Advertisment

ଆର୍ଥିକ ମାନ୍ଦାବସ୍ତାରେ ବୁଡିବ ଆମେରିକା

ବିଶିଷ୍ଟ ଅର୍ଥନୀତିଜ୍ଞ ୟେଲେନ ସିଏନବିସିରେ କହିଛନ୍ତି ଯେ ଆମେରିକାର ସଂସଦ ଦିନକୁ ଦିନ ଋଣ ବଢାଇବରେ ଲାଗିଛି ଏହି ଋଣ ସଂକଟର ଯଥା ଶୀଘ୍ର ସମାଧାନ ହେବା ନିହାତି ଦରକାର। ନଚେତ୍ ଆମେରିକାର ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇ ପଡିବ।

author-image
Otv Khabar Bureau
ଅଦ୍ୟତନ ହୋଇଛି
janet yellen

janet yellen

ୱାଶିଂଟନ୍:  ଆମେରିକାର ବଢୁଥିବା ଋଣ କାରଣରୁ ଦେଶରେ ଆର୍ଥିକ ସଂକଟ ଦେଖାଯାଇପାରେ ।  ମଙ୍ଗଳବାର ଚେତାବନୀ ଦେଇ ଏପରି କହିଛନ୍ତି ଆମେରିକାର ଟ୍ରେଜେରୀ ସଚିବ ତଥା ଅର୍ଥମନ୍ତ୍ରୀ ଜେନେଟ୍ ୟେଲେନ । ସେ କହିଛନ୍ତି ଋଣ ସଂକଟ ଦେଶରେ ମାନ୍ଦାବସ୍ତାର କାରଣ ହୋଇପାରେ। ବିଶିଷ୍ଟ ଅର୍ଥନୀତିଜ୍ଞ ୟେଲେନ ସିଏନବିସିରେ କହିଛନ୍ତି ଆମେରିକାର ସଂସଦ ଦିନକୁ ଦିନ ଋଣ ବଢାଇବରେ ଲାଗିଛି ।  ଋଣ ସଂକଟର ଯଥା ଶୀଘ୍ର ସମାଧାନ ହେବା ନିହାତି ଦରକାର। ନଚେତ୍ ଆମେରିକାର ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇ ପଡିବ।

Advertisment

ୟେଲେନ୍‌ଙ୍କ ଚେତାବନୀ ଅନୁଯାୟୀ ଅକ୍ଟୋବର ୧୮ ସୁଦ୍ଧା ଆମେରିକୀୟ ସଂସଦ ଦେଶର ଋଣ ସୀମାକୁ ନ ଅଟକାଇଲେ, ଋଣଦାତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ଆମେରିକା ପାଖରେ ଅର୍ଥ ନଥିବ । ବାସ୍ତବରେ ବିଗତ ଦଶନ୍ଧି ମଧ୍ୟରେ ଆମେରିକାର ସଂସଦ ମାନେ ଋଣ ସୀମା ସ୍ଥିର କରିବା ପରଠାରୁ ଅନେକ ଥର ଏପରି ଭୁଲ କରି ଆସୁଛନ୍ତି। ନିର୍ବାଚନ ସାଧାରଣତଃ ଦ୍ୱିପାକ୍ଷିକ ଏବଂ ବିବାଦଠାରୁ ଦୂରରେ ରହିଛି। କିନ୍ତୁ ଚଳିତ ବର୍ଷ ୱାଶିଂଟନରେ ଭୋଟର ମାନେ ଅସାଧାରଣ ତିକ୍ତତା ଦେଖାଇ ରିପବ୍ଲିକନ୍ ଋଣକୁ ବଢାଇବା ଜିଦ୍‌ରେ ଭୋଟ୍ ଦେବାକୁ ମନା କରିଛନ୍ତି। କେବଳ ସେତିକି ନୁହେଁ, ଡେମୋକ୍ରେଟିସ୍କ ମାନଙ୍କୁ ପାର୍ଟି ଲାଇନରେ ରହି ଭୋଟ୍ ନଦେବାକୁ ମଧ୍ୟ କୁହାଯାଇଛି।

୭୪ ବର୍ଷୀୟ ଜେନେଟ୍ ୟେଲେନ ପୂର୍ବରୁ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ତଥା ଫେଡେରାଲ ରିଜର୍ଭର ଗଭର୍ଣ୍ଣର ରହି ଆସିଛନ୍ତି। ସେ ୨୦୧୪ ରୁ ୨୦୧୮ ପର୍ଯ୍ୟନ୍ତ ଫେଡେରାଲ ରିଜର୍ଭର ଗଭର୍ଣ୍ଣର ଭାବେ ନେତୃତ୍ୱ ନେଇଥିଲେ। ୟେଲେନ ବ୍ରାଉନ୍ ଓ ୟେଲରୁ ଡିଗ୍ରୀ ହାସଲ କରିଛନ୍ତି। ସେ ଦୁନିଆର ଅନେକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ଶିକ୍ଷା ମଧ୍ୟ ଦେଇଛନ୍ତି। ବେରୋଜଗାରୀ ହ୍ରାସ କରିବା, ବିଶ୍ୱ ଆର୍ଥିକ ସଙ୍କଟରୁ ସ୍ଥାୟୀ ପୁନରୁଦ୍ଧାର କରିବା ଏବଂ ଫେଡେରାଲ ରିଜର୍ଭରେ ଗଭର୍ଣ୍ଣର ଭାବେ କାର୍ଯ୍ୟ କରିବା ଆଦି ପାଇଁ ତାଙ୍କୁ ସର୍ବଦା ସ୍ମରଣୀୟ ରହିବେ।

Advertisment
Janet Yellen America Recession
Advertisment
Advertisment