୁହେଁ। ଏୟାରପୋର୍ଟରେ ବିସ୍ଫୋରଣର ଦିନକ ପରେ ଆମେରିକା କାବୁଲ ବିସ୍ଫୋରଣର ମୁଖ୍ୟ ଷଡ଼ଯନ୍ତ୍ରକାରୀର ଆଡ୍ଡା ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା। Nangarhar ପ୍ରୋଭିନ୍ସରେ ଡ୍ରୋନ୍ ଜରିଡକରେ ବୋମା ପକାଇଥିଲା ପେଣ୍ଟାଗନର ସେଣ୍ଟ୍ରାଲ କମାଣ୍ଡ୍।  ଯାହାକୁ ଟାର୍ଗେଟ କରାଯାଇଥିଲା, ସେ ନିହତ ହୋଇଥିବା ସେଣ୍ଟ୍ରାଲ କମାଣ୍ଡ୍ କ୍ୟାପଟେନ ବିଲ୍ ଅର୍ବାନ କହିଛନ୍ତି।  ଏହି ଆକ୍ରମଣରେ କୌଣସି ସାଧାରଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ନ ଥିବା ସେ ସ୍ପଷ୍ଟ କରିଛନ୍ତି।

Advertisment

ସୂଚନାଥାଉ କି, କାବୁଲ ଆନ୍ତର୍ଜାତିକ ବିମାନବନ୍ଦର ବାହାରେ ଗୁରୁବାର ସନ୍ଧ୍ୟାରେ ତିନୋଟି ସ୍ଥାନରେ ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା। ଏଥିରେ ୧୩ ଆମେରିକୀୟ ସୈନ୍ୟଙ୍କ ସମେତ ଶତାଧିକ ଲୋକ ପ୍ରାଣ ହରାଇଥିଲେ।ତେବେ ବିମାନବନ୍ଦରରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ନିଜର ସମ୍ପୃକ୍ତ ଥିବା ନେଇ ଦାୟୀ କରିଥିଲା ଇସଲାମିକ ଷ୍ଟେଟ ଖୋରାସାନ ପ୍ରାନ୍ତ (ଆଇଏସକେପି)। ଏହା ପରେ ପ୍ରତିଶୋଧର ଚେତାବନୀ ଦେଇଥିଲା ଆମେରିକା। ଆକ୍ରମଣକାରୀଙ୍କୁ ଖୋଜି ଖୋଜି ମାରିବୁ ବୋଲି କହିଥିଲେ ବାଇଡେନ୍। 

ଅନ୍ୟପକ୍ଷେ, ତାଲିବାନକୁ କୂଟନୀତିକ ଭାବେ ମାନ୍ୟତା ଦେବା ନେଇ ଆମେରିକା ଭିନ୍ନ ମତ ଦେଇଛି। ଏନେଇ ସଂଗଠନ ଠାରୁ କଥା ନୁହେଁ ବରଂ କାମ ଚାହିଁବା ନେଇ ଆମେରିକା କହିବା ସହିତ ଏହାର ପ୍ରତିବଦ୍ଧତା ଉପରେ ବଞ୍ଚିବାକୁ ଆଶା କରିଛି। ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ନେଡ୍‌ ପ୍ରାଇସ୍ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ତାଲିବାନ ସ୍ପଷ୍ଟ କରିଛି ଯେ ସେ ଆଫଗାନିସ୍ତାନରେ ଆମେରିକାର ରାଜନୀତିକ ଉପସ୍ଥିତି ଚାହୁଁଛି।

Afghanistan US Kabul Airport Terror Threat At Kabul Airport Kabul Airport Attack
Advertisment
Advertisment